Advertisment

ସାବଧାନ Android ୟୁଜର୍ସ !! ଆସିଗଲା ନୂଆ ଭାଇରସ..ଖାଲି ହୋଇଯିବ ଆକାଉଣ୍ଟ..

ତେବେ କୋଟି କୋଟି ସ୍ମାର୍ଟ ଫୋନ୍‌ ୟୁଜର୍ସଙ୍କ ମୁଣ୍ତ ଉପରେ ବିପଦ ଘୂରି ବୁଲୁଛି। ସିକ୍ୟୁରିଟି ଏକ୍ସପର୍ଟ ଏକ ନୂଆ ଭାଇରସ୍‌ ବିଷୟରେ ଅବଗତ କରାଇଛନ୍ତି, ଯାହାର ନାମ ହେଲା Android XLoader

author-image
Manoranjan Behera
ଅଦ୍ୟତନ ହୋଇଛି
Malware Attack

Malware Attack

ଭାରତରେ ଆଣ୍ତ୍ରଏଡ୍‌ ମୋବାଇଲ୍‌ ୟୁଜର୍ସ ସଂଖ୍ୟା ଅଧିକ। ସମସ୍ତଙ୍କ ପାଇଁ ସହଜ ହୋଇଥାଏ ଅଣ୍ତ୍ରଏଡ୍‌ ଫୋନ୍‌ ବ୍ୟବହାର କରିବା। ସାମସଙ୍ଗ୍‌ରୁ ଆରମ୍ଭ କରି ଭିଭୋ-ଓପୋ ଯାଏଁ ଭିନ୍ନ ଟେକ୍ନୋଲୋଜିର ଫୋନ୍‌ ମାର୍କେଟରେ ମିଳିଥାଏ। ତେବେ କୋଟି କୋଟି ସ୍ମାର୍ଟ ଫୋନ୍‌ ୟୁଜର୍ସଙ୍କ ମୁଣ୍ତ ଉପରେ ବିପଦ ଘୂରି ବୁଲୁଛି। ସିକ୍ୟୁରିଟି ଏକ୍ସପର୍ଟ ଏକ ନୂଆ ଭାଇରସ୍‌ ବିଷୟରେ ଅବଗତ କରାଇଛନ୍ତି, ଯାହାର ନାମ ହେଲା Android XLoader।

Advertisment

ଏହି ଭାଇରସ୍‌ ଦ୍ୱାରା ଆପଣ ମୋବାଇଲ୍‌ର ଜରୁରୀ ତଥ୍ୟ ଉପରେ ନିଜର ନିୟନ୍ତ୍ରଣ ହରାଇବ। ଅର୍ଥାତ ଜରୁରୀ ତଥ୍ୟର ସିକ୍ୟୁରିଟି ରହିବ ନାହିଁ। ଏମିତିକି ମୋବାଇଲ୍‌ର ମେସେଜ୍‌ ବକ୍ସକୁ ବି ସେ ନିଜ ନିୟନ୍ତ୍ରଣକୁ ନେଇଯିବ। ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିଦେବ। ସୂଚନାନୁଯାୟୀ ଏହା ସ୍ମାର୍ଟଫୋନ୍‌ ୟୁଜର୍ସଙ୍କ ପାଇଁ ବିପଦଜନକ।

କିପରି ହ୍ୟାକ୍‌ ହେବ ଆପଣଙ୍କ ମୋବାଇଲ୍‌ ?

ଏହି ଭାଇରସ୍‌ ଅତି ସହଜ ଉପାୟରେ ଆପଣଙ୍କ ମୋବାଇଲ୍‌ର କଣ୍ଟ୍ରୋଲ ନିଜ ଅଧିନକୁ ନେଇଯିବ। ଆପଣଙ୍କ ମୋବାଇଲ୍‌ର ମେସେଜ୍‌ ବକ୍ସରେ ଏକ ଲିଙ୍କ୍‌ ଆସିବ। ଯେଉଁ ଲିଙ୍କରେ ଏକ ହାନୀକାରକ ୱେବସାଇଟ୍‌ ଖୋଲିବ। ଆପଣ ଲିଙ୍କ୍‌ କ୍ଲିକ୍‌ କରିବା ମାତ୍ରେ APK ଫାଇଲ୍‌ ଇନ୍‌ଷ୍ଟଲ ହୋଇଯିବ। ଏହାପରେ ଏହା ଆପଣଙ୍କ ମୋବାଇଲ୍‌ର ତଥ୍ୟ ଚୋରି କରିହେବ। ଏମିତିକି ଆପଣ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯିବାର ସମ୍ଭାବନା ରହିଛି। 

Advertisment

ଏହା କେବଳ ମେସେଜ୍‌ ବକ୍ସକୁ ହ୍ୟାକ୍‌ କରିବନି ବରଂ ଫୋନ୍‌ରେ ଥିବା ଅନ୍ୟ ଆପ୍‌ ଗୁଡ଼ିକୁ ମଧ୍ୟ ନିଜ ନିୟନ୍ତ୍ରଣକୁ ନେଇଯିବ। ଏହାପରେ ସାଇବର୍‌ ଫ୍ରଡରମାନେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରି ଆପଣଙ୍କୁ ବ୍ଲାକ୍‌ମେଲ୍‌ କରିପାରନ୍ତି। ତେବେ ସ୍ମାର୍ଟପୋନ୍‌ ୟୁଜର୍ସ ଏଥିପ୍ରତି ସାବଧାନ ରହିବା ଉଚିତ୍‌। ଅଯଥା ଲିଙ୍କରେ କ୍ଲିକ୍‌ କରନ୍ତୁ ନାହିଁ। ସୁରକ୍ଷା ଦୃଷ୍ଟିରୁ ନିକଟରେ ଗୁଗଲ୍‌ ପ୍ଲେ ଷ୍ଟୋର୍‌ରୁ ଅନେକ ସନ୍ଦେହଜନକ ଆପ୍‌କୁ ହଟାଯାଇଛି।

Android Devices Malware Attack
Advertisment
Advertisment