/odishatv-khabar/media/post_attachments/uploadimage/library/16_9/16_9_0/KKR_Vs_SRH_1716271718.jpg)
KKR Vs SRH
ଆଇପିଏଲ୍ ୨୦୨୪ ସଂସ୍କରଣର ଆଜି ପ୍ରଥମ କ୍ୱାଲିଫାୟାର୍। ମୁହାଁମୁହିଁ ହେବେ କୋଲକତା ନାଇଟ୍ ରାଇଡର୍ସ ଓ ସନ୍ରାଇଜର୍ସ ହାଇଦ୍ରାବାଦ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ସନ୍ଧ୍ୟା ସାଢେ ୭ଟାରେ ଖେଳାଯିବ ଏହି ମ୍ୟାଚ୍। ପ୍ୟାଟ୍ କମିନ୍ସଙ୍କ ନେତୃତ୍ୱରେ ଶେଷ ଲିଗ୍ ମ୍ୟାଚରେ ପଞ୍ଜାବକୁ ହରାଇ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି ହାଇଦ୍ରାବାଦ୍। କୋଲକଲା ନାଇଟ୍ ରାଇଡର୍ସ ପ୍ଳେ ଅଫର ୩ୟ ସ୍ଥାନରେ ରହିଛି। ଅନ୍ୟପଟେ ଆସନ୍ତାକାଲି ରାଜସ୍ଥାନ ରୟାଲ ଓ ବାଙ୍ଗାଲୋର ଟିମ୍ ଭିତରେ ପ୍ରଥମ ଏଲିମିନେଟର୍ ଟକ୍କର ଦେଖିବାକୁ ମିଳିବ।
ଭଭୟ ଟିମ୍ ମଧ୍ୟରୁ ଆଜି ଯିଏ ବି ଜିତିବ, ସିଏ ସିଧା ଫାଇନାଲ୍ରେ ଏଣ୍ଟ୍ରି କରିବ। ପରାସ୍ତ ହୋଇଥିବା ଟିମ୍ କ୍ୱାଲିଫାୟାର୍-୨ରେ ଖେଳିବ। କୋଲକାତା ନାଇଟ୍ ରାଇଡର୍ସ ଓ ସନ୍ରାଇସର୍ଜ ହାଇଦ୍ରାବାଦ ଉଭୟ ଟିମ୍ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ଟପ୍ ଟିମ୍ରେ ରହିଛନ୍ତି। ତେଣୁ ଆଜିର ମୁକାବିଲା ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ: ସଚିନ କି ବିରାଟ... କିଏ ବଡ଼ ଖେଳାଳି ? ଡିବେଟ୍ର ହେଲା ଅନ୍ତ !
କ୍ୱାଲିଫାୟାର ମ୍ୟାଚ୍ ପୂର୍ବରୁ କେକେଆର୍କୁ ବଡ଼ ଝଟକା ଲାଗିଛି। ଆଟାକିଂ ଓପନର୍ ଫିଲ୍ ସଲ୍ଟ ସ୍ୱଦେଶ ଫେରିଯାଇଛନ୍ତି। ତଥାପି ଦଳ ପାଖରେ ସୁନୀଲ ନାରାୟଣ, ଆନ୍ଦ୍ରେ ରସେଲ, ନୀତୀଶ ରାଣା ଓ ରିଙ୍କୁ ସିଂହଙ୍କ ଭଳି ବ୍ୟାଟିଂ ବୀର ଅଛନ୍ତି। ସଲ୍ଟଙ୍କ ସ୍ଥାନ ଆଫଗାନ ୱିକେଟ୍ ରକ୍ଷକ ରହମନୁଲ୍ଲା ଗୁରବାଜ୍ ନେବେ ବୋଲି ଦଳ ସ୍ପଷ୍ଟ କରିଛି।
ସେପଟେ ହାଇଦ୍ରାବାଦ ପକ୍ଷରୁ ଅଭିଷେକ ଶର୍ମା, ହେନରିକ୍ କ୍ଲାସେଁଙ୍କ ଭଳି ବିସ୍ଫୋରକ ବ୍ୟାଟର୍ ଥିବାରୁ SRHର ବ୍ୟାଟିଂ ବାହିନୀ ମଧ୍ୟ କୌଣସି ଗୁଣରେ କମ୍ ନୁହେଁ। ରାହୁଲ ତ୍ରିପାଠୀଙ୍କୁ ଖେଳାଇ ଏସ୍ଆରଏଚ୍ ମଧ୍ୟ ନିଜ ବ୍ୟାଟିଂକ୍ରମକୁ ଆହୁରି ସୁଦୃଢ଼ କରିଛି। ଏଭଳି ସ୍ଥିତିରେ ବୋଲିଂ ହିଁ ଦୁଇ ଦଳ ମଧ୍ୟରେ ମୁଖ୍ୟ ଫରକ ହେବ ବୋଲି ଆକଳନ କରାଯାଉଛି।
ଉଭୟ ଦଳ ମଧ୍ୟରେ ଲିଗ୍ରେ ଖେଳାଯାଇଥିବା ଶେଷ ମୁକାବିଲାକୁ କେକେଆର୍ ରୋମାଞ୍ଚକ ଭାବେ ୪ ରନ୍ରେ ଜିତି ନେଇଥିଲା। ଏଣୁ ଆତ୍ମବିଶ୍ୱାସରେ ଭରପୂର ଏସ୍ଆରଏଚ୍ ପାଖରେ ଏହାର ମଧୁର ପ୍ରତିଶୋଧ ସହ ଫାଇନାଲ୍ ଟିକେଟ ହାତେଇବାର ସୁଯୋଗ ରହିବ। କୋଲକାତା ମଧ୍ୟ ଚତୁର୍ଥ ଥର ଲାଗି ଫାଇନାଲ୍ ପ୍ରବେଶ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)