/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674823230.jpg)
U19 Women Cricket World Cup
୧୯ ବର୍ଷରୁ କମ୍ ମହିଳା ବିଶ୍ୱକପ୍ କ୍ରିକେଟ ଫାଇନାଲରେ ଭାରତ । ଆଜି ସାଉଥ୍ ଆଫ୍ରିକାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି ଭାରତୀୟ ବାଳିକା ଦଳ । ଟସ୍ ଜିତି ନ୍ୟୁଜିଲାଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା ଭାରତ । ନିର୍ଦ୍ଧାରିତ ୨୦ ଓଭରରେ କିଓ୍ୱି ଟିମ୍ ୯ ଓ୍ୱିକେଟ୍ ହରାଇ ୧୦୭ ରନ୍ କରିଥିଲା । ଭାରତ ପକ୍ଷରୁ ପରଶ୍ୱି ଚୋପ୍ରା ୩ଟି ଓ୍ୱିକେଟ୍ ନେଇଥିଲେ । ଜବାବରେ ଭାରତ ୧୪.୨ ଓଭରରେ ୨ ଓ୍ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଇଣ୍ଡିଆର ଶ୍ୱେତା ସେହରାଓ୍ୱତ୍ ଅପରାଜିତ ୬୧ ରନ୍ କରିଥିଲେ । ଫାଇନାଲରେ ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାଙ୍କୁ ଭେଟିବ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)