Advertisment

କୋହଲି-ଗମ୍ଭୀର କଥା କଟାକଟି: କିଛି ବି ‘ବିରାଟ’ ଓ ‘ଗମ୍ଭୀର’ ନୁହେଁ, ଚର୍ଚ୍ଚାରେ ୟୁପି ପୋଲିସ୍‌ର ଏହି ଟ୍ୱିଟ୍‌...

ଖାଲି ଚର୍ଚ୍ଚା ନୁହେଁ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଏହି କଥା କଟାକଟି ବେଳର ଦୃଶ୍ୟ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏବେ ଏହି ମାମଲାକୁ ନେଇ ୟୁପି ପୋଲିସ୍‌ର ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲ୍‌ରୁ ଏକ ଟ୍ୱିଟ୍‌ କରାଯାଇଛି।

ଅଦ୍ୟତନ ହୋଇଛି
Kohli Gambhir Fight During IPL 2023

virat kohli and gautam gambhir argument during ipl

Advertisment

ଉତ୍ତରପ୍ରଦେଶ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ସୋମବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ ଲକ୍ଷ୍ମୌ ସୁପର ଜ୍ୟାଣ୍ଟସ(LSG) ମଧ୍ୟରେ ଆଇପିଏଲ୍‌ ମ୍ୟାଚ୍‌(IPL 2023) ଖେଳା ଯାଇଥିଲା। ଗୋଟିଏପଟେ ହୋମ୍‌ ଗ୍ରାଉଣ୍ଡରେ ଲକ୍ଷ୍ନୌକୁ ହରାଇ ବାଙ୍ଗାଲୋର ବଦ୍‌ଲା ନେଇଥିବା ବେଳେ ଅନ୍ୟପଟେ ମ୍ୟାଚ୍‌ ବେଳେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ ଚାଲିଥିବା ବେଳେ କ୍ରାଉଡ୍‌ ସମୟରେ ସଟ୍‌ ଅପ୍‌ ପରି ସଙ୍କେତ ଦେଇଥିଲେ ଗମ୍ଭୀର। କିନ୍ତୁ ମ୍ୟାଚ୍‌ ସରିବା ପରେ ଆରମ୍ଭ ହୋଇଯାଇଥିଲା ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ କଥା କଟାକଟି। ଯାହାକୁ ନେଇ ଏବେ ଚର୍ଚ୍ଚା।

Advertisment

ଖାଲି ଚର୍ଚ୍ଚା ନୁହେଁ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଏହି କଥା କଟାକଟି ବେଳର ଦୃଶ୍ୟ ଓ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏବେ ଏହି ମାମଲାକୁ ନେଇ ୟୁପି ପୋଲିସ୍‌ର ଅଫିସିଆଲ୍‌ ଟ୍ୱିଟର ହ୍ୟାଣ୍ଡେଲ୍‌ରୁ ଏକ ଟ୍ୱିଟ୍‌ କରାଯାଇଛି। କୋହଲି-ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା କଥା କଟାକଟି ବେଳର ଫଟୋ ଶେୟାର କରାଯିବା ସହ କ୍ୟାପସନ୍‌ରେ ଲେଖା ଯାଇଛି, ‘କିଛି ବି ମସଲା ଆମ ପାଇଁ ‘ବିରାଟ’ ଓ ‘ଗମ୍ଭୀର’ ନୁହେଁ। କୌଣସି ଜରୁରୀକାଳୀନ ପରିସ୍ଥିତିରେ ତୁରନ୍ତ ୧୧୨ ଡାଏଲ୍‌ କରନ୍ତୁ।’। ଆହୁରି କୁହାଯାଇଛି ଯେ, ‘ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ, ଆମକୁ ଡାକନ୍ତୁ ନାହିଁ। ତେବେ କୌଣସି  ଜରୁରୀକାଳୀନ ପରିସ୍ଥିତିରେ ୧୧୨ ଡାଏଲ୍‌ କରନ୍ତୁ’।

Advertisment

ସୂଚନାଥାଉ କି, ମ୍ୟାଚ୍‌ ପରେ ଗ୍ରାଉଣ୍ଡ୍‌ରେ କୋହଲି ଓ ଗମ୍ଭୀରଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ପ୍ରଥମେ କୌହଲି ଗମ୍ଭୀରଙ୍କ ନିକଟକୁ ଆସୁଛନ୍ତି। ଏହାପରେ ରହିଯାଉଛନ୍ତି। ସେପଟେ କୋହଲିଙ୍କ ନିକଟକୁ ଗମ୍ଭୀର ଆସିବା ପରେ ଆରମ୍ଭ ହୋଇଥିଲା କଥା କଟାକଟି। ତେବେ ଖେଳ ସମୟରେ ବେଶ୍‌ ଆକ୍ରାମଣାତ୍ମକ ମୁଡ୍‌ରେ ଥିଲେ ବିରାଟ। ଅନେକ ସମୟରେ 'ଚୁପ୍‌ ରହିବା' ସଙ୍କେତ ବି ଦେଖାଇଥିଲେ।

Virat Kohli Gautam Gambhir IPL 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ