Advertisment

ବିରାଟଙ୍କ କ୍ୟାପ୍ଟେନ୍‌ସିପର ପ୍ରଶଂସା କଲେ ଦାଦା

ବିରାଟଙ୍କ ଟେଷ୍ଟ କ୍ରିକେଟରୁ କ୍ୟାପ୍ଟେନସଇପ୍ ଛାଡିବା ପରେ ନିରାଶ ହୋଇପଡିଛନ୍ତି ଉଭୟ ଫ୍ୟାନ୍ସ ଓ ଭାରତୀୟ ଖେଳାଳି। ସୋସିଆଲ ମିଡିଆରେ ବିରାଟଙ୍କ କ୍ୟାପ୍ଟେନସିପ୍ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିସିସିଆଇ ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି।

author-image
Otv Khabar Bureau
virat kohli and sourav ganguly

virat kohli and sourav ganguly

ଟେଷ୍ଟ କ୍ରିକେଟ୍‌ରୁ ଅଧିନାୟକ ପଦ ଛାଡ଼ିଲେ ବିରାଟ କୋହଲି । ନିଜ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡେଲରୁ ଟୁଇଟ୍‌ କରି ଏ ନେଇ ସୂଚନା ଦେଇଛନ୍ତି ବିରାଟ । ପୂର୍ବରୁ ଟି ଟ୍ୱେଣ୍ଟି, ଦିନିକିଆ ଅଧିନାୟକ ପଦ ବି ଛାଡ଼ିଥିଲେ । ୭ ବର୍ଷ ଧରି ଦଳର ସଫଳତା ପାଇଁ କାର୍ଯ୍ୟ କରିଥିବା ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ପଥ ଯାତ୍ରାରେ ଉତ୍ଥାନ ପତନ ଦେଇ ଗତି କରିଥିବା ମଧ୍ୟ ସେ କହିଛନ୍ତି ।

Advertisment

ବିରାଟଙ୍କ ଟେଷ୍ଟ କ୍ରିକେଟରୁ କ୍ୟାପ୍ଟେନସିପ୍ ଛାଡିବା ପରେ ନିରାଶ ହୋଇପଡିଛନ୍ତି ଉଭୟ ଫ୍ୟାନ୍ସ ଓ ଭାରତୀୟ ଖେଳାଳି। ସୋସିଆଲ ମିଡିଆରେ ବିରାଟଙ୍କ କ୍ୟାପ୍ଟେନସିପ୍ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବିସିସିଆଇ ମୁଖ୍ୟ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ପ୍ରତିକ୍ରିୟା ରଖିଛନ୍ତି।

ଗାଙ୍ଗୁଲି କହିଛନ୍ତି ଯେ, ବିରାଟଙ୍କ ନେତୃତ୍ୱରେ ଭାରତ ସବୁ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରିଛି। ତାଙ୍କର ଅଧିନାୟକ ଭାର ଛାଡିବା ବ୍ୟକ୍ତିଗତ ନିଷ୍ପତ୍ତି। ବିସିସିଆଇ ତାଙ୍କର ଏହି ନିଷ୍ପତ୍ତିକୁ ସମ୍ମାନ କରେ। ସେ ଭବିଷ୍ୟତରେ ଦଳକୁ ଶିଖରରେ ପହଁଚାଇବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବେ। ସେ ଜଣେ ମହାନ ଖେଳାଳି ବୋଲି ଗାଙ୍ଗୁଲି ଟ୍ୱିଟ୍‌ କରି କହିଛନ୍ତି।

Advertisment

ନିକଟରେ ଗାଙ୍ଗୁଲି ଓ କୋହଲିଙ୍କୁ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଉପୁଜିଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଡିସେମ୍ବର ୮ ରେ ବିରାଟଙ୍କୁ ୱାନ୍‌ ଡେ’ ମ୍ୟାଚ୍‌ର ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଏହାପରେ ଟି-୨୦ରୁ ଅଧିନାୟକ ପଦ ନଛାଡିବା ପାଇଁ କୋହଲିଙ୍କୁ ପରାମର୍ଶ ଦେଇଥିଲେ ଗାଙ୍ଗୁଲି। କିନ୍ତୁ ଗାଙ୍ଗୁଲିଙ୍କ କଥା ମାନିବାକୁ ଅସ୍ୱୀକାର କରିଥିଲେ କୋହଲି ଓ ଟି-୨୦ରୁ ମଧ୍ୟ କ୍ୟାପ୍‌ଟେନସିପ୍ ପଦ ଛାଡି ଦେଇଥିଲେ।

ଏହାପରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ବିରାଟ କୋହଲି ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ଏଥିରେ ଯାହା କହିଥିଲେ ତାହା କିନ୍ତୁ ଗାଙ୍ଗୁଲିଙ୍କ କଥାର ସମ୍ପୂର୍ଣ୍ଣ ବୀପରିତ ଥିଲା। ତାଙ୍କୁ କେହି ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କହିନଥିଲେ ବୋଲି କୋହଲି କହିଥିଲେ ।

୨୦୧୪ ମସିହାରେ ବିରାଟ କୋହଲି ଭାରତୀୟ ଟିମ୍‌ର ଟେଷ୍ଟ ଅଧିନାୟକ ଭାବେ ଦାୟିତ୍ୱ ନେଇଥିଲେ। ସେ ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଏହି ଦାୟିତ୍ୱ ଗ୍ରହଣ କରିଥିଲେ । ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୬୮ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିବା ବେଳେ ୪୦ଟିରେ ବିଜୟ ହାସଲ କରିଛି।

Virat Kohli Cricket Sourav Ganguly
Advertisment
Advertisment