Advertisment

ବିରାଟଙ୍କ ବଡ଼ ନିଷ୍ପତ୍ତିକୁ ନେଇ କ୍ରିକେଟ୍ ଜଗତରେ ଝଡ

ବିରାଟ କୋହଲି ଟେଷ୍ଟ କ୍ୟାପ୍ଟେନ୍ସି ଛାଡ଼ିବା ପରେ ବଢ଼ିଲା ଚର୍ଚ୍ଚା। ଏହାକୁ ନେଇ ସିଧାସଳଖ ବିସିସିଆଇକୁ ଦାୟୀ କରାଯାଇଛି। ଭବିଷ୍ୟତରେ କିଏ ନେବ ଏହି ଦାୟିତ୍ୱ ସେନେଇ ଚର୍ଚ୍ଚା ଜୋର ଧରିଛି।

author-image
Pramod Behera
undefined

The decision of Virat Kohli make storm in cricket world

ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ହାରିବା ପରେ ହଠାତ୍ ଟେଷ୍ଟ୍‌ ଅଧିନାୟକ ପଦରୁ ବିରାଟଙ୍କ ଇସ୍ତଫା ନେଇ ହଇଚଇ ସୃଷ୍ଟି ହୋଇଛି। ବିସିସିଆଇ ସହ ବିବାଦକୁ ନେଇ ବିରାଟ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ଏପଟେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଟ୍ୱିଟ୍ କରି ବିରାଟଙ୍କ ନିଷ୍ପତ୍ତି ବ୍ୟକ୍ତିଗତ ଓ ବିସିସିଆଇ ଏହାକୁ ଗ୍ରହଣ କରୁଥିବା ଲେଖିବା ପରେ ଏହା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି।

Advertisment

ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ଏଥିପାଇଁ ବିସିସିଆଇକୁ ପରୋକ୍ଷରେ ଦାୟୀ କରିଛନ୍ତି। ତେବେ ରୋହିତ୍ ଶର୍ମା କିନ୍ତୁ ବିରାଟଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଟ୍ୱେଣ୍ଟି - ଟ୍ୱେଣ୍ଟି ଫର୍ମାଟ୍‌ ଅଧିନାୟକ ପଦରୁ ଓହରି ଯିବେ ବୋଲି ବିରାଟ ଘୋଷଣା କରିଥିଲେ। ତେବେ ବିସିସିଆଇ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଦିନିକିଆ ଅଧିନାୟକ ପଦରୁ ବିରାଟଙ୍କୁ ହଟାଇ କେବଳ ଟେଷ୍ଟ୍‌ ଟିମ୍‌ର ଅଧିନାୟକ ଦାୟିତ୍ୱ ଦେଇଥିଲା। ଏହାକୁ ନେଇ ସେତେବେଳେ ବିବାଦ ଉପୁଜିଥିଲା।

ବିସିସିଆଇର ଏହି ନିଷ୍ପତ୍ତିର ଠିକ ମାସେ ପରେ ଗତକାଲି ଅଚାନକ ଟେଷ୍ଟ୍‌ କ୍ୟାପ୍ଟେନ୍ସି ଛାଡ଼ିଛନ୍ତି ବିରାଟ। ଏଥିପାଇଁ ଟିମ୍ ଇଣ୍ଡିଆର ପୂର୍ବତନ ମ୍ୟାନେଜର ରଂଜୀବ ବିଶ୍ୱାଳ ସିଧା ବିସିସିଆଇକୁ ଦାୟୀ କରିଛନ୍ତି। ବିରାଟଙ୍କ ଭଳି ଜଣେ ବଡ଼ ଖେଳାଳିଙ୍କୁ ମିସ୍ ହ୍ୟାଣ୍ଡେଲ୍‌ କରାଗଲା ବୋଲି ସେ ସିଧା ସଳଖ ଅଭିଯୋଗ ଆଣିଛନ୍ତି।

Advertisment

ବିରାଟଙ୍କ ଇସ୍ତଫା ପରେ ଏବେ ତାଙ୍କ କ୍ୟାରିୟରକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା। ପୂର୍ବତନ କ୍ରିକେଟର ସରଣଦୀପ୍ ସିଂହ କହିଛନ୍ତି ଯେ ବିରାଟ ଏବେ ନିଜ ବ୍ୟାଟିଂ ଉପରେ ଫୋକସ୍ କରିବା ସମୟ ଆସିଛି। ତେବେ ବିରାଟଙ୍କ ପରେ ଅଧିନାୟକ ପାଇଁ କେ.ଏଲ୍ ରାହୁଲ୍ ଓ ରିସଭ ପନ୍ଥଙ୍କ ନାଁ ଚର୍ଚ୍ଚାକୁ ଆସିଛି। ଅନ୍ୟପଟେ ପୂର୍ବତନ କ୍ରିକେଟର ଅତୁଲ ଓ୍ୱାସନ କହିଛନ୍ତି, ବିରାଟ କ୍ୟାପ୍ଟେନ୍ସି ଛାଡ଼ିବା ପରେ ନିଜ ଖେଳ ଉପରେ କେତେ ଫୋକସ୍ ରଖି ପାରୁଛନ୍ତି ତାହା ଉପରେ ନଜର ରହିବ। କୋହଲି ୬୮ଟି ଟେଷ୍ଟରେ ଭାରତର ନେତୃତ୍ୱ ନେଇଥିବା ବେଳେ ୪୦ଟି ଟେଷ୍ଟରେ ବିଜୟ ହାସଲ କରିଥିଲେ। ଏହି କ୍ୟାରିୟର ଭିତରେ ବିରାଟ ମାରିଥିଲେ ୨୦ଟି ସେଞ୍ଚୁରୀ।

ବିରାଟ ଟେଷ୍ଟ କ୍ୟାପ୍ଟେନ୍ସି ଛାଡ଼ିବା ପରେ ସୋସିଆଲ୍ ମିଡିଆ ଆକାଉଣ୍ଟରେ ହୃହୟଭରା ବାର୍ତ୍ତା ଦେଇଛନ୍ତି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା। ଅଧିନାୟକତ୍ୱର ୭ ବର୍ଷରୁ ଆମ ଝିଅ ଅନେକ କିଛି ଶିଖିବ ବୋଲି ସେ ଲେଖିଛନ୍ତି। ଏହାସହ ୨୦୧୪ରୁ ଆରମ୍ଭ କରି ଟେଷ୍ଟ୍‌ କ୍ୟାପ୍ଟେନ୍ ଭାବେ ଶେଷ ଦିନ ପର୍ଯ୍ୟନ୍ତ ଯାତ୍ରାକୁ ସେ ଟିକିନିଖି ଉଲ୍ଲେଖ କରିବା ସହ କେମିତି ଅଧିନାୟକ ଦାୟିତ୍ୱ ମିଳିବା ପରେ ବିରାଟ ପରିପକ୍ୱ ହୋଇଥିଲେ ତାହା ପୋଷ୍ଟ୍‌ କରିଛନ୍ତ। ଶେଷରେ ୟୁ ଡିଡ୍ ଗୁଡ୍ ଲେଖିବା ସହ ପୋଷ୍ଟ୍‌ କରିଛନ୍ତି ବିରାଟଙ୍କ କିଛି ସ୍ମରଣୀୟ ଫଟୋ।

Ajab Gajab
Advertisment
Advertisment