Advertisment

Tragedy On Pitch: ହଠାତ ଅନ୍ୟ ଖେଳାଳି କିଛି ବୁଝିପାରିନଥିଲେ...ଚାହୁଁ ଚାହୁଁ ସବୁକିଛି ଶେଷ ହୋଇଗଲା

ସକାଳେ କ୍ରିକେଟ ଖେଳିବା ସମୟରେ ଛକା ମାରିବା ପରେ ହରଜିତ ସିଂ ହୃତଘାତର ଶିକାର ହୋଇଥିଲେ । ସାଙ୍ଗେ ସାଙ୍ଗେ ସାଥି ଖେଳାଳି ସିପିଆର ଦେଇଥିଲେ । କିନ୍ତୁ ବଞ୍ଚାଇପାରିନଥିଲେ।

ଅଦ୍ୟତନ ହୋଇଛି
Tragedy On Pitch

Tragedy On Pitch

Advertisment

ମୃତ୍ୟୁ କେବେ ଓ କେମିତି ଆସିବ ତାହା କେହି ଜାଣି ନାହାଁନ୍ତି । ଜନ୍ମ ହୋଇଛନ୍ତି ମାନେ ମୃତ୍ୟୁ ସୁନିଶ୍ଚିତ । କିନ୍ତୁ ମୃତ୍ୟୁ ଏଭଳି ବି ଆସିବ କେହି କଳ୍ପନା କରିନଥିଲେ । ପଞ୍ଜାବ ଫିରୋଜପୁରରେ କ୍ରିକେଟ୍ ମ୍ୟାଚ ଖେଳୁଥିବା ସମୟରେ ଜଣେ ଖେଳାଳିଙ୍କୁ ହାର୍ଟ ଆଟାକ୍ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାକୁ ସ୍ଥାନୀୟବାସୀ ସହଜରେ ବିଶ୍ବାସ କରିପାରୁନାହାନ୍ତି ।

Advertisment

ଘଟଣା ସମୟର ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ଖେଳାଳି ଜଣକ ବ୍ୟାଟିଂ କରୁଛନ୍ତି । ଗୋଟିଏ ବଲରେ ସେ ଛକା ମାରିଛନ୍ତି । ଏହାପରେ ଚାଲି ଚାଲି ପିଚରେ ଆଗକୁ ଆସୁଛନ୍ତି । ହଠାତ ପିଚ୍ ଉପରେ ବସିପଡୁଛନ୍ତି । ପାଖରେ ଥିବା ଖେଳାଳି ଜଣକ କିଛି ବୁଝିପାରିନଥିଲେ ।

ଅଧିକ ପଢ଼ନ୍ତୁ: ଭଡ଼ା ଛାଡନ୍ତୁ, ସିକ୍ୟୁରିଟି ଡିପୋଜିଟ ଶୁଣିଲେ ମୁଣ୍ଡ ବୁଲେଇଦବ....ଏହି ସହରରେ ଏମିତି ଚାଲିଛି

Advertisment

ଏହାପରେ ହୃଦଘାତର ଶିକାର ଖେଳାଳି ଜଣକ ମାଟିରେ ଲୋଟି ପଡିଥିଲେ । ସାଙ୍ଗେ ସାଙ୍ଗେ ଅନ୍ୟ ଖେଳାଳିମାନେ ପାଖକୁ ଦୌଡି ଆସିଥିଲେ । ସେମାନେ ସିପିଆର ବି ଦେଇଥିଲେ । କିନ୍ତୁ ବଞ୍ଚାଇପାରିନଥିଲେ ।

ପୁରା ଘଟଣା ଫିରୋଜପୁରର ଗୁରୁହର ସହାୟ ଅଞ୍ଚଳର । ସୂଚନା ଅନୁସାରେ ରବିବାର ସକାଳେ କ୍ରିକେଟ୍ ଖେଳିବା ସମୟରେ ଛକା ମାରିବା ପରେ ହରଜିତ ସିଂ ହୃତଘାତର ଶିକାର ହୋଇଥିଲେ । ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଡିଏଭି ସ୍କୁଲ ଗ୍ରାଉଣ୍ଡରେ ଘଟିଛି । ଏହି ଘଟଣାର ପୁରା ଭିଡିଓ ସାଥୀ ଖେଳାଳି ମାନେ ମୋବାଇଲରେ ରେକଡିଂ କରିଛନ୍ତି ।

Advertisment

ଏଭଳି ଘଟଣା ପ୍ରଥମ ନୁହଁ । ପୂର୍ବରୁ ୨୦୨୪ରେ ପୁନେରେ ଏଭଳି ଘଟଣା ଘଟିଛି । ଗରୱାରେ ଷ୍ଟାଡିୟମରେ ୩୫ବର୍ଷିୟ ଇମ୍ରାନ ପଟେଲ କ୍ରିକେଟ୍ ଖେଳିବା ସମୟରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥଲେ । ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୁରା ଫିଟ୍ ଥିବା ସତ୍ତ୍ବେ ହୃଦଘାତର ଶିକାର ହୋଇଥିଲେ ଇମ୍ରାନ ।

ଆଜିର ସମୟରେ ଯୁବପିଢି ହୃତଘାତର ଶିକାର ହେବା ବଡ଼ ଚିନ୍ତାର ବିଷୟ ପାଲଟିଛି । କେବଳ ଯୁବପିଢି ନୁହଁନ୍ତି ଅନେକ ସେଲିବ୍ରିଟି ଓ ଖେଳାଳି ବି ହାର୍ଟ ଆଟାକର ଶିକାର ହେଉଛନ୍ତି । 

ଅଧିକ ପଢ଼ନ୍ତୁ: ମିଛ କହୁଥିଲା ପାକିସ୍ତାନ, ଧରା ପକାଇଦେଲା ସାଟେଲାଇଟ୍ ଇମେଜ୍

Cricket Punjab Heart Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ