• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦକ୍ଷିଣ ଆଫ୍ରିକା ବିପକ୍ଷ ୱାନ୍‌ଡେ ମ୍ୟାଚ୍‌ରୁ ବାଦ ପଡ଼ିଲେ ଭାରତୀୟ ଦ୍ରୁତ ବୋଲର୍‌ ଦୀପକ ଚାହର୍‌ । ଆହତ ସମସ୍ୟା କାରଣରୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି । ତାଙ୍କ ସ୍ଥାନରେ ଅଲରାଉଣ୍ତର ୱାଶିଂଟନ୍‌ ସୁନ୍ଦରଙ୍କୁ ଟିମ୍‌ରେ ସାମିଲ କରାଯାଇଛି । ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଆଜି ରାଞ୍ଚିରେ ଖେଳାଯିବ । ସିରିଜ୍‌ର ଆରମ୍ଭ ମ୍ୟାଚ୍‌ରୁ ହିଁ ଦକ୍ଷିଣ ଆଫ୍ରିକା ବିଜୟ ସହ ୧-୦ ରେ ଆଗୁଆ ରହିଛି । ତେବେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପରେ ପିଠିରେ ଯନ୍ତ୍ରଣା ଅନୁଭବ ହେବାରୁ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସେ ପ୍ଲେଇଙ୍ଗ୍‌ ଇଲେଭେନ୍‌ରେ ସାମିଲ ହୋଇନଥିଲେ ।

ଦୀପକ ଚାହର୍‌ ଆହତ ହେବା ପରେ ବିସିସିଆଇ ପକ୍ଷରୁ ଅଲରାଉଣ୍ତର ୱାଶିଂଟନ ସୁନ୍ଦରଙ୍କୁ ଟିମ୍‌ରେ ସାମିଲ କରାଯାଇଛି । ୱାଶିଂଟନ୍‌ ସୁନ୍ଦର ମଧ୍ୟ ଆହତ କାରଣରୁ ବହୁଦିନ ଧରି ଅନ୍ତର୍ଜାତୀୟ ମ୍ୟାଚ୍‌ରୁ ବିଚ୍ଛିନ୍ନ ରହିଥିଲେ । ବର୍ତ୍ତମାନ ଭାରତୀୟ ଟିମ୍‌ର କେତେକ ପ୍ରମୁଖ ଖେଳାଳି ଆହତ କାରଣରୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି । ଜାଡେଜା ଆଣ୍ଠୁ ଜନିତ ସମସ୍ୟା ଓ ବୁମ୍ରା ବ୍ୟାକ ଇଞ୍ଜୁରୀ ଯୋଗୁ ଟି-୨୦ ବିଶ୍ୱକପରୁ ବାଦ ପଡ଼ିଛନ୍ତି । ବିଶ୍ୱକପ ଭଳି ବଡ଼ ଇଭେଣ୍ଟରୁ ଦୁଇ ପ୍ରମୁଖ ଖେଳାଳି ବାଦ ପଡ଼ିବା ଟିମ୍‌ ଇଣ୍ଡିଆ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି । ଜାଡେଜାଙ୍କ ବଦଳରେ ଅକ୍ଷର ପଟେଲ ଟିମ୍‌ରେ ସାମିଲ ହୋଇଛନ୍ତି।

ଟି-୨୦ ବିଶ୍ୱକପ ପାଇଁ ରୋହିତ ଶର୍ମାଙ୍କ ଟିମ୍‌ ଇଣ୍ଡିଆ ଗୁରୁବାରଠୁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି । ମୁମ୍ବାଇରୁ ବାହାରିଥିବା ୧୪ ଜଣିଆ ସ୍କ୍ୱାଡ ପର୍ଥରେ ପହଞ୍ଚିବା ପରେ କିଛି ଦିନ ବିଶ୍ରାମ ନେବେ । ଏହା ପରେ ଅଗଷ୍ଟ ୧୬ ଓ ୧୭ରେ ଦଳ ଦୁଇଟି ଅଭ୍ୟାସ ମ୍ୟାଚ୍‌ ଖେଳିବ । ଶେଷରେ ୨୩ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ନିଜର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ।