Neeraj Chopra Marriage: ହଠାତ୍ ନିଜ ବିବାହର ଫଟୋ ଶେୟାରକଲେ ନିରୋଜ ଚୋପ୍ରା, କାହାକୁ କଲେ ବିବାହ, କ’ଣ ତାଙ୍କ ପରିଚୟ...

ଫ୍ୟାନ୍‌ଙ୍କୁ ଚମକାଇ ଦେଇଛନ୍ତି ନିରୋଜ ଚୋପ୍ରା । ହଠାତ୍ ନିଜ ବିବାହ ସମ୍ପର୍କରେ ଘୋଷଣା କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଫ୍ୟାନ୍‌।

ନିରୋଜ ଚୋପ୍ରା ପତ୍ନୀଙ୍କ ନାମ ହିମାନି ମୋର

ଫ୍ୟାନ୍‌ଙ୍କୁ ଚମକାଇଲେ ନିରୋଜ ଚୋପ୍ରା । ହଠାତ୍ ନିଜ ବିବାହ ସମ୍ପର୍କରେ ଘୋଷଣା କରିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଫ୍ୟାନ୍‌ । ପ୍ୟାରିସରେ ଅଲିମ୍ପିକ୍ ସମୟରେ ସୁଟର ମନୁ ଭାକର ଓ ଜାଭେଲିନ୍ ଖେଳାଳି ନୀରଜ ଚୋପ୍ରାଙ୍କ ବିବାହକୁ ନେଇ ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଥିଲା ।

ନିରୋଜ ଓ ମନୁ ପରସ୍ପର ମଧ୍ୟରେ କଥା ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ସୋସିଆଲ ମିଡ଼ିଆରେ ନିଆଁ ଲଗାଇ ଦେଇଥିଲା ।  ଦୁହେଁ ଯେଉଁଭଳି ଭାବେ ଚୁପି ଚୁପି କଥା ହେଉଥିଲେ ଏବଂ ପରସ୍ପରକୁ ଚାହିଁ ହସୁଥିଲେ, ଏହାକୁ ଦେଖି ତାଙ୍କ ଫ୍ୟାନ ଭ୍ରମରେ ପଡିବା ସହ ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଥିଲେ । ଏ ସମ୍ପର୍କିତ ଖବର ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଥିଲା । ତେବେ ଏହାପରେ ଏହି କଥାକୁ ଉଭୟଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଇଥିଲା ।

ତେବେ ନିରୋଜ ଚୋପ୍ରା ହଠାତ୍ ନିଜ ବିବାହର ଫଟୋ ଶେୟାର କରିବା ସହ ନିଜ ପତ୍ନୀଙ୍କ ନାମ ଘୋଷଣା କରିବାପରେ ପ୍ରଶଂସକ ଚକିତ ହୋଇଛନ୍ତି । ତେବେ ନିରୋଜ ନିଜ ଜୀବନ ସାଥୀଙ୍କ ନାମ ଏବଂ ବିବାହ ସମ୍ପର୍କରେ ସୋସିଆଲ ମିଡ଼ିଆ ପୋଷ୍ଟ ମାଧ୍ୟମରେ ଜଣାଇଛନ୍ତି । ନିରୋଜ ଚୋପ୍ରା ଏହି ଫଟୋ ସେୟାର କରି ପ୍ରଶଂସକଙ୍କ ଠାରୁ ଆଶୀର୍ବାଦ ଆଶା କରିଛନ୍ତି । ତେବେ ସେ କାହିଁକି ଏକ ପ୍ରାଇଭେଟ ପାର୍ଟିରେ ଲୁଚି ଲୁଚି ବାହା ହୋଇଗଲେ ତାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ ବିଭିନ୍ନ ପ୍ରଶ୍ନ ପଚାରିଥିବା ଦେଖିବାକୁ ମିଳିଛି  । ଉଭୟଙ୍କ ବିବାହ ଦୁଇ ଦିନ ତଳେ ହିମାଚଳରେ ହାତ ଗଣତି ୪୦-୫୦ ଜଣ ପରିବାର ଲୋକଙ୍କ ଉପସ୍ଥିତିରେ ହୋଇଛି । ତେବେ ଆସନ୍ତୁ ଜାଣିବା ଏହି 'ଗୋଲଡେନ ବୟଙ୍କ' ପତ୍ନୀଙ୍କ ସମ୍ପର୍କରେ ......  

ଅଧିକ ପଢନ୍ତୁ: ବିବାହ ବନ୍ଧନରେ ଆବଦ୍ଧ ହେଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା...


ନିରୋଜ ଚୋପ୍ରା ପତ୍ନୀଙ୍କ ନାମ ହିମାନି ମୋର  ।  ହିମାନିଙ୍କ ଘର  ହରିୟାଣାର ସନିପତ ସହରରେ । ୨୫ ବର୍ଷୀୟା ହିମାନୀ ମୋରଙ୍କର ଉଭୟ ଶିକ୍ଷା ଏବଂ କ୍ରୀଡା କ୍ଷେତ୍ରରେ ଦକ୍ଷତା ରହିଛି । ସେ ବର୍ତ୍ତମାନ ଆମେରିକାର ଫ୍ରାଙ୍କଲିନ୍ ପିଅର୍ସ ବିଶ୍ୱବିଦ୍ୟାଳୟରେ (Franklin Pierce University) କ୍ରୀଡା ପରିଚାଳନା ବିଭାଗରେ (Sports Management (Major) ଅଧ୍ୟୟନରତ ଅଛନ୍ତି । ହିମାନୀ ଦିଲ୍ଲୀର ମିରାଣ୍ଡା ହାଉସରୁ(Miranda House) ରାଜନୀତି ବିଜ୍ଞାନ ଏବଂ ଶାରୀରିକ ଶିକ୍ଷାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି  । ହିମାନି ଜଣେ ଜାତୀୟ ସ୍ତରୀୟ ଟେନିସ୍ ଖେଳାଳି । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ତରଫରୁ ୨୦୧୭ ମସିହାରେ ଜାତୀୟ ବିଶ୍ୱ ସ୍ତରୀୟ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ । ସେ ୨୦୧୬ ରେ ମାଲେସିଆରେ ଅନୁଷ୍ଠିତ ବିଶ୍ୱ ଜୁନିଅର ଟେନିସ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି  । 

ଅନ୍ୟପଟେ ନିଜର ଗୋପନୀୟ ବିବାହପରି ଉଭୟ ହନିମୁନ୍ ପାଇଁ ଦେଶ ବାହାରକୁ କାହାକୁ କିଛି ନଜଣାଇ ଗୋପନୀୟ ସ୍ଥାନକୁ ଚାଲିଯାଇଥିବା ଜଣାପଡିଛି  । 

ଅଧିକ ପଢନ୍ତୁ:ଦୁଇ ଦିନ ପୂର୍ବରୁ ଖେଳରତ୍ନ ପୁରସ୍କାର ପାଇଥିଲେ ମନୁ ଭାକର, ହଠାତ୍ ମାଡି ଆସିଲା ଦୁଃଖର ପାହାଡ଼