/odishatv-khabar/media/post_attachments/uploadimage/library/16_9/16_9_0/IND_vs_AUS_1663646665.jpg)
IND vs AUS
ଆଜି ଅଷ୍ଟ୍ରେଲିଆ ବିପକ୍ଷରେ ତିନିଟିକିଆ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍ ଖେଳାଯିବ । ମୋହାଲିରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ପ୍ରଥମ ମ୍ୟାଚ ଖେଳିବା ପୂର୍ବରୁ ଭାରତ ନିଜକୁ ପ୍ରସ୍ତୁତ କରିଛି । ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ୩ଟି ମ୍ୟାଚରେ ଭାରତ କିଛି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇବ ବୋଲି କହିଛନ୍ତି ଅଧିନାୟକ ରୋହିତ ଶର୍ମା ।
ଏସିଆ କପରେ ବିରାଟ କୋହଲି ଫର୍ମକୁ ଫେରିବା ଭାରତ ଲାଗି ଶୁଭ ସୂଚନା ମିଳିଛି । ଏମିତିକି ଟି-ଟ୍ୱେଣ୍ଟି ଫର୍ମାଟରେ ବିରାଟ ଓପନ କଲେ ଦଳ ପାଇଁ ଲାଭଦାୟକ ହେବ ବୋଲି ରୋହିତ କହିଛନ୍ତି ।
ଅଷ୍ଟ୍ରେଲିଆ ସହ ମୋହାଲିରେ ପ୍ରଥମ ମ୍ୟାଚ ଖେଳାଯିବାକୁ ଥିବାବେଳେ ନାଗପୁରରେ ୨୩ ସେପଟେମ୍ବରରେ ଦ୍ୱିତୀୟ ଓ ହାଇଦ୍ରାବାଦ ରାଜୀବ ଗାନ୍ଧି ଷ୍ଟାଡିୟମରେ ତୃତୀୟ ମ୍ୟାଚ ଖେଳାଯିବ । T-20 ବିଶ୍ୱକପ ପୂର୍ବରୁ ଘରୋଇ ମାଟିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ସିରିଜ ଖେଳିବ ଭାରତ ।
ତେବେ ଅଷ୍ଟ୍ରେଲିଆ ସିରିଜ୍ରେ ପଡ଼ିଆକୁ ଓହ୍ଲାଇବେ ଯଶପ୍ରୀତ ବୁମ୍ରା । ଏସିଆ କପ୍ରେ ବିଫଳତା ପରେ ଟିମ୍ ଆଗାମୀ ଦିନରେ ହେବାକୁ ଥିବା ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)