/odishatv-khabar/media/post_attachments/uploadimage/library/16_9/16_9_0/IMAGE_1710846378.jpg)
Virat Kohli
ପ୍ରାୟ ଦୁଇ ମାସ ପରେ କ୍ରିକେଟ୍ ମଇଦାନକୁ ଫେରୁଛନ୍ତି ଚେଜ୍ ମାଷ୍ଟର ବିରାଟ କୋହଲି। ଆଇପିଏଲ ସିଜିନ୍-୧୭ରେ ପାଇଁ ଏବେ ଜୋରସୋରରେ ଅଭ୍ୟାସ ଜାରି ରଖିଛନ୍ତି ବିରାଟ। ଆଇପିଏଲ ସିଜିନ୍-୧୭ର ପ୍ରଥମ ମ୍ୟାଚ୍ରେ ନଜର ଆସିବେ ବିରାଟ କୋହଲି। କାହିଁକି ନା ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ତେବେ ଆଇପିଏଲ ପୂର୍ବରୁ ନୂଆ ଲୁକ୍ରେ ନଜର ଆସିଛନ୍ତି ବିରାଟ କୋହଲି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ୍ ହେଉଥିବା ଫଟୋରେ ବିରାଟଙ୍କ ନୂଆ ହେୟାର ଷ୍ଟାଇଲ ଦେଖିବାକୁ ମିଳିଛି।
💇♂️
The One & Only King Kohli 👑 @imVkohli 👑❤️🏏.
Virat Kohli
Aalim Hakim#viratkohli#kingkohli#viratcut#viratnewhaircut#virat#legend#indian#rcb #2024 #ipl#aalimhakim#hakimsaalimpic.twitter.com/lhh64hnXfh— Aalim Hakim (@AalimHakim) March 19, 2024
ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଫଟାଫଟ୍ କ୍ରିକେଟର ମହାକୁମ୍ଭ ଆଇପିଏଲ। ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ବିରାଟ କୋହଲିଙ୍କୁ ସେଲିବ୍ରିଟି ହେୟାର ଷ୍ଟାଇଲିଷ୍ଟ୍ ଆଲିମ୍ ହାକିମ ଏକ ଲୁକ୍ ଦେଇଛନ୍ତି। ଯାହାର ଫଟୋ ଆଲିମ୍ ହାକିମ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ବିରାଟ ଆଗାମୀ ଆଇପିଏଲ ସିଜିନ୍ରେ ଏକ ନୂଆ ହେୟାରଷ୍ଟାଇଲରେ ନଜର ଆସିବେ । ତେବେ ଏହି ନୂଆ ଲୁକ୍ ତାଙ୍କ ପ୍ରଶଂସକମାନେ ମଧ୍ୟ ବେଶ୍ ପ୍ରଶଂସା କରୁଛନ୍ତି।
ସୂଚନା ଅନୁସାରେ ମାର୍ଚ୍ଚ ୧୮ରେ ଉଦଘାଟନୀ ମ୍ୟାଚରେ ହିଁ ବାଙ୍ଗାଲୋର ଚେନ୍ନାଇକୁ ଭେଟିବ। ଏହି ମ୍ୟାଚ୍ ଚେନ୍ନାଇ ଚେପକ ଷ୍ଟାଡିୟମରେ ଖେଳାଯିବ। ତେବେ ଆଇପିଏଲ ଆରମ୍ଭ ପୂର୍ବରୁ ବିରାଟ ଆରସିବି କ୍ୟାମ୍ପରେ ଯୋଗ ଦେଇ ଜୋରସୋରରେ ଅଭ୍ୟାସ ଜାରି ରଖିଛନ୍ତି। ୨୦୦୮ରୁ ଏପର୍ଯ୍ୟନ୍ତ ବିରାଟ କୋହଲି ଆରସିବି ପାଇଁ ୨୩୭ ମ୍ୟାଚ୍ ଖେଳି ୭୨୬୩ ରନ୍ କରିଛନ୍ତି। ଯେଉଁଥିରେ ୭ ଶତକ ଓ ୫୦ ଅର୍ଦ୍ଧଶତକ ସାମିଲ ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)