ଭାଇରାଲ ହେଲା ବିରାଟଙ୍କ ଡିପ୍‌ଫେକ୍‌ ଭିଡିଓ, ଶୁଭମନ ଗିଲ୍‌ଙ୍କୁ ନେଇ କହୁଛନ୍ତି ଏମିତି....

ଏହି ଡିପ୍‌ଫେକ୍‌ ଭିଡିଓରେ ବିରାଟ କୋହଲି ଟିମ୍ ଇଣ୍ଡିଆର ଯୁବ ଓପନର୍‌ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି ।

Virat Kohli

ଭାରତୀୟ ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି ଡିପ୍‌ଫେକ୍‌ ଭିଡିଓର ଶିକାର ହୋଇଛନ୍ତି । ସୋସିଆଲ ମିଡିଆରେ କୋହଲିଙ୍କ ଏକ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ପ୍ରଥମ ଘଟଣା ନୁହେଁ ଯେ କୌଣସି କ୍ରିକେଟରଙ୍କ ଡିପ୍‌ଫେକ୍‌ ଭିଡିଓ ଭାଇରାଲ ହେଉଛି । ଏହା ପୂର୍ବରୁ ପୂର୍ବତନ କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ଡିପ୍‌ଫେକ୍‌ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଡିପ୍‌ଫେକ୍‌ ଭିଡିଓରେ କୋହଲିଙ୍କ ସ୍ୱର ଓ ଚେହେରାକୁ ଅନୁକରଣ କରିବା ପାଇଁ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସିର ବ୍ୟବହାର ହୋଇଛି ।

ଅଧିକ ପଢ଼ନ୍ତୁ: ଆଉ ରହିବନି ଦ୍ୱନ୍ଦ୍ୱ ! ଏଣିକି ଧରାପଡ଼ିଯିବ ଡିପ୍‌ଫେକ୍‌ ଭିଡିଓ, ସରକାରଙ୍କ ବଡ଼ ପଦକ୍ଷେପ

ଏହି ଡିପ୍‌ଫେକ୍‌ ଭିଡିଓରେ ବିରାଟ କୋହଲି ଟିମ୍ ଇଣ୍ଡିଆର ଯୁବ ଓପନର୍‌ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି । ଭିଡିଓରେ ବିରାଟ କୋହଲି କହୁଛନ୍ତି ଯେ ଲୋକମାନେ ପରବର୍ତ୍ତୀ କୋହଲିଙ୍କ ବିଷୟରେ ବହୁତ ଆଲୋଚନା କରୁଛନ୍ତି, କିନ୍ତୁ କିନ୍ତୁ ବିରାଟ କୋହଲି କେବଳ ଅଛନ୍ତି । ମୁଁ ଗିଲଙ୍କୁ ଅତି ନିକଟରୁ ଦେଖିଛି, ସେ ଜଣେ ଦକ୍ଷ ଖେଳାଳି, ଏଥିରେ କୌଣସି ସନ୍ଦେହ ନାହିଁ । କିନ୍ତୁ ପ୍ରତିଭା ଦେଖାଇବା ଏବଂ ଲିଜେଣ୍ଡ ହେବା ମଧ୍ୟରେ ଏକ ବଡ଼ ବ୍ୟବଧାନ ଅଛି । ମୁଁ ସବୁଠୁ କଠିନ ବୋଲରମାନଙ୍କୁ ସାମ୍ନା କରିଛି । ଏକ ଦଶନ୍ଧି ଧରି କ୍ରମାଗତ ଭାବେ ର୍ମୁ ଏହା କରି‍ଆସୁଛି ବୋଲି ସେ ଏହି ଭିଡିଓରେ କହୁଛନ୍ତି ।

ବିରାଟ କୋହଲି ପୂର୍ବରୁ ମଧ୍ୟ ଡିପ୍‌ଫେକ୍‌ ଭିଡିଓର ଶିକାର ହୋଇସାରିଛନ୍ତି । ଏହାପୂର୍ବରୁ କୋହଲିଙ୍କୁ ଏକ ବେଟିଂ ଆପ୍ ପ୍ରୋତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା । ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ବ୍ୟବହାର କରି ବିରାଟ କୋହଲିଙ୍କ ଭିଡିଓଗୁଡ଼ିକ ପୂର୍ବରୁ ଟ୍ୟାମ୍ପରିଂ ହୋଇସାରିଛି । ସୂଚନା ଅନୁସାରେ, ବିରାଟ କୋହଲି ଏବଂ ଶୁଭମନ ଗିଲଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଅଛି । ଉଭୟ ଖେଳାଳି ପଡ଼ିଆରେ ପରସ୍ପରକୁ ସମର୍ଥନ କରୁଥିବାର ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: ଆମୀରଙ୍କ ପରେ ରଣବୀରଙ୍କ ପାଳି, ଭାଇରାଲ ହେଲା ଡିପଫେକ୍ ଭିଡିଓ