/odishatv-khabar/media/post_attachments/uploadimage/library/16_9/16_9_0/England_1697104989.jpg)
England
ଭାରତ-ଇଂଲଣ୍ତ ମ୍ୟାଚ ଦେଖିବେ ଇଂଲଣ୍ତ ପ୍ରଧାନମନ୍ତ୍ରୀ ଋଷି ସୁନକ । ଆସନ୍ତା 29 ରେ ଲକ୍ଷ୍ନୌରେ ଖେଳାଯିବ ଭାରତ ଓ ଇଂଲଣ୍ତ ମଧ୍ୟରେ ବିଶ୍ବକପ ମ୍ୟାଚ । ଅକ୍ଟୋବର ଶେଷରେ ଋଷି ସୁନକଙ୍କର ଭାରତ ଆସିବାର କାର୍ଯ୍ୟକ୍ରମ ରହିଛି ।
ଯଦି ସୁନକଙ୍କର ଭାରତ ଗସ୍ତ ଚୂଡାନ୍ତ ହୁଏ ତେବେ ସେ ଲକ୍ଷ୍ନୌରେ ଭାରତ-ଇଂଲଣ୍ତ ମ୍ୟାଚ ଦେଖି ପାରନ୍ତି ବୋଲି ସୂଚନା ମିଳିଛି । ତେବେ ଏନେଇ କିଛି ଚୂଡାନ୍ତ ସୂଚନା ମିଳି ପାରିନାହିଁ ।
ସୂଚନା ଅନୁସାରେ ଆମଦାନୀ ଶୁଳ୍କ ଉପରେ ରିହାତି ସମସ୍ୟା ଓ ଭାରତ-ଇଂଲଣ୍ତ ବାଣିଜ୍ୟିକ ଆଲୋଚନା ପାଇଁ ସୁନକ ଭାରତ ଆସୁଛନ୍ତି । ଆମଦାନୀ ଶୁକ୍ଲ ଉପରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ଉଦ୍ୟମ ଚାଲିଛି । ସୁନକଙ୍କ ଗସ୍ତ ନିମନ୍ତେ ବାଣିଜ୍ୟ ଚୁକ୍ତି ଚୂଡାନ୍ତ ହୋଇନଥିଲେ ମଧ୍ୟ ଏହା ଆଲୋଚନାକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।
ଶେଷ ଥର ପାଇଁ ଜି20 ସମିଟ୍ ବେଳେ ଇଂଲଣ୍ତ ପ୍ରଧାନମନ୍ତ୍ରୀ ଭାରତ ଆସିଥିଲେ । ଏହି ସମୟରେ ଭାରତ ଓ ଇଂଲଣ୍ତ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ଉପରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଲୋଚନା କରିଥିଲେ ।
ଏଣୁ ଚଳିତ ମାସ ଶେଷ ଆଡ଼କୁ ସୁନକ ଭାରତ ଆସି ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)