Advertisment

World Cup 2023: ଆଜି ହାଇଭୋଲଟେଜ ମ୍ୟାଚ୍‌, ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ-ଅଷ୍ଟ୍ରେଲିଆ

ବିଶ୍ୱକପ୍‌ କ୍ରିକେଟ୍‌ରେ ଆଜି ହାଇଭୋଲଟେଜ ମ୍ୟାଚ୍‌। ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ-ଅଷ୍ଟ୍ରେଲିଆ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ ଦୁଇ ଦଳ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
World Cup 2023

World Cup 2023

ବିଶ୍ୱକପ୍‌ କ୍ରିକେଟ୍‌ରେ ଆଜି ହାଇଭୋଲଟେଜ ମ୍ୟାଚ୍‌। ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ-ଅଷ୍ଟ୍ରେଲିଆ । ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଚେଷ୍ଟା କରିବେ ଦୁଇ ଦଳ । ତେବେ ଘରୋଇ ମାଟିରେ ଏଥର ଭାରତ ବିଶ୍ୱକପ୍ ଜିତିବ ବୋଲି ସବୁ କ୍ରିକେଟ ପ୍ରେମୀଙ୍କ ଆଶା ରହିଛି। ବିଶ୍ୱକପ୍‌ରେ ଯ଼ଦିଓ ଫେସ୍‌ ଟୁ ଫେସ୍‌ରେ ଅଷ୍ଟ୍ରେଲିଆର ପଲ୍ଲା ଭାରି ହେଲେ ନମ୍ବର ୱାନ୍‌ ଟିମ୍‌ ଇଣ୍ଡିଆ ଜବରଦସ୍ତ ଫର୍ମରେ ।

Advertisment

ଶୁଭମନ ଗିଲ୍‌ଙ୍କ ଆହତ ହେବା ଦଳ ପାଇଁ ଚିନ୍ତା ବଢାଇଛି ନିଶ୍ଚୟ । ହେଲେ ତାଙ୍କ ଅନୁପସ୍ଥିତିରେ ବି ଦଳ ସନ୍ତୁଳିତ ଏବଂ ଶକ୍ତିଶାଳୀ । ହେଲେ କଙ୍ଗାରୁ ଟିମ୍‌ ବି ଭଲ ଫର୍ମକୁ ଫେରିଛି । ଏକଥା ୱାର୍ମ ଅପ୍‌ ମ୍ୟାଚ୍‌ରେ ଦଳ ସଂକେତ ଦେଇସାରିଛି । ଆଜି ଚେନ୍ନାଇରେ ହେବ ବ୍ଲକ୍‌ବ୍ଲଷ୍ଟର ମୁକାବିଲା। ଲଢେଇ ହେବ କଙ୍ଗାରୁ ଟିମ୍‌ ଓ ୱାର୍ଲଡ୍‌ର ନମ୍ବର ୱାନ୍‌ ଟିମ୍‌ ଭାରତ ମଧ୍ୟରେ। 

୫ ଥରର ବିଶ୍ୱ ଚାମ୍ପିଅନ ଅଷ୍ଟ୍ରେଲିଆ ସହ ପୁଣି ୨୦୧୧ର ବିଶ୍ୱକପ୍‌ ଇତିହାସର ପୁନରାବୃତ୍ତି ହେବା ସମ୍ଭାବନା ରଖିଛି ଭାରତ। ହେଲେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ ସବୁବେଳେ ଡୋମିନେଟିଂ କ୍ରିକେଟ ଖେଳି ଆସିଛି , ଏମିତି ବି ଦଳର ବିଶ୍ୱକପ୍‌ରେ ଅଭିଯ଼ାନ ସବୁବେଳେ ଦମ୍‌ଦାର ହୋଇଛି। ଏ ପର୍ଯ଼୍ୟନ୍ତ ବିଶ୍ୱକପ୍‌ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୧୨ଟି ମ୍ୟାଚ୍‌ ଖେଳା ଯ଼ାଇଛି ଏବଂ ଅଷ୍ଟ୍ରେଲିଆ ସପକ୍ଷରେ ରେକର୍ଡ ଅଛି।

Advertisment

ଦଳ ୮ଟି ମ୍ୟାଚ୍‌ ଜିତିଛି ଏବଂ ଭାରତ ୪ଟି ମ୍ୟାଚ୍‌ ଜିତିଛି। ହେଲେ ଏଥରର ବିଶ୍ୱକପ୍‌ ଭିନ୍ନ ହେବ ନିଶ୍ଚୟ। କାରଣ ଭାରୀତୟ ଦଳ ଜବରଦସ୍ତ ଫର୍ମରେ ରହିଛି। ନିକଟରେ ଖେଳାଯ଼ାଇଥିବା ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜରେ ପରାଜିତ ବି କରିଛି ଏବଂ କଙ୍ଗାରୁ ଟିମ୍‌ ଠାରୁ ଆଉ ଗୋଟେ ଆଡଭାଣ୍ଟଭେଜ ସ୍ଥିତିରେ ଭାରତ ଅଛି। ତା’ ହେଉଛି ହୋମ୍‌ ଗ୍ରାଉଣ୍ଡ ଏବଂ ହୋମ୍‌ କ୍ରାଉଡର ସପୋର୍ଟ।

Advertisment
Advertisment