Advertisment

ଖୁସି ଖବର; ଆସିଲା AI-ଚାଳିତ ନୂଆ ଫିଚର୍‌...ଏଣିକି ଜଣାପଡ଼ିବ ଫେକ୍ ଆକାଉଣ୍ଟ !

ଯେତେ ଟେକ୍ନୋଲୋଜି ବିକଶିତ ହେବାରେ ଲାଗିଛି, ବମ୍ବେଲ୍ ଭଳି କମ୍ପାନୀଗୁଡିକ ମଧ୍ୟ ବ୍ୟବହାରକାରୀଙ୍କ ପାଇଁ ସେତେ ସୁବିଧା ବୃଦ୍ଧି କରିବାରେ ଲାଗିଛନ୍ତି...ତେବେ ବମ୍ବେଲ୍ ଆଣିଛି AI-ଚାଳିତ ନୂଆ ଫିଚର୍‌...ଏଣିକି ଜଣାପଡ଼ିବ ଫେକ୍ ଆକାଉଣ୍ଟ !

author-image
Otv Khabar Bureau
ଅଦ୍ୟତନ ହୋଇଛି
Bumble Turns To AI To Block Fake Profiles

fake account

ଯେତେ ଟେକ୍ନୋଲୋଜି ବିକଶିତ ହେବାରେ ଲାଗିଛି, ବମ୍ବେଲ୍ ଭଳି କମ୍ପାନୀଗୁଡିକ ମଧ୍ୟ ବ୍ୟବହାରକାରୀଙ୍କ ପାଇଁ ସେତେ ସୁବିଧା ବୃଦ୍ଧି କରିବାରେ ଲାଗିଛନ୍ତି ଓ ଯୋଗାଯୋଗକୁ ବଢାଇବା ପାଇଁ ଉନ୍ନତ ସାଧନ ଏବଂ କୃତ୍ରିମ ବୁଦ୍ଧିମତାକୁ ବ୍ୟବହାର କରୁଛନ୍ତି । ମହିଳାମାନଙ୍କୁ ସଶକ୍ତିକରଣ ଓ ସମାନ ଅଧିକାର ଉପରେ ଧ୍ୟାନ ଦେଇ ବମ୍ବେଲ୍ ନିକଟରେ ‘ଡିସେପସନ୍‌ ଡିଟେକ୍ଟର’ ପରି ଅଭିନବ ଫିଚର୍‌ ଆଣିଛି  । 

Advertisment

 ବମ୍ବେଲ୍ ନିକଟରେ ଆରମ୍ଭ ହୋଇଥିବା ‘ଡିସେପସନ୍‌ ଡିଟେକ୍ଟର’ ଫିଚର୍‌ ଏହାର ଚିହ୍ନଟ ଓ ଉପଭୋକ୍ତାମାନଙ୍କୁ କ୍ଷତିକାରକ ଜିନିଷରୁ ରକ୍ଷା କରିବାରେ ଲକ୍ଷ୍ୟ ରଖିଛି । ବମ୍ବେଲ୍ କହିଛି ଯେ ଟୁଲ୍ ପରୀକ୍ଷା ସମୟରେ ସ୍ପାମ୍ କିମ୍ବା ସ୍କାମ ଆକାଉଣ୍ଟ୍ ଭାବରେ ଚିହ୍ନିତ ୪୫% ଆକାଉଣ୍ଟକୁ ସଫଳତାର ସହିତ ବନ୍ଦ କରି ପାରିଛି । ପରୀକ୍ଷାର ପ୍ରାରମ୍ଭିକ ଦୁଇମାସ ମଧ୍ୟରେ, ବମ୍ବେଲ୍ ସ୍ପାମ୍, ସ୍କାମ ଏବଂ ନକଲି ଆକାଉଣ୍ଟ ସମ୍ବନ୍ଧରେ ଉପଭୋକ୍ତା ଅଭିଯୋଗରେ ୪୫% ହ୍ରାସ ଘଟିଥିବାର ଦେଖିବାକୁ ମିଲିଥିଲା । 

କମ୍ପାନୀ କହିଛି ଯେ ବମ୍ବେଲ୍ ଅନୁସନ୍ଧାନ ଅନୁଯାୟୀ, ନୂଆ ଫିଚର୍‌ର ଶୁଭାରମ୍ଭ ଦର୍ଶାଉଛି ଯେ ଅନ୍‌ଲାଇନ୍ ଡେଟିଂରେ ନିୟୋଜିତ ଉପଭୋକ୍ତାମାନଙ୍କ ପାଇଁ ନକଲି ପ୍ରୋଫାଇଲ୍ ଓ ସ୍କାମର ସମ୍ଭାବନା ହେଉଛି ମୁଖ୍ୟ ଚିନ୍ତା । ସୂଚନା ଅନୁସାରେ ଡେଟିଂ ଆପ୍ ବ୍ୟବହାର କରିବା ସମୟରେ ୪୬% ମହିଳା ସେମାନଙ୍କ ଅନ୍‌ଲାଇନ୍ ମ୍ୟାଚ୍‌ର ସତ୍ୟତାକୁ ନେଇ ଚିନ୍ତିତ ରହିଛନ୍ତି । 

Advertisment

ଏକ ବିବୃତ୍ତିରେ ବମ୍ବେଲ୍‌ ସିଇଓ ଲିଡିଆନ୍ ଜୋନ୍ସ ସମାନତାକୁ ପ୍ରୋତ୍ସାହିତ କରିବା ଓ ବାର୍ତ୍ତାଳାପ ଆରମ୍ଭ କରିବା ପାଇଁ ମହିଳାମାନଙ୍କୁ ସଶକ୍ତ କରିବାକୁ କମ୍ପାନୀର ମୂଳ ମିଶନକୁ ଆଲୋକିତ କରିଛନ୍ତି । “ସମାନ ସଠିକ୍‌ ସମ୍ପର୍କ ସୃଷ୍ଟି କରିବା ଓ ମହିଳାମାନଙ୍କୁ ପ୍ରଥମ ପଦକ୍ଷେପ ନେବା ପାଇଁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ବମ୍ବେଲ୍ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି । ଆମର ଆପ୍ ଗୁଡିକ ଅସଲି ରହିଛି ବୋଲି ମଧ୍ୟ ସେ କହିଛନ୍ତି । "  

Artificial Intelligence Fake Accounts
Advertisment
Advertisment