Advertisment

ଆଇପିଏଲ୍‌ ୨୦୨୪ ର ପ୍ରଥମ ଓ ବିରାଟଙ୍କ ୮ମ ଶତକ; ରାଜସ୍ଥାନକୁ ୧୮୪ ରନର ଟାର୍ଗେଟ

ଆଇପିଏଲ ୨୦୨୪ର ପ୍ରଥମ ଶତକୀୟ ଇଂନିସ ମଧ୍ୟ ବିରାଟ କୋହଲିଙ୍କ ବ୍ୟାଟରୁ ଆସିଛି । ଏହା ବିରାଟ କୋହଲିଙ୍କ ଅଷ୍ଟମ ଓ ଟି୨୦ରେ ନବମ ଶତକୀୟ ଇଂନିସ ।

author-image
Manoranjan Behera
Virat Kohli

Virat Kohli

ଇତିହାସ ରଚିଲେ ବିରାଟ କୋହଲି । ଆଇପିଏଲରେ ପ୍ରଥମ ଖେଳାଳି ଭାବେ ଆଠଟି ଶତକ ହାସଲ କରି ରେକର୍ଡ କରିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳୁଥିବା ବିରାଟ କୋହଲି ।  ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୬୭ ବଲରୁ ଶତକ ପୂରଣ କରି ୭୨ ବଲରୁ ଅପରାଜିତ ୧୧୩ ରନର ଦମଦାର ଇଂନି ଖେଳିଛନ୍ତି । କୋହଲିଙ୍କ ଶତକ ସହାୟତାରେ ରାଜସ୍ଥାନ ବିପକ୍ଷରେ ନିର୍ଦ୍ଧାରିତ ୨୦ ଓଭରରେ ୧୮୩ ରନ ସଂଗ୍ରହ କରିଛି ଆରସିବି ।

Advertisment

ଆଇପିଏଲ ୨୦୨୪ର ପ୍ରଥମ ଶତକୀୟ ଇଂନିସ ମଧ୍ୟ ବିରାଟ କୋହଲିଙ୍କ ବ୍ୟାଟରୁ ଆସିଛି । ଏହା ବିରାଟ କୋହଲିଙ୍କ ଅଷ୍ଟମ ଓ ଟି୨୦ରେ ନବମ ଶତକୀୟ ଇଂନିସ । ଲଗାତାର ଦୁଇଟି ଆଇପିଏଲ ସିଜିନରେ ଶତକ ହାସଲ କରିବାରେ କୋହଲି ରେକର୍ଡ ମଧ୍ୟ କରିଛନ୍ତି ।

୨୦୧୬ରେ କୋହଲି ଗୋଟିଏ ସଂସ୍କରଣରେ ୪ଟି ଶତକ ହାସଲ କରିଥିଲେ । ୨୦୧୯ରେ ଗୋଟିଏ ଓ ୨୦୨୩ରେ ୨ଟି ଶତକ ହାସଲ କରିଥିଲେ । ଆଇପିଏଲରେ ସର୍ବାଧିକ ଶତକ ହାସଲ କରିବାରେ ବିରାଟ କୋହଲିଙ୍କ ପଛକୁ ରହିଛନ୍ତି ବିସ୍ଫୋରକ ବ୍ୟାଟର କ୍ରିସ ଗେଲ୍ । ଗେଲଙ୍କ ନାଁରେ ରହିଛି ୬ଟି ଶତକ । ତାଲିକାର ତୃତୀୟରେ ରହିଛନ୍ତି ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବା ଜସ ବଟଲର ।

Advertisment

ଏହା ଆଇପିଏଲରେ ବିରାଟଙ୍କ ୮ମ ଶତକ। ତାଙ୍କ ପଛକୁ କ୍ରିସ ଗେଲ ୬ଟି, ଜୋଶ ବଟଲର ୫ଟି, କେଏଲ ରାହୁଲ, ଡାଭିଡ ୱାର୍ଣ୍ଣର ଓ ଶେନ ୱାଟଶନ ୪ଟି ଲେଖାଏ ଶତକ ମାରି ରହିଛନ୍ତି। ଆଜି ବିରାଟ ପେସ୍‌ ବୋଲରଙ୍କୁ ୪୯ଟି ବଲର ସମ୍ମୁଖୀନ ହୋଇ ୬୭ ରନ ସ୍ପିନ ବୋଲରଙ୍କର ୩୩ଟି ବଲ ଖେଳି ୪୬ ରନ କରିଛନ୍ତି। ବିରାଟ ଆଇପିଏଲରେ ଦ୍ରୁତତମ ବ୍ୟାଟର ଭାବେ ୭୫୦୦ ରନର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ସେ ୨୪୨ଟି ଇନିଂସରେ ଏପରି କୀର୍ତ୍ତିମାନ ହାସଲ କରିଛନ୍ତି। ତାଙ୍କ ପଛକୁ ୨୨୧ ଇନିଂସରେ ୬୭୫୫ ରନ ସହ ଭାରତର ଶିଖର ଧୱନ ରହିଛନ୍ତି। 

Virat Kohli RCB
Advertisment
Advertisment