Advertisment

ଆଇପିଏଲ ମ୍ୟାଚ୍‌ରେ କୋହଲି-ଗମ୍ଭୀର କଥା କଟାକଟି, ଦୁହିଁଙ୍କ କଟିଲା ମ୍ୟାଚ ଫି'

ହୋମ୍‌ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ହରାଇ ବଦଲା ନେଇଥିଲା ବାଙ୍ଗାଲୋର୍‌। ହେଲେ କାଲି ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ମ୍ୟାଚ୍‌ ସରିବା ପରେ ଗମ୍ଭୀର ଓ କୋହଲି କଥା କଟାକଟି ହୋଇଥିଲେ।

ଅଦ୍ୟତନ ହୋଇଛି
Virat Kohli and Gautam Gambhir Fight

Virat Kohli and Gautam Gambhir having a heated exchange in ipl mtch

Advertisment

ଆଇପିଏଲରେ ରୋମାଞ୍ଚକର ମ୍ୟାଚରେ ଲକ୍ଷ୍ମୌ ସୁପର ଜ୍ୟାଣ୍ଟସକୁ ୧୮ ରନରେ ହରାଇଲା ରୟାଲ ଚ୍ୟାଲେଂଜର୍ସ ବାଙ୍ଗାଲୋର। କର୍ଣ୍ଣ ଶର୍ମା ଓ ଜୋସ ହାଜଲେଉଡଙ୍କ ବୋଲିଂରେ ଲକ୍ଷ୍ମୌ ବ୍ୟାଟିଂ ଲାଇନ୍ ଧରାଶାୟୀ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଟିମ୍ ୯ ଉଇକେଟ ହରାଇ ମାତ୍ର ୧୨୬ ରନ କରିଥିଲା।

Advertisment

ଏତେ କମ୍ ସ୍କୋରର ପିଛା କରି ଲକ୍ଷ୍ମୌ ଟିମ୍ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଚାଲିଥିଲା। ବାଙ୍ଗାଲୋର ପକ୍ଷରୁ କର୍ଣ୍ଣ ଶର୍ମା ୨୦ରନ୍ ଦେଇ ଦୁଇଟି ଉଇକେଟ ନେଇଥିବା ବେଳେ ହାଜଲେଉଡ୍ ମାତ୍ର ୧୫ ରନରେ ଦୁଇଟି ଉଇକେଟ ପାଇଥିଲେ।

ଅଧିକ ପଢ଼ନ୍ତୁ: ଟ୍ରାକ୍‌କୁ ଫେରୁଛି ଅଜିଙ୍କ୍ୟ ରାହାଣେଙ୍କ କ୍ୟାରିଅର୍‌

 ସେପଟେ ହୋମ୍‌ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ହରାଇ ବଦଲା ନେଇଥିଲା ବାଙ୍ଗାଲୋର୍‌। ହେଲେ କାଲି ଏହି ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା ଭିନ୍ନ ଦୃଶ୍ୟ। ମ୍ୟାଚ୍‌ ଚାଲୁଥିବା ବେଳେ କ୍ରାଉଡ୍‌ ସମୟରେ ସଟ୍‌ ଅପ୍‌ ପରି ସଙ୍କେତ ଦେଇଥିଲେ ଗମ୍ଭୀର। କିନ୍ତୁ ମ୍ୟାଚ୍‌ ସରିବା ପରେ ଆରମ୍ଭ ହୋଇଯାଇଥିଲା ଗମ୍ଭୀର ଓ କୋହଲି ମଧ୍ୟରେ କଥା କଟାକଟି। 

Advertisment

ପ୍ରଥମେ କୌହଲି ଗମ୍ଭୀରଙ୍କ ନିକଟକୁ ଆସୁଛନ୍ତି। ଏହାପରେ ରହିଯାଉଛନ୍ତି। ସେପଟେ କୋହଲିଙ୍କ ନିକଟକୁ ଗମ୍ଭୀର ଆସିବା ପରେ ଆରମ୍ଭ ହୋଇଥିଲା କଥା କଟାକଟି। ତେବେ ଖେଳ ସମୟରେ ବେଶ୍‌ ଆକ୍ରାମଣାତ୍ମକ ମୁଡ୍‌ରେ ଥିଲେ ବିରାଟ। ଅନେକ ସମୟରେ 'ଚୁପ୍‌ ରହିବା' ସଙ୍କେତ ବି ଦେଖାଇଥିଲେ।

Advertisment

ଏପରିକି LSG ବ୍ୟାଟସମାନ ଆଉଟ୍‌ ସମୟରେ ଚୁପ୍‌ ରହିଥିଲେ। କିନ୍ତୁ ମ୍ୟାଚ୍‌ ପରେ ଉଭୟଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିଲା। ଏପରିକି ଦୁହିଁଙ୍କୁ ଅମ୍ପାୟାର ବୁଝାସୁଝା କରିଥିଲେ। ଘଟଣାସ୍ଥଳରେ ଥିବା ଅମିତ ମିଶ୍ର, ବାଙ୍ଗାଲୋର କ୍ୟାପଟେନ୍ ଫାପ୍ ଡୁ ପ୍ଲେସିସ୍  ଓ ଲକ୍ଷ୍ନୌ କୋଚ୍ ବିଜୟ ଦାହିୟା ଦୁହିଁଙ୍କୁ ବୁଝାସୁଝା କରିଥିଲେ। ପରେ ଉଭୟ ଉଭୟଙ୍କୁ ହ୍ୟାଣ୍ଡସେକ୍‌ କରିଥିଲେ। କୋଡ୍‌ ଅଫ୍‌ କଣ୍ଡକ୍ଟ ଉଲ୍ଲଙ୍ଘନ ପାଇଁ ଉଭୟଙ୍କ ୧୦୦% ମ୍ୟାଚ୍‌ ଫି’ କଟାଯାଇଛି। ଗମ୍ଭୀର ଲକ୍ଷ୍ନୌ ସୁପର ଜ୍ୟାଣ୍ଟ ପାଇଁ ମେଣ୍ଟର ଦାୟିତ୍ୱ ତୁଲାଇଛନ୍ତି। RCB ପାଇଁ କୋହଲି IPL ଆରମ୍ଭରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି।

IPL point TableIPL point Table

୧୦ ବର୍ଷ ପୂର୍ବେ ଉଭୟେ ପଡ଼ିଆରେ ମୁହାଁମୁହିଁ ହେବାର ନଜିର ଥିଲା। ୨୦୧୩ ମସିହାରେ ଆଇପିଏଲ୍ ମ୍ୟାଚ ସମୟରେ ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଜୋରଦାର ବାକ୍-ଯୁଦ୍ଧ ହୋଇଥିଲା। ସେତେବେଳେ ଗୌତମ ଗମ୍ଭୀର କୋଲକାତା ନାଇଟ୍ ରାଇଡର୍ସର କ୍ୟାପଟେନ୍ ଥିବା ବେଳେ ବିରାଟ୍ ଆରସିବିର କ୍ୟାପଟେନ୍ ଥିଲେ।  ପୁଣି ଥରେ ସାମ୍ନାସାମ୍ନି ହେବାକୁ ନେଇ ସାଧାରଣରେ ସମାଲୋଚନା କରାଯାଇଛି।

Virat Kohli Gautam Gambhir IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ