ଯଦି ଆପଣ ନୂଆ ମୋବାଇଲ କିଣିବାକୁ ଚାହୁଁଛନ୍ତି ତେବେ ଏହି ଖବରଟି ଆପଣଙ୍କ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ମୋବାଇଲ କିଣିଲା ବେଳେ ଆପଣ ଭାବୁଥିବେ କେଉଁ ମୋବାଇଲ କିଣିବି । ଆଇଫୋନ କିଣିବି ନା ଆଣ୍ଡ୍ରଏଡ । 4G ନେଲେ ଭଲ ନା 5G । ତେବେ ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ଆପଣଙ୍କୁ ଏଠି ମିଳିଯିବ । 4G ପରେ ଏବେ ପ୍ରାୟ ସମସ୍ତେ 5G ଫୋନ ନେବାକୁ ପସନ୍ଦ କରୁଛନ୍ତି । କାରଣ ସମସ୍ତେ ସ୍ପିଡ୍ ଇଣ୍ଟରନେଟରେ କାମ କରିବାକୁ ଚାହୁଁଛନ୍ତି । ଆପଣ ବି ପଛରେ ରହିବାକୁ ଚାହିଁବେନି । ମୋବାଇଲ ଚାର୍ଜିଂକୁ ନେଇ ଏବେ ଏକ ନୂଆ ଟ୍ରେଣ୍ଡ୍ ଦେଖିବାକୁ ମିଳିଲାଣି । ଲୋକମାନେ ଅଧିକରୁ ଅଧିକ ୱାୟରଲେସ ଚାର୍ଜିଂର ବ୍ୟବହାର କରୁଛନ୍ତି ।
ଏବେ ୱାୟରଲେସ ଚାର୍ଜିଂ ସହ ବିଭିନ୍ନ ପ୍ରକାରର 5G ଫୋନ୍ ଭାରତୀୟ ବଜାରରେ ଉପଲବ୍ଧ ହେଉଛି । 5G ଏବେ ବିଜ୍ଞାପନରେ ବ୍ୟବହାର ହେଉଥିବା କେବଳ ଏକ ଶବ୍ଦ ହୋଇରହିନି । ଦେଶର ବିଭିନ୍ନ ସ୍ଥାନରେ 5G ଏବେ କାମ କରୁଛି । ବିଭିନ୍ନ ସହର ଓ ଗାଁରେ 5Gର ଭଲ କଭରେଜ ଅଛି । ଏୟାରଟେଲ ଓ ଏରିକସନ୍ ମଧ୍ୟରେ ଏକ ବୁଝାମଣା ହୋଇଛି ଯାହା ଫଳରେ ଭାରତରେ 5Gର ସ୍ଥିତି ଆଗକୁ ଆହୁରି ସୁଦୃଢ ହେବ । 5G ପାଇଁ ଆବଶ୍ୟକ ହେଉଥିବା ଟେକ୍ଲୋଲୋଜି ଓ ଇନଫ୍ରାଷ୍ଟକଚରରେ ମଧ୍ୟ ସୁଧାର ଆସିବ । ଫଳରେ କଲ୍ ଡ୍ରପ୍ କମ ହେବ । ଇଣ୍ଟରନେଟ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବ ।
ଏବେ 5G କାହା ପାଇଁ ଅପହଞ୍ଚ ହୋଇ ରହିନାହିଁ । ଦିନକୁ ଦିନ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି । ଏବେ ଏଭଳି ସ୍ମାର୍ଟ ଫୋନ ଆସିଲାଣି ଯାହା ଆମର ଭବିଷ୍ୟତର ଆବଶ୍ୟକତାକୁ ସହଜରେ ପୂରଣ କରିପାରିବ । ପ୍ରଶ୍ନ ତ ନିଶ୍ଚୟ ଆସିବ ସତରେ କଣ ୱାୟରଲେସ ଚାର୍ଜିଂର ଆବଶ୍ୟକତା ବଢିଛି । କଣ ପାଇଁ ଜରୁରୀ ହୋଇପଡିଛି ୱାୟରଲେସ ଚାର୍ଜିଂ । ଆପଣ ଘରେ ପହଞ୍ଚୁଛନ୍ତି ନିଜର ଫୋନ ଚାର୍ଜିଂ ପ୍ୟାଡ୍ ଉପରେ ରଖୁଛନ୍ତି । ଆଉ ଆପଣଙ୍କ ମୋବାଇଲ ତୁରନ୍ତ ଚାର୍ଜ ହୋଇଯାଉଛି । ଫଳରେ ଆପଣଙ୍କୁ ଆଉ ଚାର୍ଜର ଖୋଜିବାକୁ ପଡୁନି କି ଆପଣଙ୍କ ଅଯଥା ସମୟ ନଷ୍ଟ ହେଉନି । ୱାୟରଲେସ ଚାର୍ଜିଂ ପ୍ରାୟ ସବୁବେଳେ ଟ୍ରାଭେଲ କରୁଥିବା ଲୋକମାନଙ୍କ ପାଇଁ ଏକ ଭଲ ବିକଳ୍ପ ।
Also Read
ଆପଲ ଆଇଫୋନ୍ ବ୍ୟବହାର ପାଇଁ ସହଜ । ସବୁଠୁ ବଡ଼ କଥା ହେଲା ଆପଣଙ୍କ ଡାଟା ଆଇଫୋନରେ ସୁରକ୍ଷିତ ରହେ । ଏହାକୁ ହ୍ୟାକ କରିବା ସହଜ ନୁହେଁ । କିନ୍ତୁ ସବୁ ଆଇଫୋନରେ ୱାୟରଲେସ ଚାର୍ଜିଂର ସୁବିଧା ନାହିଁ । ଯଦି ଆପଣଙ୍କ ପାଖରେ ଆଇଫୋନ ୮ ଓ ଏହା ପରର ମଡେଲ ରହିଛି ତେବେ ଆପଣ ୱାୟରଲେସ ଚାର୍ଜିଂ କରିପାରିବେ । iPhone 16 Pro Max, iPhone 16 Pro, iPhone 16 Plus, iPhone 16, iPhone 15 , iPhone 14 , iPhone 13 ଓ iPhone 12 ମଡେଲର ସବୁ ମାଗସେଫ୍ ୱାୟରଲେସ ଚାର୍ଜିଂକୁ ସପୋର୍ଟ କରେ । ତେବେ ଆଇଫୋନରେ ଆଣ୍ଡ୍ରଏଡ ଭଳି ସ୍ପିଡ୍ ୱାୟରଲେସ ଚାର୍ଜିଂ ନାହିଁ । ଏହା ସହ ଆଇଫୋନରେ ରିଭର୍ସ ୱାୟରଲେସ ଚାର୍ଜିଂ ନାହିଁ । ସେଥିପାଇଁ ଏୟାରପଡ ଚାର୍ଜିଂ ପାଇଁ ସମସ୍ୟାରେ ପଡିପାରନ୍ତି ।
ଯଦି ଆମେ ଆଣ୍ଡ୍ରଏଡ ଫୋନ ଦେଖିବା ତେବେ ଏଠି ବିକଳ୍ପ ଅନେକ ରହିଛି । ୪୦ହଜାରରୁ କମ ଟଙ୍କାର ଆଣ୍ଡ୍ରଏଡ ମୋବାଇଲରେ ବି ୱାୟରଲେସ ଚାର୍ଜିଂର ସୁବିଧା ରହିଛି । ଅନେକ ବିକଳ୍ପ , ଫାଷ୍ଟ ଚାର୍ଜିଂ ଓ ରିଭର୍ସ ଚାର୍ଜିଂର ସୁବିଧା ମିଳୁଛି ଆଣ୍ଡ୍ରଏଡରେ । ତେବେ ଆଣ୍ଡ୍ଏଡର କିଛି ଫୋନ Qi2କୁ ସପୋର୍ଟ କରୁଛି । Qi2 ହେଉଛି ନୂଆ ୱାୟରଲେସ ଚାର୍ଜିଂ ଷ୍ଟାଣ୍ଡାର୍ଡ ।
ସାମସଙ୍ଗ ଗାଲାକ୍ସି S25 ଓ S25+ ର ମୂଲ୍ୟ ୮୦ହଜାର ୯୯୯ରୁ ଆରମ୍ଭ ହେଉଛି । 5G ସହ ଆକର୍ଷଣୀୟ ଡିଜାଇନ, ୨୫ ୱାଟ୍ ଓ ୪୫ ୱାଟ ୱାୟରଲେସ ଚାର୍ଜିଂ ସହ ରିଭର୍ସ ୱାୟରଲେସ ଚାର୍ଜିଂର ସୁବିଧା ରହିଛି ୟୁଜରଙ୍କ ପାଇଁ । ସେହିପରି OnePlus 13 ମୋବାଇଲ ୬୯ ହଜାର ୯୯୯ରେ ମିଳୁଛି । ଆକର୍ଷଣୀୟ ଡିସପ୍ଲେ ସହ ୱାୟରଲେସ ଚାର୍ଜିଂ ଓ ରିଭର୍ସ ୱାୟରଲେସ ଚାର୍ଜିଂ ବି ଉପଲବ୍ଧ ଅଛି । ନଥିଙ୍ଗର ଫୋନ 2 ଯାହାର ମୂଲ୍ୟ ରହିଛି ୩୭ ହଜାର ୯୯୯ ଟଙ୍କା । ଭାରତରେ ମିଳୁଥିବା ଶସ୍ତା ଫୋନ୍ ମଧ୍ୟରୁ ଏହା ଅନ୍ୟତମ । ଏଥିରେ ବି ୱାୟରଲେସ ଚାର୍ଜିଂ ହୋଇପାରିବ । ଯଦି ଆପଣଙ୍କୁ କମ ଟଙ୍କାରେ ଗୋଟିଏ ସ୍ମାର୍ଟ ମୋବାଇଲ ଦରକାର ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ ।
ଆଣ୍ଡ୍ରଏଡ ଓ ଆଇଫୋନ୍ ମୋବାଇଲ ଭିତରେ କାହାକୁ ବାଛିବେ ? ଆଇଫୋନରେ ଆପଣଙ୍କ ଡାଟା ସୁରକ୍ଷିତ ରହିବ । ଯଦିଓ ଏହାର ୱାୟରଲେସ ଚାର୍ଜିଂ ଟିକେ ସ୍ଲୋ ଅଛି । ଏହା ସହ MagSafeର ଆସେସରିଜ ଆପଣଙ୍କୁ ମହଙ୍ଗା ପଡିବ । କିନ୍ତୁ ଯଦି ମୋବାଇଲକୁ ଶୀଘ୍ର ଚାର୍ଜ କରିବାର ଅଛି, ରିଭର୍ସ ଚାର୍ଜିଂ ବି ଦରକାର ଓ ମଡର୍ଣ୍ଣ ଟେକ୍ଲୋଲୋଜିରେ କାମ କରିବାର ଅଛି ତେବେ ଆଣ୍ଡ୍ରଏଡ ଫୋନ୍ ଆପଣଙ୍କ ପକେଟକୁ ଫିଟ୍ ରହିବ।