• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅହମଦାବାଦ ଟେଷ୍ଟରେ ବିରାଟ କୋହଲିଙ୍କ ଲଢୁଆ ସେଞ୍ଚୁରି । ପ୍ରାୟ ସାଢ଼େ ତିନି ବର୍ଷର ବ୍ୟବଧାନ ପରେ ଟେଷ୍ଟରେ ସେଞ୍ଚୁରି ହାସଲ କରିଛନ୍ତି ବିରାଟ କୋହଲି । ଏହା ହେଉଛି ତାଙ୍କର ୨୮ତମ ଟେଷ୍ଟ ଶତକ ଓ ମୋଟ ୭୫ତମ ଅନ୍ତର୍ଜାତୀୟ ଶତକ । ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ବିଶାଳ ସ୍କୋର୍ ପରେ ଯେତେବେଳେ ଟିମ୍‌କୁ ରନ୍‌ର ଆବଶ୍ୟକତା ଥିଲା, ସେତେବେଳେ ସେଞ୍ଚୁରି ମାରି ଦଳକୁ ମଜଭୁତ ସ୍ଥିତିରେ ପହଞ୍ଚାଇବାରେ ସାହାଯ୍ୟ କରିଛନ୍ତି କୋହଲି ।

ବର୍ତ୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ ୫ ୱିକେଟ ହରାଇ ୪ ଶହ ରନ୍ କରିଛି । ଆଉ ଆଜି ହେଉଛି ମ୍ୟାଚରେ ଚତୁର୍ଥ ଦିନ । ଉଭୟ ଟିମର ଗୋଟିଏ ଲେଖାଏଁ ଇନିଂସ ବାକି ଥିବାରୁ ଏହି ମ୍ୟାଚ ଡ୍ର ହେବାର ସମ୍ଭାବନା ରହିଛି । ଟିମ୍ ଇଣ୍ଡିଆ ୨-୧ରେ ସିରିଜକୁ ଲିଡ୍ କରୁଛି । ଗତକାଲି ଯୁବ ତାରକା ଶୁବମନ୍‌ ଗିଲ୍ ମଧ୍ୟ ଏକ ଦମଦାର ଇନିଂସ ଖେଳି ଶତକ ହାସଲ କରିଥିଲେ । ୨୦୨୩ରେ ଗିଲ୍ ତିନୋଟି ଯାକ ଫର୍ମାଟରେ ଶତକ ହାସଲ କରିଛନ୍ତି ।

 

କୋହଲିଙ୍କ କଥା ଯଦି କହିବା ସେ ଦିନିକିଆ ଓ ଟି-ଟ୍ୱେଣ୍ଟିରେ ନିକଟରେ ଶତକ ହାସଲ କରିଥିଲେ ମଧ୍ୟ ୩ ବର୍ଷ ହେବ ଟେଷ୍ଟରେ ସେ ଫର୍ମରେ ନଥିଲେ । ଟେଷ୍ଟରେ ବିରାଟଙ୍କ ସେଞ୍ଚୁରୀ ମରୁଡ଼ିର ଅନ୍ତ ଘଟିଲା । ବିରାଟ ନିଜର ୭୫ତମ ଶତକ ହାସଲ କରି କ୍ରିକେଟ୍‌ର ଭଗବାନ ସଚିନ୍‌ଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ।