Advertisment

ଓଡ଼ିଶାରେ 5G ଯୁଗର ଶୁଭାରମ୍ଭ: ୧୦ ସେକେଣ୍ଡରେ ପୂରା ଫିଲ୍ମ ହେବ ଡାଉନଲୋଡ୍

ଆଖି ପିଛୁଳାକେ ଡାଉନଲୋଡିଂ, ବିଜୁଳି ବେଗରେ ସର୍ଫିଂ।

ଅଦ୍ୟତନ ହୋଇଛି
5G Services Launched in Odisha

5g era starts in odisha

Advertisment

ପ୍ରତୀକ୍ଷାର ଅନ୍ତ। ୫ ଜି ଯୁଗକୁ ଓଡ଼ିଶାର ଲଗ୍ ଇନ୍। ଭୁବନେଶ୍ୱରରେ ରିମୋଟ୍ ଦବେଇ ରାଜ୍ୟକୁ ୫ ଜି ନେଟ୍ଓ୍ୱର୍କ ସହ ଯୋଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ। କେବଳ ସେବାର ଉଦଘାଟନ ନୁହେଁ, ଏହାଦ୍ୱାରା ଶିକ୍ଷା, ସ୍ବାସ୍ଥ୍ୟ ଭଳି ଅନେକ କ୍ଷେତ୍ରରେ ହେବାକୁ ଯାଉଥିବା ଅଭୂତପୂର୍ଣ୍ଣ ପରିବର୍ତ୍ତନର ଡେମୋ ବି ଦେଖିଛନ୍ତି ଛାତ୍ରଛାତ୍ରୀ। ଏହି ଅବସରରେ ୫-ଜିର ସୁଫଳ ସଂପର୍କରେ ବକ୍ତବ୍ୟ ରଖିବା ପରେ ପ୍ରେସମିଟ୍‌ରେ ବୈଷ୍ଣବ କହିଛନ୍ତି ପ୍ରଥମ ପର୍ଯ୍ୟାୟରେ ଟୁଇନସିଟିରୁ ଆରମ୍ଭ ହୋଇଥିବା ଏ ସେବା ୨୦୨୪ ଡିସେମ୍ବର ୩୧ ସୁଦ୍ଧା ସାରା ରାଜ୍ୟରେ ମିଳିବ। ପ୍ରତି ଗାଁ ଓ ସ୍କୁଲକୁ ହାଇସ୍ପିଡ୍ କେବୁଲ ପହଞ୍ଚିବ। ୨୦୨୪ ଅଗଷ୍ଟ ୧୫ ସୁଦ୍ଧା ରାଜ୍ୟର ସବୁ ଜାଗାରେ ଟାଓ୍ବାର ଲାଗିବ। ରାଜ୍ୟ ସରକାର ସହଯୋଗ କଲେ କାର୍ଯ୍ୟ ତ୍ୱରାନ୍ବିତ ହୋଇପାରିବ। ସେହିପରି ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟର ୮ଟି ଜାଗାରେ ଟେକ୍ନୋଲଜି ପାର୍କ କାର୍ଯ୍ୟକ୍ଷମ ହେବା ନେଇ ସୂଚନା ଦେଇଛନ୍ତି ବୈଷ୍ଣବ। ଏଥିସହ ୫ଜି ଦର ସଂପର୍କରେ ସୂଚନା ଦେଇ ଏହା ୪ଜି ଦର ସହ ପାଖାପାଖି ସମାନ ରହିବ ବୋଲି ବି କହିଛନ୍ତି।

Advertisment

ଏପଟେ ରାଜ୍ୟରେ ୫ ଜି ସେବାର ଶୁଭାରମ୍ଭ ସହ ୟାକୁ ନେଇ ରାଜନୀତି ବି ଆରମ୍ଭ ହୋଇଯାଇଛି। ଇଣ୍ଟରନେଟ୍ କନେକ୍ଟଭି କଥା ଉଠାଇ ଶାସକ ବିଜେଡି ଅଭିଯୋଗ କରିଛି ରାଜ୍ୟର ୬୨୭୮ଟି ଗାଁରେ ଇଣ୍ଟରନେଟ୍ ସୁବିଧା ନାହିଁ । ଓ଼ଡିଶା ରେ ଟେଲି ଡେନ୍ସିଟି ୭୫ ପ୍ରତିଶତ, ଗାଁରେ ମାତ୍ର ୬୨ ପ୍ରତିଶତ ଏଭଳି ସ୍ଥିତିରେ ଓ଼ଡିଶାରେ ୫ ଜି ସେବା କେବଳ ଏକ ଭେଳିକି ବୋଲି କହିଛି ବିଜେଡି ଯାହାର ଜବାବ ରଖି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ କହିଛନ୍ତି, ଓଡିଶାର ପ୍ରତିଟି ଅଞ୍ଚଳରେ କିଭଳି ମୋବାଇଲ ସେବା ପହଞ୍ଚିବ ସେ ଦିଗରେ ଉଦ୍ୟମ ଚାଲିଛି। ଏଥିପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ୫ ହଜାର ୬ଶହ କୋଟି ଟଙ୍କା ଦେଇଛନ୍ତି । ଏହା ଜରିଆରେ ୫ ହଜାର ଟାଓ୍ୱାର ଲାଗିବ, ଯାହା ୭ ହଜାର ଗାଁକୁ ମୋବାଇଲ୍ ସେବା ସଂଯୋଗ କରିବ। ସେଭିତରୁ ଆଜି ପ୍ରଥମ ପର୍ଯ୍ୟାୟରେ ଶହେଟି ଟାଓ୍ୱାରର ଶୁଭାରମ୍ଭ ହୋଇଛି। ସେହିପରି ଭୁବନେଶ୍ୱରରେ ଜିଓ ସହଯୋଗରେ ୫ଜି ଲାବ୍‌ର ପ୍ରତିଷ୍ଠା ନେଇ ବି ସୂଚନା ଦେଇଓଛନ୍ତି ବୈଷ୍ଣବ।

ଅଧିକ ପଢ଼ନ୍ତୁ: JIO ୟୁଜର୍ସଙ୍କ ପାଇଁ ଖୁସି ଖବର ! ମାଗଣାରେ ମିଳୁଛି 5G ସେବା, ଦିନକୁ..

Advertisment

ଆଖି ପିଛୁଳାକେ ଡାଉନଲୋଡିଂ, ବିଜୁଳି ବେଗରେ ସର୍ଫିଂ। ନଜର ପକାନ୍ତୁ ଇଣ୍ଟରନେଟ୍ ଦୁନିଆରେ ବୈପ୍ଲବିକ ପରିବର୍ତ୍ତନ ଆଣୁଥିବା ଏଇ ଫାଇଭ୍ ଜି ସେବାର ଫାଇଦା ଉପରେ। ୫ ଜି ଟେକ୍ନୋଲଜିରେ ମୋବାଇଲ୍ ଇଣ୍ଟରେନ୍ଟର ସ୍ପିଡ୍ ୪ଜି ତୁଳନାରେ ୧୦ ଗୁଣା ଅଧିକ ରହିବ। ଯାହାର ପ୍ରଭାବରେ ମାତ୍ର ୧୦ ସେକେଣ୍ଡରେ ପୂରା ଫିଲ୍ମ ଡାଉନଲୋଡ୍ ହୋଇପାରିବ। ଏହାର ପ୍ରୟୋଗରେ ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ, ବ୍ୟାଙ୍କିଂ ସବୁ କ୍ଷେତ୍ରରେ ଅଭୂତପୂର୍ବ ପରବିର୍ତ୍ତନ ହେବ।  4Gରେ ୩୦ MBPS ଡାଟା ସ୍ପିଡ୍ ରହୁଥିଲା ବେଳେ ୫ଜିରେ ଏହା ୪୦୦ ଏମ୍ବିପିଏସ୍‌ରୁ ୧.୭ ଜିବି ପର୍ଯ୍ୟନ୍ତ ସ୍ପିଡ୍ ରହିବ। ବ୍ୟାଣ୍ଡଓ୍ୱିଡ୍ଥ ବଢ଼ିଯିବା ସହ କଲ୍ ଡ୍ରପ୍, ବଫରିଂ ଭଳି ସମସ୍ୟା ଆଉ ରହିବ ନାହିଁ।

ହେଲେ କେମିତି ପାଇବେ ୫ଜି ସେବା ? ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୫ ଜି ସେବା ପାଇବାକୁ ହେଲେ ୫ଜି ବୈଶିଷ୍ଟ୍ୟ ଥିବା ମୋବାଇଲ୍ ଫୋନ୍ ବ୍ୟବହାର କରିବାକୁ ହେବ। ୪ଜି ସିମ୍ ବଦଳାଇବାର ଆବଶ୍ୟକତା ନାହିଁ ସେଇ ସମାନ ସିମ୍‌ରେ ଆପେ ଆପେ ୫ଜି ନେଟ୍ଓ୍ୱର୍କ କାମ କରିବ।

Advertisment

(ରିପୋର୍ଟ: ଭୁବନେଶ୍ୱରରୁ କପିଳେନ୍ଦ୍ର ପ୍ରଧାନ, ଜଗଦୀଶ ଦାସ ଓ ହରିହର ଚାନ୍ଦ)

5G Internet 5G Service 5G Network
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ