/odishatv-khabar/media/post_attachments/uploadimage/library/16_9/16_9_0/s_1697251578.jpg)
World Cup 2023: Today India Vs Pakistan Match
ଭେନ୍ୟୁ ପ୍ରସ୍ତୁତ, ଖେଳାଳି ପ୍ରସ୍ତୁତ, ଦର୍ଶକ ବି ରେଡି । ଏକ ରୋମାଞ୍ଚକର ମୁକାବିଲା ଅପେକ୍ଷାରେ ସାରା ବିଶ୍ୱର କ୍ରିକେଟ ଫ୍ୟାନ୍ । କ୍ରିକେଟ ବିଶ୍ୱକପ୍ରେ ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ ଟକ୍କର । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ୱାନ୍ ଡେ ବିଶ୍ୱକପ୍ର ସବୁ ମ୍ୟାଚ୍ରେ ପାକିସ୍ତାନକୁ ହରାଇଛି ଭାରତ।
ପାକିସ୍ତାନ ବିପକ୍ଷରେ ଅପରାଜେୟ ରେକର୍ଡ ବଜାୟ ଲକ୍ଷ୍ୟରେ ଭାରତ । ରେକର୍ଡ ଏବେ ରହିଛି ୭-୦ । ସେହି ରେକର୍ଡକୁ ଅକ୍ଷୂର୍ଣ୍ଣ ରଖିବାକୁ ଟାର୍ଗେଟ କରିଛି ଭାରତ। ସେପଟେ ପାକିସ୍ତାନ ଏହି କଳଙ୍କକୁ ଲିଭାଇବାକୁ ଚେଷ୍ଟା କରିବ। ତେଣୁ ଆଜିର ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭାରତର ବ୍ୟାଟିଂ ଓ ପାକିସ୍ତାନର ବୋଲିଂ ମଧ୍ୟରେ ହେବ କଡ଼ା ମୁକାବିଲା। ଉଭୟ ଟିମ୍ରେ ରହିଛନ୍ତି ଗେମ୍ ଚେଞ୍ଜର୍ ଓ ଅଭିଜ୍ଞ ଖେଳାଳି । ଓପନର ଶୁବମନ ଗିଲ୍ଙ୍କ ଖେଳିବା ସମ୍ଭାବନା ଅଧିକ ରହିଛି।
ଯଦି ସାହିନ, ରାଉଫ ଏବଂ ହାସନ ଅଲ୍ଲୀଙ୍କ ଭଳି ବୋଲର ଅଛନ୍ତି ପାକିସ୍ତାନ ପାଖରେ ତେବେ ଟିମ୍ ଇଣ୍ଡିଆ ପାଖରେ ରୋହିତ, ବିରାଟ, ରାହୁଲଙ୍କ ଭଳି ବ୍ୟାଟର୍ସ ବି ଅଛନ୍ତି । ତେଣୁ ବିଶ୍ୱକପ୍ରେ ଏ ପର୍ଯ଼୍ୟନ୍ତ ଅନ୍ବିଟେନ ଥିବା ଟିମ୍ ଇଣ୍ଡିଆ ସେହି ରେକର୍ଡକୁ କାଏମ ରଖିବା ଲକ୍ଷ୍ୟରେ ରହିବ । ହେଲେ ବି ଲଢେଇ ତ କାଣ୍ଟେ କା ହେବ ଏଥିରେ କୌଣସି ସନ୍ଦେହ ନାହିଁ ।
#ଆଜି_ଭାରତ_ପାକିସ୍ତାନ_ଟକ୍କର#ବିଶ୍ୱକପ୍ର_ସବୁଠାରୁ_ବଡ଼_ଫାଇଟ
ଭେନ୍ୟୁ ପ୍ରସ୍ତୁତ, ଖେଳାଳି ପ୍ରସ୍ତୁତ, ଦର୍ଶକ ବି ରେଡି...ଏକ ରୋମାଞ୍ଚକର ମୁକାବିଲା ଅପେକ୍ଷାରେ ସାରା ବିଶ୍ୱର କ୍ରିକେଟ ଫ୍ୟାନ...#ICCWorldCup2023#IndiaVsPakistan#WorldCup2023pic.twitter.com/CCDiRlAfgV— ଓଟିଭି (@otvkhabar) October 14, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)