• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦିନିକିଆ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ତିଆର ନୂଆ ଜର୍ସି ଲଞ୍ଚ ହୋଇଛି । ଯେଉଁଥିରେ ତ୍ରିରଙ୍ଗାର ଝଲକ ଥିବାର ଦେଖିବାକୁ ମିଳିଛି । BCCI ପକ୍ଷରୁ ଏହାର ଏକ ଭିଡିଓ ଏକ୍ସ ରେ ସେୟାର କରାଯାଇଛି । ଯେଉଁଥିରେ କ୍ୟାପ୍ଟେନ୍‌ ରୋହିତ ଶର୍ମା ଓ କିଙ୍ଗ କୋହଲି ଧୁମ୍‌ ମଚାଉଥିବାର ଦେଖିବାକୁ ମିଳିଛି ।

ଆଦିଦାସର ନୂଆ ଜର୍ସିରେ ଖେଳାଳିମାନଙ୍କ କାନ୍ଧରେ ଥିବା ୩ଟି ଧଳାଗାରକୁ ବଦଳାଇ ତ୍ରିରଙ୍ଗାର ରଙ୍ଗକୁ ସ୍ଥାନ ଦିଆଯାଇଛି । ବାମପଟ ଛାତି ଉପରେ ବିସିସିଆଇ ଲୋଗୋ ଦିଆଯିବା ସହ ତାହା ଉପରେ ଦୁଇଟି ତାରକା ରହିଛି । ଯାହାକି ଭାରତର ଦୁଇଟି ଦିନିକିଆ ବିଶ୍ୱକପ୍‌ ବିଜୟକୁ ଦର୍ଶାଉଛି । ଆଦିଦାସ୍‌ ଦ୍ୱାରା ‘୩ କା ଦମ୍‌’ ନାମରେ ନାମିତ କରାଯାଇଛି ।

ସେହିପରି ଆଦିଦାସ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ବିଶ୍ୱକପ୍‌ ସଙ୍ଗୀତକୁ ଭାରତୀୟ ରାପର୍‌ ରଫତାର୍‌ ଗାଇଛନ୍ତି । ଏହି ପ୍ରଚାର ଭିଡିଓରେ ପ୍ରଶଂସକଙ୍କ ସହିତ ରୋହିତ ଶର୍ମା, ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଶୁବମନ ଗିଲ୍‌, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ ଓ କୁଲଦୀପ ଯାଦବଙ୍କୁ ଦେଖିବାକୁ ମିଳୁଛି ।

 

ଏହି ଭିଡିଓକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରିବା ସାଙ୍ଗକୁ ସେୟାର ମଧ୍ୟ କରୁଛନ୍ତି । ଦର୍ଶକଙ୍କ ଆଶା ଏଥର ଭାରତ ବିଶ୍ୱକପ୍‌ ନିଶ୍ଚିତ ଜିତିବ । ତେବେ ଖେଳାଳିଙ୍କ ପକ୍ଷରୁ ମଧ୍ୟ ଜୋରଦାର ଅଭ୍ୟାସ୍‌ ଚାଲିଛି । ବିଶ୍ୱକପ୍‌ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଦିନିକିଆ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ତିଆ ।