ବିଶ୍ବକପ୍ ବିଜୟ ଉତ୍ସବ ପାଳନ ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା ଏହି IT କମ୍ପାନୀ 

ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ଟିମ୍‌ ଇଣ୍ତିଆର ଜବରଦସ୍ତ ବିଜୟ ଉତ୍ସବ ପାଳନ କରିବାକୁ ଆଇଟି କମ୍ପାନୀ ‘Xpheno’ ୧ ଜୁଲାଇକୁ ଛୁଟି ଘୋଷଣା କରିଛି ।

Xpheno

୨୦୦୭ ପରେ ୨୦୨୪ । ଧୋନିଙ୍କ ପରେ ରୋହିତ । ୧୭ ବର୍ଷ ଲମ୍ବା ପ୍ରତୀକ୍ଷାର ଅନ୍ତ । ଦ୍ବିତୀୟ ଥର ପାଇଁ ଟି-ଟ୍ବେଣ୍ଟି ବିଶ୍ବକପ୍ ନିଜ ନାଁରେ କରିଛି ଟିମ୍ ଇଣ୍ଡିଆ। ଆଉ ମେନ୍ ଇନ୍ ବ୍ଲୁର ବିଜୟ ପରେ ଝୁମି ଉଠିଛି ସାରା ଦେଶ । ଆଉ ଟିମ୍‌ ଇଣ୍ତିଆର ଜବରଦସ୍ତ ବିଜୟ ଉତ୍ସବ ପାଳନ କରିବାକୁ ଆଇଟି କମ୍ପାନୀ ‘Xpheno’ ୧ ଜୁଲାଇକୁ ଛୁଟି ଘୋଷଣା କରିଛି । ବିଜୟ ଉତ୍ସବ ପାଳନ କରିବା ପାଇଁ କମ୍ପାନୀ  ୧ ଜୁଲାଇରେ ସମସ୍ତ କର୍ମଚାରୀମାନଙ୍କୁ ଛୁଟି ଦେଇଛି ।

Xpheno ହେଉଛି ଏକ ଚାକିରି ଖୋଜିବା କମ୍ପାନୀ ଯାହାକି ଚାକିରି ପାଇଁ ଲୋକଙ୍କୁ ଖୋଜିବାରେ ବିଶେଷ ସାହାଯ୍ୟ କରିଥାଏ । ଏହି କମ୍ପାନୀ ସିଧାସଳଖ ଚାକିରି ଯୋଗାଇ ନଥାଏ, ଆଇଟି କ୍ଷେତ୍ରରେ କର୍ମଚାରୀ ଖୋଜିବାରେ ସାହାଯ୍ୟ କରେ । ଏହା ବେଙ୍ଗାଲୁରୁ ଭିତ୍ତିକ କମ୍ପାନୀ । ଏଥିରେ ୫୦୦ରୁ ଅଧିକ କର୍ମଚାରୀ କାମ କରନ୍ତି।

ଅଧିକ ପଢ଼ନ୍ତୁ: ୱେଷ୍ଟ ଇଣ୍ଡିଜରେ ଫସିଛି ବିଶ୍ୱ ବିଜୟୀ ଟିମ୍‌ ଇଣ୍ଡିଆ, ବାଟ ଓଗାଳୁଛି ‘ବାରିଲ’

Xphenoର ୱାର୍କଫୋର୍ସ ରିସର୍ଚ୍ଚ ହେଡ ପ୍ରସାଦ ଏମଏସ କହିଛନ୍ତି ଯେ, 'ଏହି ନିଷ୍ପତ୍ତି ଆମର ସମସ୍ତ କର୍ମଚାରୀଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ଏହା ସ୍ବତନ୍ତ୍ର, କାରଣ ମାସର ପ୍ରଥମ ଦିନ ସାଧାରଣତଃ ପ୍ରବଳ କାମ ରହିଥାଏ । କିନ୍ତୁ ଟିମ୍ ଇଣ୍ଡିଆର ଉତ୍କୃଷ୍ଟ ପ୍ରଦର୍ଶନକୁ ସମ୍ମାନ ଦେବା ପାଇଁ ଛୁଟି ଦେବାକୁ ନିଷ୍ପତ୍ତି ନିଆଯାଇଛି।’

ସେପଟେ ଖୁସିର ମାହୋଲ ଭିତରେ ୱେଷ୍ଟ ଇଣ୍ଡିଜରେ ଫସିଛି ବିଶ୍ବ ଚାମ୍ପିଅନ ଟିମ୍‌ ଇଣ୍ଡିଆ । ବାଟ ଓଗାଳୁଛି ସାମୁଦ୍ରିକ ଝଡ଼ । ଘୂର୍ଣ୍ଣିଝଡ଼ ଯୋଗୁଁ ବାର୍ବାଡସ୍‌ ଛାଡ଼ିବା ବିଳମ୍ବ ହେଉଛି। ହରିକେନ ‘ବାରିଲ’ ପାଇଁ ବିମାନ ସେବା ପ୍ରଭାବିତ ହୋଇଛି। ବାର୍ବାଡସରୁ ନ୍ୟୁୟର୍କ ଭାୟା ଦୁବାଇ ଦେଇ ଦିଲ୍ଲୀ ଫେରିଥାନ୍ତେ ସପୋର୍ଟ ଷ୍ଟାଫ ଓ ପରିବାର ସହ ପ୍ରାୟ ୭୦ ଜଣ । ମାତ୍ର ଭାରତୀୟ ସମୟ ଆଜି ରାତି ସାଢ଼େ ୮ରେ ଫେରି ପାରିବେନି । କେତେ ବିଳମ୍ବରେ ଫେରିବେ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇନି।

ବିମାନ ଉଡ଼ାଣ ପାଇଁ ପାଗ ଅନୁକୁଳ ନଥିବାରୁ ଭାରତ ଫେରିବାରେ ବିଳମ୍ବ ହେଉଛି । ଏଣୁ ବିଜୟୀ ଟିମ୍, ବିସିସିଆଇ ଅଫିସିଆଲ ଏବଂ ଟିମ୍‌ର ପରିବାର ସଦସ୍ୟଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବା ପାଇଁ ସ୍ବତନ୍ତ୍ର ବିମାନର ବ୍ୟବସ୍ଥା ବିସିସିଆଇ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି । ଏ ବାବଦରେ ପିଏମଓ ସହ ଯୋଗାଯୋଗ କରାଯାଉଥିବା ଜଣାପଡ଼ିଛି । ଆଣ୍ଟଲାଟିକରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ବାରିଲ୍‌ କାଟାଗୋରୀ-୩ଶ୍ରେଣୀର ବୋଲି ସେଠାକାର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଏହା ଇଷ୍ଟ ସାଉଥଇଷ୍ଟ ବାର୍ବାଡସରୁ ୫୭୦ କିଲୋମିଟର ଦୂରରେ ରହିଥିବା ବେଳେ ୨୧୦ କିମି ବେଗରେ ଆଗକୁ ବଢୁଛି।

ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆକୁ ୧୨୫ କୋଟି ଟଙ୍କାର ପୁରସ୍କାର ଘୋଷଣା କଲା BCCI