Advertisment

Virat kohli: ଫ୍ୟାନଙ୍କ ପାଗଳାମି; ପଶିଗଲେ ଷ୍ଟାଡିୟମ, ବିରାଟଙ୍କ ପାଦ ଛୁଇଁବାକୁ କଲେ ଠେଲାପେଲା

ଦୀର୍ଘ ୧୩ ବର୍ଷ ପରେ ବିରାଟ କୋହଲି ରଣଜୀ ମୈଦାନକୁ ଓହ୍ଲାଇଛନ୍ତି। ରେଲୱେ ବିପକ୍ଷରେ ଖେଳୁଛନ୍ତି ରଣଜୀ ମ୍ୟାଚ୍। ଏହି ମ୍ୟାଚରେ ବିରାଟଙ୍କୁ ଦେଖିବା ପାଇଁ ଆଜି ଭୋରରୁ ଷ୍ଟାଡିୟମ ଆଗରେ ଲମ୍ବା ଲାଇନ ଲଗାଇଥିଲେ ହଜାର ହଜାର ଫ୍ୟାନ୍।

ଅଦ୍ୟତନ ହୋଇଛି
Virat kohli

Virat kohli

Advertisment

ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ଦେଖିବା ପାଇଁ ଷ୍ଟାଡିୟମରେ ଖଚାଖଚ ଭିଡ଼। ରାତି ୩ଟାରୁ ଫ୍ୟାନ ଲଗାଇଥିଲେ ଲମ୍ବା ଲାଇନ ଓ ଚାଲିଥିଲା ଧାଁ ଦୌଡ଼ ଭଳି ସ୍ଥିତି। ନିଜ ପ୍ରିୟ କ୍ରିକେଟରଙ୍କୁ ଦେଖିବା ପାଇଁ ଦିଲ୍ଲୀ ଅରୁଣ ଜେଟଲୀ ଷ୍ଟାଡିୟମରେ ଆଜି ଏମିତି କିଛି ଚିତ୍ର ଦେଖିବାକୁ ମିଳିଥିଲା।

Advertisment

ଦୀର୍ଘ ୧୩ ବର୍ଷ ପରେ ବିରାଟ କୋହଲି ରଣଜୀ ମୈଦାନକୁ ଓହ୍ଲାଇଛନ୍ତି। ରେଲୱେ ବିପକ୍ଷରେ ଖେଳୁଛନ୍ତି ରଣଜୀ ମ୍ୟାଚ୍। ଏହି ମ୍ୟାଚରେ ବିରାଟଙ୍କୁ ଦେଖିବା ପାଇଁ ଆଜି ଭୋରରୁ ଷ୍ଟାଡିୟମ ଆଗରେ ଲମ୍ବା ଲାଇନ ଲଗାଇଥିଲେ ହଜାର ହଜାର ଫ୍ୟାନ୍। ଏପରିକି ଷ୍ଟାଡିୟମରେ ପ୍ରବେଶ ପାଇଁ ୨ କିଲୋମିଟର ଯାଏ ଧାଡ଼ି ଲମ୍ବିଥିବା କୁହାଯାଉଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯେମିତି ଲାଗୁଥିଲା କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଚାଲିଛି।

ଦିଲ୍ଲୀ ଷ୍ଟାଡିୟମର ଗ୍ୟାଲେରି ଭର୍ତ୍ତି ହୋଇଯାଇଥିଲା। ହାତରେ କୋହଲିଙ୍କ ପ୍ଲାକାର୍ଡ, ପୋଷ୍ଟର ବ୍ୟାନର ଧରି ଷ୍ଟାଡିୟମର ଭିତରକୁ ଆସିଥିଲେ ଫ୍ୟାନ୍। ବିରାଟ କୋହଲି, ବିରାଟ କୋହଲି ଧ୍ୱନିରେ କମ୍ପିଥିଲା ଥିଲା ଷ୍ଟାଡିୟମ। ଫ୍ୟାନଙ୍କ ଭିତରେ ଦେଖିବାକୁ ମିଳିଥିଲା ନାହିଁ ନଥିବା ଉତ୍ସାହ। ଏପରିକି ଜଣେ ଫ୍ୟାନ୍ ଠେଲାପେଲା କରି ଷ୍ଟାଡିୟମ ଭିତରକୁ ପଶି ଯାଇଥିବା ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେଉଛି।

Advertisment

ଫ୍ୟାନ ଜଣଙ୍କ ଦୌଡ଼ି ଦୌଡ଼ି ଯାଇ ପିଚ୍ ଭିତରେ ବିରାଟଙ୍କ ପାଦ ଛୁଇଁବାକୁ ଚେଷ୍ଟା କରିଥିଲେ। ତାଙ୍କୁ ସେଠାରୁ ଆଣି ବାହାରେ ଛାଡିଥିଲେ ସୁରକ୍ଷାକର୍ମୀ। ୧୩ ବର୍ଷ ପରେ କୋହଲି ରଣଜୀ ମ୍ୟାଚ ଖେଳୁଛନ୍ତି। ଶେଷ ଥର ସେ ୨୦୧୨ରେ ଘରୋଇ କ୍ରିକେଟ ଖେଳିଥିଲେ।

ଅଧିକ ପଢ଼ନ୍ତୁ:  ପ୍ରତିଶ୍ରୁତି ଦେଲେ ସରକାର, ମାମଲାର ଅନ୍ତ ଘଟାଇଲେ ହାଇକୋର୍ଟ

Virat Kohli Delhi Ranji Trophy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ