• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କୋହଲିଙ୍କୁ ବିଶ୍ୱର ସବୁଠୁ ଫିଟ୍‌ କ୍ରିକେଟର୍‌ ବୋଲି କୁହାଯାଏ । ନିଜ ଶରୀରକୁ ନେଇ ସେ ବେଶ୍‌ ଯତ୍ନବାନ । ସୋସିଆଲ ମିଡିଆରେ ନିଜର ୱାର୍କଆଉଟ୍ ଭିଡିଓ ଏବଂ ଫିଟ୍ ରହିବା ପାଇଁ କ’ଣ କରିବାକୁ ପଡ଼ିବ, ସେନେଇ ଅନେକ ଭିଡିଓ ପୋଷ୍ଟ କରିଥାନ୍ତି କୋହଲି । ଯାହାକୁ ତାଙ୍କର କୋଟି କୋଟି ଫ୍ୟାନ୍ସ ଅନୁସରଣ କରିଥାନ୍ତି । ସମସ୍ତେ କୋହଲିଙ୍କୁ ଡେବ୍ୟୁ କରିଥିବା ବେଳେ ଦେଖିଥିବେ । ସେତେବେଳର କୋହଲି ଏବଂ ବର୍ତ୍ତମାନର କୋହଲି ମଧ୍ୟରେ ଅନେକ ତଫାତ । ବର୍ତ୍ତମାନ ଅଧିକାଂଶ ଖେଳାଳି କୋହଲିଙ୍କ ଫିଟ୍‌ ପ୍ରଣାଳୀକୁ ଆପଣାଉଛନ୍ତି ।

ଆଜି ଜିମ୍ବାୱେ ବିପକ୍ଷ ମ୍ୟାଚ୍‌ରେ କୋହଲି ବ୍ୟାଟିଂ କରୁଥିବା ବେଳେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଲା । ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ସଂଘର୍ଷ କରୁଥିଲେ କୋହଲି । ମେଲବର୍ଣ୍ଣ କ୍ରିକେଟ୍‌ ଷ୍ଟାଡିୟମରେ ଆଜି ଜିମ୍ବାୱେ ବିପକ୍ଷରେ ଟିମ୍‌ ଇଣ୍ତିଆ ଶେଷ ଗ୍ରୁପ୍‌ ମ୍ୟାଚ୍‌ ଥିଲା । କ୍ୟାପ୍ଟେନ୍‌ ରୋହିତଙ୍କ ୱିକେଟ୍‌ ପଡ଼ିବା ପରେ ପଡ଼ିଆକୁ ଓହ୍ଲାଇଥିଲେ କିଙ୍ଗ କୋହଲି । ରାହୁଲ୍‌ଙ୍କ ସହ ପାର୍ଟନରସିପ୍‌ ଚାଲିଥିବା ବେଳେ ହଠାତ୍‌ ବିରାଟ ନିଜ ଛାତିକୁ ଧରି ଛିଡ଼ା ହୋଇରହିଲେ । କୋହଲି ସିଙ୍ଗଲ୍‌ ରନ୍‌ ନେଉଥିବା ବେଳେ ହଠାତ ଧଇଁସଇଁ ହୋଇପଡ଼ିଲେ । ନିଶ୍ୱାସ ପ୍ରଶ୍ୱାସ ନେବା ବେଳେ ସଂଘର୍ଷ କରୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

 

ଏହି ଘଟଣାଟି ମ୍ୟାଚ୍‌ର ସପ୍ତମ ଓଭର୍‌ରେ ଦେଖିବାକୁ ମିଳିଥିଲା । ସିଙ୍ଗଲ୍‌ ଓ ଡବଲ୍‌ ରନ୍‌ ନେବାରେ ମାହିର କୋହଲି ପ୍ରଥମେ ସପ୍ତମ ଓଭର୍‌ର ପ୍ରଥମ ବଲ୍‌ରେ ୨ ରନ୍‌ ନେଇଥିଲେ । ଏହାପର ବଲ୍‌ରେ ସିଙ୍ଗଲ୍‌ ରନ୍‌ ନେଇଥିଲେ । ଏହି ସମୟରେ କୋହଲି କିଛି ସମୟ ପାଇଁ ଛିଡ଼ା ହୋଇ ଦୀର୍ଘ ନିଶ୍ୱାସ ନେଉଥିବାର ଦେଖିବାକୁ ମିଳିଥିଲା । ଲଗାତାର ଭାବେ ଦୌଡ଼ିବା କାରଣରୁ ଏପରି ଧଇଁସଇଁ ହୋଇପଡ଼ିଥିବା କୁହାଯାଉଛି ।

ତେବେ ସବୁବେଳେ ଫିଟ୍‌ ରହୁଥିବା କୋହଲିଙ୍କ ଏପରି ଅବସ୍ଥା କାହିଁକି ହେଲା, ସେନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଛି ।