• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କ୍ରିକେଟ୍‌ ଏପରି ଏକ ଖେଳ, ଯାହା ପାଇଁ ପିଲାଠୁ ବୃଦ୍ଧ ଯାଏଁ ସଭିଏଁ ପାଗଳ । କ୍ରିକେଟ୍‌ ମ୍ୟାଚ୍‌ ଦେଖିବା ପାଇଁ ଲୋକଙ୍କ ମନରେ ରହିଥାଏ ବେଶ୍‌ ଉତ୍ସାହ । ମ୍ୟାଚ୍‌ର ପ୍ରତିଟି ମୁହୂର୍ତ୍ତ ସହିତ ନିଜକୁ ଜଡ଼ିତ ରଖିଥାନ୍ତି ଦର୍ଶକ । ୨୦୨୨ ସରିବାକୁ ମାତ୍ର ଆଉ କେଇଟା ଦିନ ବାକି ରହିଲା । ଏହିବର୍ଷ ଅନେକ କିର୍ତ୍ତୀମାନ ସ୍ଥାପନ କରିଛି ଭାରତୀୟ କ୍ରିକେଟ୍‌ ଟିମ୍‌ । ଦର୍ଶକଙ୍କ ମନ ଜିତିବା ପାଇଁ ଫିଲ୍ଡରେ ଜୋର୍‌ ଲଗାଇଛନ୍ତି ଖେଳାଳି ।

ଉଭୟ ବୋଲିଂ ଓ ବ୍ୟାଟିଂରେ ଜଲୱା ଦେଖାଇଛନ୍ତି ଟିମ୍‌ ଇଣ୍ତିଆ ପ୍ରତ୍ୟେକ ଖେଳାଳି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷରେ ବିରାଟଙ୍କ ଦମଦାର୍‌ ବ୍ୟାଟିଂ ହେଉ ବା ଯୁବ ପ୍ରତିଭା ଇଶାନ୍‌ କିଶନ୍‌ଙ୍କ ଦ୍ୱିଶତକ, ସବୁଥିରେ ବିଶ୍ୱରେ ଚମକୁଥିଲେ ଭାରତୀୟ ଖେଳାଳି । କେବଳ ସଫଳତାର କଥା ନୁହେଁ, ଏମିତି ବି ଅନେକ ଖେଳାଳି ରହିଛନ୍ତି, ଯେଉଁମାନଙ୍କ ପାଇଁ ୨୦୨୨ ବିଫଳତାର ବର୍ଷ ରହିଛି । ତେବେ ଆସନ୍ତୁ ନଜର ପକାଇବା ଏହିବର୍ଷର କିଛି ଦମଦାର୍‌ ଇନିଂସ ଉପରେ..

ଅଧିକ ପଢ଼ନ୍ତୁ:୨୦୨୨ର ୫ ସଫଳ ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା; ବଲିଉଡ୍‌କୁ ଦେଇଛନ୍ତି ନୂଆ ଜୀବନ

ବିରାଟ କୋହଲି(ପାକିସ୍ତାନ ବିପକ୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌)

୨୦୨୨ ପୂର୍ବରୁ ହିଁ ବିରାଟଙ୍କ ଫର୍ମକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିଲା । ତିନିବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଶତକ ହାସଲ କରିପାରି ନଥିଲେ କୋହଲି । ଏମିତିକି ତାଙ୍କ ବ୍ୟାଟ୍‌ରୁ ଲମ୍ବା ଇନିଂସ ମଧ୍ୟ ଦେଖିବାକୁ ମିଳିନଥିଲା । ସେ ନିଜର ଫର୍ମକୁ ନେଇ ନିରାଶ ମଧ୍ୟ ଥିଲେ । କିନ୍ତୁ ୨୦୨୨ ଏସିଆ କପ୍‌ରେ ପ୍ରମାଣ କରିଦେଇଥିଲେ କି ସେ ବଡ଼ ମ୍ୟାଚ୍‌ର ଖେଳାଳି । ଏସିଆ କପ୍‌ର ଅଫଗାନିସ୍ତାନ୍‌ ବିପକ୍ଷ ମ୍ୟାଚ୍‌ରେ ଶତକ ମାରି ଫ୍ୟାନ୍ସଙ୍କ ମନ ଜିତିଥିଲେ ବିରାଟ୍‌ ।

Virat Kohli(Virat Kohli)

ସେହିପରି ଟି-ଟ୍ୱେଣ୍ଟି ବିଶ୍ୱକପର ହାଇଭୋଲଟେଜ୍ ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରି ଦେଶବାସୀଙ୍କୁ ଆଗୁଆ ଦୀପାବଳି ଉପହାର ଦେଇଥିଲେ ବିରାଟ । ମେଲବର୍ଣ୍ଣରେ ପାକିସ୍ତାନକୁ ୪ ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା ଟିମ୍‌ ଇଣ୍ତିଆ । ଏହା ସହିତ ଗତ ବିଶ୍ୱକପର ପ୍ରତିଶୋଧ ନେଇଥିଲେ କିଙ୍ଗ୍ କୋହଲି । ପୁଣି ଥରେ ପ୍ରମାଣିତ କରିଛନ୍ତି ସେ ବଡ଼ ମ୍ୟାଚର ପ୍ଲେୟାର ।

ଇଶାନ୍‌ କିଶନ୍‌(ବାଲାଂଦେଶ ବିପକ୍ଷ ଦ୍ୱିଶତକ)

ଦ୍ୱିଶତକ ହାସଲ କରିବାରେ ତାଲିକାରେ ଭାରତୀୟଙ୍କ ନାମ ସବୁଠୁ ଆଗରେ । ଟିମ୍‌ ଇଣ୍ତିଆର ବାମହାତୀ ବ୍ୟାଟ୍ସମ୍ୟାନ୍‌ ଇଶାନ୍‌ କିଶନ୍‌ ବାଂଲାଦେଶ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଦ୍ୱିଶତକ ହାସଲ କରିଛନ୍ତି । ୧୨୬ଟି ବଲ୍‌ରୁ ୨୩ ଚୌକା ଓ ୯ ଛକା ଜରିଆରେ ଦ୍ୱିଶତକ ହାସଲ କରିଛନ୍ତି ଇଶାନ । ଦିନିକିଆରେ ଦ୍ରୁତତମ ଦ୍ୱିଶତକର ରେକର୍ଡ କଲେ ଇଶାନ କିଶନ । ୧୩୧ଟି ବଲ୍‌ରୁ ୨୪ ଚୌକା ଓ ୧୦ ଛକା ଜରିଆରେ ୨୧୦ ରନ ହାସଲ କରିଛନ୍ତି । ଇଶାନ ବ୍ୟାଟିଂ ଆରମ୍ଭରୁ ହିଁ ବୋଲର୍‌ଙ୍କ ଉପରେ ଭାରି ପଡ଼ିଥିଲେ । ପ୍ରଥମେ ୮୬ ବଲ୍‌ରେ ନିଜର ଶତକ ହାସଲ କରିଥିଲେ । ଏହାପରେ ସେ ବାଂଲେଦେଶ ବୋଲର୍‌ଙ୍କ ଉପରେ ଛକା ଚୌକାର ବର୍ଷା କରିଥିଲେ ।

Ishan Kisan(Ishan Kisan)

ସୂର୍ଯ୍ୟକୁମାର ଯାଦବ(SKY)

୨୦୨୨ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି କ୍ରିକେଟ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ଦବଦବା ରହିଛି । ଟି-ଟ୍ୱେଣ୍ଟି ବ୍ୟାଟିଂ ତାଲିକାରେ ସେ ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି । ୟୁନିକ୍‌ ସଟ୍‌ ଖେଳିବାରେ ମାହିର୍‌ ସୂର୍ଯ୍ୟକୁମାରଙ୍କୁ Mr 360 ଆଖ୍ୟା ମଧ୍ୟ ଦିଆଯାଇଛି । ୱିକେଟ୍‌ କିପର୍‌ର ମୁଣ୍ତ ଉପରେ ବଲ୍‌କୁ ବାଉଣ୍ତ୍ରୀ ବାହାରକୁ ମାରିବାରେ ଉସତାଦ୍‌ ସେ । ଏସିଆ କପ୍‌ ହେଉ ବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସବୁଥିରେ ସେ ନିଜ ଜଲୱା ଦେଖାଇଥିଲେ । ୨୦୨୨ ମାଉଣ୍ଟ ମାଉଙ୍ଗାନୁଇରେ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚ୍‌ରେ ୫୧ ବଲରେ ୧୧୧ ରନ ସ୍କୋର କରିଥିଲେ, ଯେଉଁଥିରେ ୧୧ଟା ଚୌକା ଓ ୭ଟି ଛକା ସାମିଲ୍ ଥିଲା।

SKY(SKY)

ଅଳ୍ପ ସମୟ ମଧ୍ୟରେ ନିଜର କ୍ୟାରିଅର୍‌କୁ ଉଚ୍ଚତାର ଶିଖରରେ ପହଞ୍ଚାଇଥିବା ଭାରତୀୟ ଖେଳାଳି ହେଉଛନ୍ତି ଋଷଭ ପନ୍ତ । କିନ୍ତୁ ବର୍ଷ ୨୦୨୨ ତାଙ୍କ ପାଇଁ ଏତେ ଭଲ ନଥିଲା । ଖରାପ ଫର୍ମ କାରଣରୁ ତାଙ୍କ କ୍ୟାରିଅର୍‌ ଉପରେ ବାରମ୍ବାର ପ୍ରଶ୍ନ ଉଠିବାରେ ଲାଗିଥିଲା । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ତାଙ୍କୁ ଖେଳିବାକୁ ସୁଯୋଗ ମଧ୍ୟ ମିଳିନଥିଲା । ତାଙ୍କ ବଦଳରେ ଦିନେଶ କାର୍ତ୍ତିକଙ୍କୁ ପ୍ଲେଇଙ୍ଗ ଇଲେଭେନ୍‌ରେ ସାମିଲ କରାଯାଇଥିଲା ।

Rishab Pant(Rishab Pant)

ଭାରତୀୟ ଟିମ୍‌ର ଉପଅଧିନାୟକ କେ ଏଲ୍‌ ରାହୁଲ ନିଜ ଫର୍ମକୁ ନେଇ ବେଶ୍‌ ନିରାଶ ରହିଛନ୍ତି । ତାଙ୍କ ବ୍ୟାଟ୍‌ରୁ ଟିମ୍‌କୁ ଲମ୍ବା ଇନିଂସ ଆଶା ଥିବା ବେଳେ ଉଭୟ ଟିମ୍‌ ଓ ଫ୍ୟାନ୍ସଙ୍କୁ ସେ ନିରାଶ କରିଛନ୍ତି । ଆଇପିଏଲ୍‌ରେ ତାଙ୍କର ଧୁଆଁଦାର ବ୍ୟାଟିଂ ଦର୍ଶକଙ୍କ ମନ ଜିତିଥିଲା । ସେହିପରି ଅଧିନାୟକ ରୋହିତ ଶର୍ମା ମଧ୍ୟ ଖରାପ ଫର୍ମ ସହ ସଂଘର୍ଷ କରୁଛନ୍ତି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ତାଙ୍କ ଠାରୁ ଟିମ୍‌ ଅନେକ ଆଶା ରଖିଥିବା ବେଳେ ସେ କିନ୍ତୁ ସେମିତି କିଛି ଯାଦୁ ଦେଖାଇ ପାରିନଥିଲେ ।

K.L.Rahul(K.L.Rahul)

ଟିମ୍‌ ଇଣ୍ତିଆ ଏସିଆ କପ୍‌ ଏବଂ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ବିଫଳତାର ମୁଖ୍ୟ କାରଣ ଥିଲା ବୋଲିଂ । ଯଶପ୍ରିତ ବୁମ୍ରାଙ୍କ ଆହତ ସମସ୍ୟା ଟିମ୍‌ର ବୋଲିଂ ୟୁନିଟ୍‌କୁ ଦୁର୍ବଳ କରିଥିଲା । ବହୁ ଅନୁଭବୀ ବୋଲର୍‌ ଭୁବନେଶ୍ୱର କୁମାର, ଯାହାଙ୍କୁ ଡେଥ୍‌ ସ୍ପେଶାଲିଷ୍ଟ ବୋଲି କୁହାଯାଏ, ସେ କିନ୍ତୁ ସେମିତି କିଛି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲେ ।