Advertisment

ସାବଧାନ !! ଆକାଉଣ୍ଟ ଖାଲି କରିଦେବ ଏହି ୬ଟି ଆପ୍...ତୁରନ୍ତ କରନ୍ତୁ ଡିଲିଟ୍

ସାଇବର ସିକ୍ୟୁରିଟି ରିସର୍ଚ୍ଚ ଫର୍ମ ESET ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି ମୋଟ୍ ୧୨ଆପ୍ ଚିହ୍ନଟ ହୋଇଛି ଯେଉଁଥିରେ VajraSpy ନାମକ ଏକ ମାଲୱେୟାର ରହିଛି।

ଅଦ୍ୟତନ ହୋଇଛି
Apps Contain Malware

Apps Contain Malware

Advertisment

ଯଦି ଆପଣ ଆଣ୍ଡ୍ରଏଡ୍ ବ୍ୟବହାର କରୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ। ଆପଣଙ୍କ ଫୋନରେ ଥାଇପାରେ ମାଲୱେର୍ । ଏପରି ୬ଟି ଆଣ୍ଡ୍ରଏଡ ଆପ୍ ଚିହ୍ନଟ ହୋଇଛି ଯାହା ଦୁଇବର୍ଷ ଧରି ଗୁଗୁଲ ପ୍ଲେ ଷ୍ଟୋରରେ ଅଛି। ଏହି ଆପଗୁଡିକରେ ମାଲୱେର୍ ଅଛି। ଏହି ଆପଗୁଡ଼ିକୁ ଏକ ସୁରକ୍ଷା ଏଜେନ୍ସି ଦ୍ୱାରା ଚିହ୍ନଟ କରାଯାଇଛି। ଯାହାକି ଆପଣଙ୍କ ଆକାଉଣ୍ଟ ଖାଲି କରିପାରେ। ଆସନ୍ତୁ ଜାଣିବା ସେହି ଆପ୍ ବିଷୟରେ ...

Advertisment

ସାଇବର ସିକ୍ୟୁରିଟି ରିସର୍ଚ୍ଚ ଫର୍ମ ESET ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ ଉଲ୍ଲେଖ ଅଛି ମୋଟ୍ ୧୨ଆପ୍ ଚିହ୍ନଟ ହୋଇଛି ଯେଉଁଥିରେ VajraSpy ନାମକ ଏକ ମାଲୱେୟାର ରହିଛି। ପୂର୍ବରୁ ଗୁଗୁଲ୍ ପ୍ଲେ ଷ୍ଟୋରରୁ ୬ ଟି ଆପ୍ ଡିଲିଟ୍ ହୋଇସାରିଛି। ଏବେବି ଆଉ ୬ଟି ଆପ୍ ପ୍ଲେ ଷ୍ଟୋରରେ ରହିଛି। ଯାହା ଆପଣଙ୍କ ଫୋନର ସମସ୍ତ ଡାଟା ଡିଲିଟ୍ କରିବା ସହ ଆକାଉଣ୍ଟ ସଂପର୍କିତ ତଥ୍ୟ ହ୍ୟାକରମାନଙ୍କ ନିକଟରେ ପହଞ୍ଚାଇପାରେ।

ମାଲୱେର୍ ଥିବା ଆପ୍ ଗୁଡିକ-

1. ପ୍ରାଇଭେଟ ଟକ୍ (Private Talk)

2. ଲେଟସ୍ ଚାଟ୍ (Let’s Chat)

3.କୁଇକ ଚାଟ୍ (Quick Chat)

4. ଚିଟ୍ ଚାଟ୍ (Chit Chat)

5. ରଫାକତ୍ (Rafaqat)

6. ମିଟ୍ ମି (Meet Me)

ମାଲୱେୟାରକୁ ଏଡ଼ାଇବା ପାଇଁ କଣ କରିବା ଉଚିତ୍?

ଯଦି ଆପଣଙ୍କର ଫୋନରେ ଏହି ଆପଗୁଡ଼ିକ ମଧ୍ୟରୁ କୌସିଟି ଅଛି, ତେବେ ତୁରନ୍ତ ଏହାକୁ ଡିଲିଟ୍ କରନ୍ତୁ । ଏହି ମାଲୱେର୍ ଆପଣଙ୍କ ଫୋନରେ ଥିବା ଯେକୌଣସି ସୂଚନାକୁ ହ୍ୟାକରମାନଙ୍କ ନିକଟରେ ପହଞ୍ଚାଇ ପାରେ। ଏହା ବ୍ୟତୀତ, ଏହା ଆପଣଙ୍କ ଅଜାଣଚରେ କଲ୍ ରେକର୍ଡ ମଧ୍ୟ କରିପାରେ। ଏହାକୁ ଏଡାଇବା ପାଇଁ, ଆପଣଙ୍କର ଫୋନର ସଫ୍ଟୱେର୍ ଅପଡେଟ୍ କରନ୍ତୁ । ଏହା ବ୍ୟତୀତ, ଯଦି ଆପଣ ଆପଣଙ୍କର ଫୋନର ଫାଇଲ୍ ମ୍ୟାନେଜର୍ରେ କୌଣସି ସନ୍ଦେହଜନକ ଫାଇଲ୍ କିମ୍ବା ଫୋଲ୍ଡର୍ ଦେଖନ୍ତି, ତେବେ ଏହାକୁ ଡିଲିଟ୍ କରନ୍ତୁ ।

Advertisment
Android Google Play Store Malware
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ