/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700051529.jpg)
Virat kohli scores 50th ODI century
ଅପରାଜେୟ ଭାରତ, ବେଲଗାମ କୋହଲି । ଯେମିତି ବିଶ୍ୱକପ ଆରମ୍ଭରୁ ଭାରତ ଅପରାଜେୟ ରହି ଆସିଛି, ଠିକ ସେପରି ବିରାଟ କୋହଲିଙ୍କ ଫର୍ମ ମଧ୍ୟ ବେଲଗାମ ଭାବେ ଆଗକୁ ମାଡ଼ି ଚାଲିଛି । ଆଜି ପୁଣି ଥରେ ପଡ଼ିଆ ଭିତରେ ନିଜର ଦମ ଦେଖାଇଛନ୍ତି ବିରାଟ । ନିଜର ଆଦର୍ଶ ସଚିନ ତେନ୍ଦୁଲକରଙ୍କର ଦୁଇଟି ରେକର୍ଡକୁ କାଟି ଦେଇଛନ୍ତି କୋହଲି । ଗଭୀର ଧୈର୍ଯ୍ୟ ସହ ଆତ୍ମପ୍ରତ୍ୟୟ ଭରା ଇନିଂସ ଖେଳିଛନ୍ତି କୋହଲି ।
ନିହାତି ଅବିଶ୍ୱନୀୟ, ଅପ୍ରତୀଦ୍ୱନ୍ଦୀ, କ୍ରିକେଟର ସମ୍ରାଟ । ଦିନିକିଆ କ୍ରିକେଟରେ ପଚାଶ ତମ ଶତକ ହାସଲ କରିଛନ୍ତି କୋହଲି । ସଚିନ ତେନ୍ଦୁଲକରଙ୍କର ରେକର୍ଡ ୪୯ ତମ ଶତକକୁ ଭାଙ୍ଗି ଆଗକୁ ବଢ଼ିଛନ୍ତି ବିରାଟ । ଭାରତୀୟ କ୍ରିକେଟର ଆନ ବାନ ସାନ ବିରାଟ କୋହଲି ରଚିଛନ୍ତି ଇତିହାସ । କ୍ରିକେଟର ଭଗବାନଙ୍କ ସାମ୍ନାରେ, ତାଙ୍କର ଘରେ, ତାଙ୍କର ରେକର୍ଡ ଭାଙ୍ଗି ଦେଇଛନ୍ତି କୋହଲି । ଏହା ସହ ପ୍ରମାଣ କରି ଦେଇଛନ୍ତି ସେ କାହିଁକି କ୍ରିକେଟର କିଙ୍ଗ ।
ନ୍ୟୁଜିଲାଣ୍ତ ବିପକ୍ଷ ସେମିଫାଇନାଲ ମ୍ୟାଚରେ ୫୯ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ ବିରାଟ । ଅତ୍ୟନ୍ତ ଧୈର୍ଯ୍ୟର ସହ ସେ ଏହି ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ୯୨ ରନ କରିଥିବା ବେଳେ ସେ ଆହତ ଥିବା ପରି ଜଣା ପଡ଼ିଥିଲା । କିନ୍ତୁ ନଛୋଡ଼ବନ୍ଧା କୋହଲି ମ୍ୟାଚ ଛାଡ଼ି ଯାଇନଥିଲେ । ୧୦୬ ବଲରେ ସେ ନିଜର ୫୦ତମ ଶତକ ହାସଲ କରି ନେଇଥିଲେ ।
𝙈𝙊𝙉𝙐𝙈𝙀𝙉𝙏𝘼𝙇! 🫡🫡
Virat Kohli surpasses the legendary Sachin Tendulkar and now has the most centuries in Men's ODIs 👏👏#TeamIndia | #CWC23 | #MenInBlue | #INDvNZ | @imVkohlipic.twitter.com/230u7JAxcJ
— BCCI (@BCCI) November 15, 2023
ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇ ଯାଇଛନ୍ତି । ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ନିଜ ଦିନିକିଆ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ କୋହଲି । ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ନିଜର ୫୦ତମ ଶତକ ହାସଲ କରିଛନ୍ତି । ଏହା ସହ ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ଶତକ ସଂଖ୍ୟା ୮୦ରେ ପହଞ୍ଚି ଯାଇଛି ।
ଅନ୍ୟପଟେ ଶ୍ରେୟାସ ଆୟର ମଧ୍ୟ ଆଜି ଶତକ ହାସଲ କରି ନେଇଛନ୍ତି । ମାତ୍ର ସତୁରୀ ବଲରୁ ୧୦୫ ରନ ସ୍କୋର କରିଛନ୍ତି ସେ । ଅନ୍ୟମାନଙ୍କ ମଧ୍ୟରେ ଶୁବମାନ ଗିଲ ୮୦ ରେ ନଟ ଆଉଟ ରହିଛନ୍ତି । କ୍ୟାପଟେନ ରୋହିତ ଶର୍ମା ୪୭ କରିବା ସହ ରାହୁଲ ୩୯ କରିଥିଲେ । ଭାରତ ତରଫରୁ ନ୍ୟୁଜିଲାଣ୍ତକୁ ୩୯୮ ରନର ବିଶାଳ ଟାର୍ଗେଟ ଦିଆ ଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)