• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଶ୍ୱକପରେ ଆଜି ଦିଲ୍ଲୀରେ ଭାରତ-ଆଫଗାନିସ୍ତାନ ଟକ୍କର । ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଟିମ୍‌ ଇଣ୍ତିଆ ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇବା ପରେ ଖେଳାଳିଙ୍କ ମନୋବଳ ଦୃଢ ରହିଛି । ଆଜିର ମ୍ୟାଚରେ ବି ଆଫଗାନିସ୍ତାନକୁ ହରାଇବା ସହ ପଏଣ୍ଟ ବଢାଇବାକୁ ଚେଷ୍ଟା କରିବ ରୋହିତ ବାହିନୀ ।

ତେବେ ଓପନର ଶୁବମନ ଗିଲ୍ ଏ ପର୍ଯ୍ୟନ୍ତ ସୁସ୍ଥ ହୋଇ ନଥିବାରୁ ଚେନ୍ନାଇରେ ଖେଳିଥିବା ଭାରତୀୟ ଏକାଦଶରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା କମ୍ । ତେଣୁ ଇଷାନ୍ କିଷନ ଆଜି ମଧ୍ୟ କ୍ୟାପଟେନ୍ ରୋହିତ ଶର୍ମାଙ୍କ ସହ ଓପନିଂ କରିବାର ଏକ ପ୍ରକାର ନିଶ୍ଚିତ । ଅଷ୍ଟ୍ରେଲିଆ ବିପକ୍ଷରେ ହାଫ ସେଞ୍ଚୁରୀ ଜମାଇ ବିରାଟ କୋହଲି ଓ କେଏଲ ରାହୁଲ୍ ଫର୍ମରେ ଥିବା ଦର୍ଶାଇଛନ୍ତି ।

ସେପଟେ ଧର୍ମଶାଳାରେ ନିଜର ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ହାରିଥିବା ଆଫଗାନିସ୍ତାନ ଟିମ୍ ଭାରତୀୟ ଦଳକୁ ଟକ୍କର ଦେବାକୁ ଚେଷ୍ଟା କରିବ । ହେଲେ ଆଫଗାନିସ୍ତାନ କେବେ ବି କୌଣସି ଫର୍ମାଟରେ ଭାରତକୁ ହରାଇ ପାରିନାହିଁ । ଏ ପର୍ଯ୍ୟନ୍ତ ଉଭୟ ରାଷ୍ଟ୍ର ୩ଟି ଦିନିକିଆ ଖେଳିଥିବା ବେଳେ ୨ଟିରେ ଭାରତ ବିଜୟୀ ହୋଇଥିଲା । ଆଉ ଗୋଟିଏ ମ୍ୟାଚ ଟାଏ ରହିଥିଲା । ସେହିପରି ୨ଟି ଟିଟ୍ୱେଣ୍ଟିରେ ଓ ଏକମାତ୍ର ଟେଷ୍ଟରେ ଭାରତ ହିଁ ଜିତିଥିଲା । 

ତେବେ ମ୍ୟାଚ୍‌ଟି ଦର୍ଶକଙ୍କ ଅନୁକୋଣରୁ ବେଶ୍‌ ରୋମାଞ୍ଚକ ହେବ । କାହିଁକି ନା ଚଳିତ ଆଇପିଏଲ୍‌ ସଂସ୍କରଣରେ ଲକ୍ଷ୍ନୌ ପଟୁ ଖେଳୁଥିବା ଆଫଗାନିସ୍ତାନ ଖେଳାଳି ନବୀନ ଉଲ୍‌ ହକ୍‌ଙ୍କ ସହ ପାଟିଟୁଣ୍ତ ହୋଇଥିବାର ଦେଖିବାକୁ ମିଳିଥିଲା । ଆଜିର ମ୍ୟାଚ୍‌ରେ ଦୁଇ ଖେଳାଳି ସାମ୍ନାସାମ୍ନି ହେବାକୁ ଥିବା ବେଳେ ମ୍ୟାଚ୍‌ଟି ରୋମାଞ୍ଚକ ହୋଇପାରେ ।