Innovative Engine
ଆପଣଙ୍କ ଗାଡ଼ିର କମ୍ ମାଇଲେଜ ନେଇ ଚିନ୍ତିତ ରହୁଛନ୍ତି କି ? ତେବେ ଟେନସନ୍ ଛାଡ଼ିଦିଅନ୍ତୁ, କାରଣ ଏବେ ଗୋଟିଏ ଲିଟର ପେଟ୍ରୋଲରେ ଯାଇହେବ ୧୭୬ କିମି। ସେପୁଣି କୌଣସି ହାଇବ୍ରିଡ୍ କିମ୍ୱା ଇଲେଟ୍ରିକ ଇଞ୍ଜନରୁ ନୁହଁ, ବରଂ ଆମ ପୁରୁଣା ବାଇକର ସାଧାରଣ ଇଞ୍ଜିନରୁ। ଦର୍ଶକବନ୍ଧୁ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି କି ? ହେଲେ ଏହା ପୁରା ସତ। ଏବେ ଏପରି ଇଞ୍ଜିନ ତିଆରି ହୋଇଛି ଯାହା ଏତେ ଅଧିକ ମାଇଲେଜ ଦେଉଛି। ଭାବୁଥିବେ କୌଣସି ବଡ଼ କମ୍ପାନୀ ଏପରି ନୂଆ ଉଦ୍ଭାବନ କରି ଦେଖାଇଛି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି କରାମତି କରି ଦେଖାଇଛନ୍ତି ପ୍ରୟାଗରାଜ ଝୁନସିର ଜଣେ ବ୍ୟକ୍ତି।
ଶୈଳେନ୍ଦ୍ର କୁମାର ସିଂହ ଗୌର। ସେ ଜଣେ ବିଜ୍ଞାନ ସ୍ନାତକ। ୧୮ ବର୍ଷ ଧରି ସେ ଝାଳ ବୁହାଇ, ନିଦ ହଜାଇ ଏବଂ ସାରା ଜୀବନର ସଞ୍ଚିତ ଅର୍ଥକୁ ଲଗାଇ ଏପରି ଏକ ଇଞ୍ଜିନ୍ ତିଆରି କରିଛନ୍ତି। ଯାହା ବିଶ୍ୱର ଅଟୋମୋବାଇଲ୍ ଶିଳ୍ପକୁ ପରିବର୍ତ୍ତନ କରିପାରିବ। ସେ ଏକ ସାଧାରଣ ୪-ଷ୍ଟ୍ରୋକ୍ ଇଞ୍ଜିନକୁ ୬-ଷ୍ଟ୍ରୋକ୍ ଇଞ୍ଜିନରେ ପରିବର୍ତ୍ତନ କରିଛନ୍ତି। ଏବଂ ଏହି ଜୁଗାଡ୍ ଯୋଗୁଁ, ତାଙ୍କ ବାଇକ୍ ଏବେ ଗୋଟିଏ ଲିଟର ପେଟ୍ରୋଲରେ ୧୭୬ କିଲୋମିଟର ପର୍ଯ୍ୟନ୍ତ ଚାଲୁଛି।
ଶୈଳେନ୍ଦ୍ର ଏଥିପାଇଁ ନୂତନ ମଡେଲ୍ ତିଆରି କରିନଥିଲେ। ବରଂ ତାଙ୍କ ପୁରୁଣା ବାଇକରେ ନୂତନ ଇଞ୍ଜିନ୍ ଫିଟ୍ କରିଥିଲେ। ଏହି ଇଞ୍ଜିନ୍ ଯେକୌଣସି ଇନ୍ଧନ, ପେଟ୍ରୋଲ, ଡିଜେଲ, CNG, ଇଥାନଲ୍ରେ ଚାଲିପାରିବ, ଯାହା ଇଚ୍ଛା ତାହା ରଖିପାରିବ। ଶୈଳେନ୍ଦ୍ର ଦାବି ଏହି ଇଞ୍ଜିନ୍ କେବଳ ମାଇଲେଜ୍ ବଢ଼ାଏ ନାହିଁ, ବରଂ ବାଇକ୍ର ଶକ୍ତି ମଧ୍ୟ ତିନି ଗୁଣ ପର୍ଯ୍ୟନ୍ତ ପହଞ୍ଚିଥାଏ। କେବଳ ଏତିକି ନୁହେଁ, ସେ ଦାବି କରିଛନ୍ତି ଯେ ତାଙ୍କ ବାଇକ୍ର ସାଇଲେନ୍ସର ମଧ୍ୟ ସାମାନ୍ୟ ଗରମ ହୋଇଥାଏ। ଆଉ ପ୍ରାୟ ଧୂଆଁ ଶୂନ୍ୟ ରହିଥାଏ। ଫଳରେ କାର୍ବନ ମନୋକ୍ସାଇଡ୍ ଗ୍ୟାସ୍ ନାମମାତ୍ର ପରିମାଣରେ ନିର୍ଗତ ହୁଏ। ତେଣୁ ଏହି ଇଞ୍ଜିନ ଦ୍ୱାରା ପେଟ୍ରୋଲ ସଞ୍ଚୟ ହେବ, ଏବଂ ପ୍ରଦୂଷଣ ମଧ୍ୟ ଲୋପ ପାଇବ। ଏହା ଏକ କାର, ବସ୍, ଟ୍ରକ୍ ଏଥିରେ ଫିଟ୍ ହୋଇପାରିବ।
ଶୈଳେନ୍ଦ୍ର ଏହି ଇଞ୍ଜିନ ତିଆରି ପଛରେ ଏପରି ପାଗଳ ଥିଲେ ଯେ, ସେ ପୈତୃକ ଘର ସହ ନିଜ ସବୁ ସମ୍ପତ୍ତି ବିକ୍ରି କରିଦେଇଥିଲେ। ତାଙ୍କ ବଡ଼ ପୁଅ କେବଳ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିପାରିଲା, ଗୋଟିଏ ଝିଅ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିପାରିଲା ଏବଂ ଅନ୍ୟ ଜଣକ କୌଣସି ପ୍ରକାରେ ସ୍ନାତକ କରିପାରିଲା। ହେଲେ କଷ୍ଟରେ ଚଳି ମଧ୍ୟ ତାଙ୍କ ପରିବାର ତାଙ୍କୁ ସହଯୋଗ କରିଥିଲେ। ଆଉ ଏବେ ସଫଳ ହୋଇଛନ୍ତି।
ଶୈଳେନ୍ଦ୍ର ଏବେ ଇଞ୍ଜିନଟି ପେଟେଣ୍ଟ କରାଇଛନ୍ତି। ଆଉ କହିଛନ୍ତି, ଏବେ ଆମକୁ କେବଳ ଏକ ବଡ଼ କମ୍ପାନୀର ଆବଶ୍ୟକତା ଅଛି ଯାହା ଏହାକୁ ବହୁଳ ଉତ୍ପାଦନରେ ଆଣିପାରିବ। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି। ଯଦି ଏହି ଇଞ୍ଜିନ ବଜାରକୁ ଆସେ, ତେବେ ଦେଶର ଅର୍ଥନୀତି ପରିବର୍ତ୍ତନ ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756545720.jpg)