Advertisment

ଭୟଙ୍କର ଥିଲା କ୍ରିକେଟର ଋଷଭ୍‌ ପନ୍ତଙ୍କ କାର୍‌ ଦୁର୍ଘଟଣା, ସାମ୍ନାକୁ ଆସିଲା Video...

ମର୍ସିଡିଜ୍‌ କାର୍‌ରେ ପନ୍ତ ଘରକୁ ଫେରୁଥିବା ବେଳେ ଗାଡ଼ି ଡିଭାଇଡରରେ ପିଟି ହୋଇ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଦୁର୍ଘଟଣାରେ ଋଷଭ୍‌ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଆଘାତ ଲାଗିଛି।

ଅଦ୍ୟତନ ହୋଇଛି
Rishabh Pant Car Accident Video

Video Shows Cricketer Rishabh Pant Car Catches Fire

Advertisment

ସଡ଼କ ଦୁର୍ଘଟଣାରେ ଭାରତୀୟ କ୍ରିକେଟର ଋଷଭ୍‌ ପନ୍ତ(Rishabh Pant) ଗୁରୁତର ଆହତ ହୋଇଛନ୍ତି। ମର୍ସିଡିଜ୍‌ କାର୍‌ରେ ପନ୍ତ ଘରକୁ ଫେରୁଥିବା ବେଳେ ଗାଡ଼ି ଡିଭାଇଡରରେ ପିଟି ହୋଇ ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ଦୁର୍ଘଟଣାରେ ଋଷଭ୍‌ଙ୍କ ପିଠି, ଆଣ୍ଠୁ ଓ ମୁଣ୍ଡରେ ଆଘାତ ଲାଗିଛି। ଦିଲ୍ଲୀରୁ ଉତ୍ତରାଖଣ୍ଡ ଫେରୁଥିବା ବେଳେ ଉତ୍ତରାଖଣ୍ଡର ରୁର୍କୀ ନିକଟରେ ଆଜି ଭୋର ପ୍ରାୟ ସାଢ଼େ ୫ଟାରେ ଦୁର୍ଘଟଣା ଘଟିଥିଲା। ବର୍ତ୍ତମାନ ଡେରାଡୁନ୍‌ର ମାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।

Advertisment
Rishabh Pant Car Accident(Rishabh Pant Car Accident)

ଅଧିକ ପଢ଼ନ୍ତୁ: କେତେବେଳେ ଓ କେମିତି ଦୁର୍ଘଟଣାର ଶିକାର ହେଲା ଋଷଭ୍‌ ପନ୍ତଙ୍କ କାର୍‌ ? ମର୍ସିଡିଜ୍‌ ଜଳିକି ସମ୍ପୂର୍ଣ୍ଣ ନଷ୍ଟ

ଋଷଭ୍‌ଙ୍କ୍ କାର୍‌ ଦୁର୍ଘଟଣାର ଅନେକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି। ଏଥିରେ କାର୍‌ଟି ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଳିଛି। ଏଥିରୁ ସ୍ପଷ୍ଟ ଅନୁମେୟ କରି ହେଉଛି ଦୁର୍ଘଟଣା କେତେ ଭୟଙ୍କର ଥିଲା। ସିସିଟିଭି ଫୁଟେଜ୍‌ ଓ ମୋବାଇଲ୍‌ରେ କଏଦ ହୋଇଥିବା ଭିଡିଓ ଦେଖିବାକୁ ମିଳିଛି, କାର୍‌ଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ହୁତୁହୁତୁ ହୋଇ ଜଳୁଛି।

Advertisment

ଦୁର୍ଘଟଣା ବେଳେ ଋଷଭ୍ ପନ୍ତ କାର୍‌ରେ ଏକାକୀ ହିଁ ଥିଲେ। ନିଜ ଜୀବନ ବଞ୍ଚାଇବାକୁ ଯାଇ ସେ କାର୍‌ର ୱିଣ୍ଡୋ ଭାଙ୍ଗି ବାହାରକୁ ଡେଇଁ ପଡ଼ିଥିଲେ।

Advertisment

ଋଷଭ୍‌ ପନ୍ତ କହିଛନ୍ତି, କାର୍‌ ଚଳାଇବା ସମୟରେ ତାଙ୍କର ଆଖି ଲାଗିଯାଇଥିଲା । ଆଉ କେଇ ମୁହୂର୍ତ୍ତ ଭିତରେ ହିଁ କାର୍‌ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ଯାଇଥିଲା। 

Rishabh Pant Car Accident(Rishabh Pant Car Accident)

ସୂଚନାଥାଉ କି, ଖ୍ରୀଷ୍ଟମାସ୍‌ ପାଳନ ପାଇଁ ପନ୍ତ ଦୁବାଇରେ ଥିଲେ। ମା’ଙ୍କୁ ସର୍‌ପ୍ରାଇଜ୍‌ ଦେବା ସହ ନୂଆବର୍ଷ ପାଳନ ପାଇଁ ରୁର୍କୀ ସ୍ଥିତ ଘରକୁ ଫେରୁଥିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

Rishabh Pant Car Accident(Rishabh Pant Car Accident)
Road Accident Accident Rishabh Pant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ