• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଦିଲ୍ଲୀ : ଚାଲିଛି ପାର୍ବଣ ଋତୁ । ଘର, ପରିବାର ତଥା ନିଜ ପାଇଁ ସପିଂ କରୁଛନ୍ତି ଲୋକେ । ବର୍ତ୍ତମାନ ଅଫଲାଇନ୍ ସପିଂ ଅପେକ୍ଷା ଅନଲାଇନ୍ ସପିଂ ମାର୍କେଟ ନେଇଛି । କରୋନା କଟକଣା ଭିତରେ ବାହାରକୁ ନଯାଇ ଘରୁ ଗୋଟିଏ କ୍ଲିକରେ ହିଁ କରିବାକୁ ପସନ୍ଦ କରୁଛନ୍ତି ଲୋକେ । ଆଉ ଏହାରି ଭିତରେ ଲୋକଙ୍କ ଟଙ୍କା ଉଡ଼ାଇ ନେବାକୁ ବସିଛନ୍ତି ହ୍ୟାକର୍ ଓ ଅନଲାଇନ୍ ଠକ । ତେବେ ଆପଣଙ୍କ ପାଖକୁ ଏପରି କିଛି ଲିଙ୍କ୍ ଆସୁଥିଲେ ସାବଧାନ ହୋଇଯାଆନ୍ତୁ । କୌଣସି ଅଜଣା ଲିଙ୍କରେ କ୍ଲିକ୍ ନକରିବା ହିଁ ଭଲ, ନହେଲେ ଖାଲି ହୋଇପାରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ।

ସାଇବର ଅପରାଧୀମାନେ ବର୍ତ୍ତମାନ ଦୀପାବଳି ଉପହାର, ଭାଉଚର, ବଡ ରିହାତି କିମ୍ବା ଲଟେରୀରେ ସପିଂ ଭଳି ବାର୍ତ୍ତା ପଠାଉଛନ୍ତି । ଆପଣଙ୍କ ନିକଟକୁ ମଧ୍ୟ ଲିଙ୍କ ଆସିଲେ, ସଚେତନ ହୋଇଯାଆନ୍ତୁ । ଯତ୍ନର ସହିତ କୌଣସି କ୍ଲିକ୍ କରନ୍ତୁ । ଏକ ଛୋଟ ଭୁଲ ଯୋଗୁଁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପୂର୍ଣ୍ଣ ଖାଲି ହୋଇପାରେ । ଜୀବନ କାଳର ଜମାପୁଞ୍ଜି ପୋଛି ନେଇପାରନ୍ତି ସାଇବର୍ ହ୍ୟାକର୍ ।

କିପରି ଚିହ୍ନଟ କରିବେ ଠକେଇ ମେସେଜ୍ ?

ଆପଣଙ୍କ ମୋବାଇଲକୁ ଉପହାର ଭାଉଚର ସମ୍ପର୍କୀତ କୌଣସି ପ୍ରକାର ଲିଙ୍କ୍ ଆସିଲେ ଠକାମୀର ଶିକାର ହୋଇପାରନ୍ତି । ଆପଣଙ୍କର ଏଟିଏମ୍-ଡେବିଟ୍ କାର୍ଡ ସୂଚନା ପଚରାଗଲେ ସାବଧାନ ରୁହନ୍ତୁ । ନେଣଦେଣ ସମୟରେ OTP ମାଗିଲେ, ବୁଝିଯାଆନ୍ତୁ ଆପଣ ହ୍ୟାକରର ଟାର୍ଗେଟରେ ଅଛନ୍ତି । କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନ ଦେୟ ସମୟରେ ଗ୍ରାହକଙ୍କ ଠାରୁ OTP ମାଗନ୍ତି ନାହିଁ । ଯଦି କେହି ଅଜ୍ଞାତ ବ୍ୟକ୍ତି କିମ୍ବା ଲିଙ୍କ୍ ଏକ ନୂତନ ଆପ୍ ଡାଉନଲୋଡ୍ କରିବାକୁ କହୁଛି, ତେବେ ଜାଣି ନିଅନ୍ତୁ ଯେ ଆପଣ ହ୍ୟାକିଂର ଶିକାର ହୋଇପାରନ୍ତି ।

କିପରି ଠକେଇ କରନ୍ତି ହ୍ୟାକର୍ ?

ସାଇବର୍ ଅପରାଧୀମାନେ ପ୍ରଥମେ ହ୍ୱାଟସଆପ୍ କିମ୍ବା ଟେକ୍ସଟ୍ ମେସେଜ୍ ମାଧ୍ୟମରେ ଲଟେରୀ କିମ୍ବା ସାମଗ୍ରୀ ଉପରେ ବଡ ରିହାତି ନେଇ ଗ୍ରାହକଙ୍କୁ ଲିଙ୍କ୍ ପଠାନ୍ତି । ଅଧିକାଂଶ ଲୋକ ଏଥିରେ ଲୋଭାନ୍ୱିତ ହୋଇ ଲିଙ୍କରେ କ୍ଲିକ୍ କରି ଦିଅନ୍ତି । ଯଦି ଆପଣ ଲିଙ୍କ୍ ଉପରେ କ୍ଲିକ୍ କରନ୍ତି, ତେବେ ଆପଣଙ୍କର ଗୁଗୁଲ୍ ପେ କିମ୍ବା ଫୋନ୍ ପେ ମାଧ୍ୟମରେ କିଛି ଟଙ୍କା କଟିଯାଏ । ଆଉ ଏହାପରେ ଅଜଣା ବ୍ୟକ୍ତିକୁ ଓଟିପି ଦେଇଦେଲେ କଥା ସଲା । ଓଟିପି ପାଇବା ମାତ୍ରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ପୂର୍ଣ୍ଣ ଆକ୍ସେସ୍ ପାଇଯିବେ ସାଇବର୍ ଅପରାଧୀ ।

 

କିପରି ସତର୍କ ରିହବେ ?

  •  କମ୍ ଟଙ୍କା କଟିଲେ ବି କେବଳ ଆକାଉଣ୍ଟ ବ୍ଲକ୍ କରି ବସି ରୁହନ୍ତୁ ନାହିଁ । ନିକଟସ୍ଥ ପୋଲିସ ଷ୍ଟେସନକୁ ଯାଇ ଏ ସମ୍ପର୍କରେ ଅଭିଯୋଗ କରନ୍ତୁ ।
  • ଆପଣଙ୍କର ଫୋନ୍ ପେ, ଗୁଗୁଲ୍ ପେ କିମ୍ବା ଅନ୍ୟାନ୍ୟ UPI ରେ OTP ପରେ, ପେମେଣ୍ଟ ସେଟିଂ କରନ୍ତୁ । କେହି ଆପଣଙ୍କୁ OTP ମାଗିଲେ, ଭୁଲବଶତଃ ଦିଅନ୍ତୁ ନାହିଁ ।
  • ଏହାସହ ବ୍ୟାଙ୍କ୍ ଖାତା ସମ୍ପର୍କରେ ମଧ୍ୟ ସୂଚନା ମାଗିଲେ ଦିଅନ୍ତୁ ନାହିଁ । କାରଣ କେହି ବ୍ୟାଙ୍କ ଆକାଉଣ୍ଟ କିମ୍ବା ଏଟିଏମ୍-ଡେବିଟ୍ କାର୍ଡ ବିବରଣୀ ମାଗନ୍ତି ନାହିଁ ।
  • କୌଣସି ଲିଙ୍କରେ ଆପଣଙ୍କୁ ଏକ ଅଜ୍ଞାତ ଆପ୍ ଡାଉନଲୋଡ୍ କରି ପେମେଣ୍ଟ କରିବାକୁ କୁହାଗଲେ, ଆଦୌ କରନ୍ତୁ ନାହିଁ ।
  • କୌଣସି ପ୍ରକାର ଏନି ଡେସ୍କ, ଟିମ୍ ଭ୍ୟୁୟର୍ କିମ୍ବା ଅନ୍ୟ କୌଣସି ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ ।