Advertisment

LIVE ଇଣ୍ଟରଭିୟୁ ବେଳେ ଭୋ ଭୋ ହୋଇ କାନ୍ଦି ପକାଇଲେ ହାର୍ଦ୍ଦିକ ପାଣ୍ଡ୍ୟା, ଦେଖନ୍ତୁ ଭିଡିଓ...

ଖାଲି ବିରାଟ ନୁହନ୍ତି ହାର୍ଦ୍ଦିକ ମଧ୍ୟ ଇମୋସନାଲ୍‌ ହୋଇଯାଇଥିଲେ। ଏହି ସମୟରେ ସେ ତାଙ୍କର ସ୍ୱର୍ଗତ ବାପାଙ୍କୁ ମନେ ପକାଇଥିଲେ।

ଅଦ୍ୟତନ ହୋଇଛି
Teary-Eyed Hardik Pandya Remembers Late Dad's Role

Teary-Eyed Hardik Pandya Remembers Late Dad's Role

Advertisment

ଟି-୨୦ ବିଶ୍ୱକପ୍‌ର ହାଇଭୋଲଟେଜ୍ ମ୍ୟାଚ୍‌ରେ ପାକିସ୍ତାନକୁ ପରାସ୍ତ କରି ଟିମ୍ ଇଣ୍ଡିଆ ଦେଶବସୀଙ୍କୁ ଆଗୁଆ ଦୀପାବଳି ଉପହାର ଦେଇଛି। ମେଲବର୍ଣ୍ଣରେ ପାକିସ୍ତାନକୁ ୪ ଓ୍ୱିକେଟରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। ଏହାସହ ଗତ ବିଶ୍ୱକପ୍‌ର ପ୍ରତିଶୋଧ ନେଇଛନ୍ତି କିଙ୍ଗ୍ କୋହଲି। ମ୍ୟାଚ୍‌ ଜିତିବା ପାଇଁ ୧୬୦ ରନ୍‌ ଟାର୍ଗେଟ୍‌କୁ ଟିମ୍‌ ଇଣ୍ଡିଆ ଶେଷ ବଲ୍‌ରେ ହାସଲ କରିଥିଲା। ଟିମ୍‌ ଇଣ୍ଡିଆର ଏହି ବିଜୟ ପଛରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରଥମ ବୋଲିଂରେ ହାର୍ଦ୍ଦିକ କମାଲ୍‌ ଦେଖାଇ ୩ ୱିକେଟ୍‌ ନେଇଥିଲେ। ଏହାସହ ବ୍ୟାଟିଂ କରି ୪୦ ରନ୍‌ କରିଥିଲେ। 

Advertisment

ଗତକାଲିର ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ଥିଲା। ଶେଷ ମୁହୂର୍ତ୍ତ ଯାଏ ମ୍ୟାଚ୍‌କୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ବିରାଟ କୋହଲିଙ୍କ ମଧ୍ୟରେ ପାର୍ଟନରସିପ୍‌ରେ ୧୦୦ରୁ ଅଧିକ ରନ୍‌ ହୋଇଥିଲା। ଯାହାକି ଟିମ୍‌ ଇଣ୍ଡିଆ ଜିତିବା ପଛର ଅନ୍ୟ ଏକ ପ୍ରମୁଖ କାରଣ। ବିରାଟ ନଟ୍ ଆଉଟ୍ ହୋଇ ୮୨ ରନ୍ କରିଥିବା ବେଳେ ହାର୍ଦ୍ଦିକ ୪୦ ରନ୍ କରିଥିଲେ। ବିଜୟ ପରେ ପ୍ୟାନ୍ସ, ଦେଶବାସୀଙ୍କ ବ୍ୟତୀତ ଭାରତୀୟ କ୍ରିକେଟରଙ୍କ ଆଖିରେ ମଧ୍ୟ ଖୁସିର ଲୁହ ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ସମସ୍ତେ ଇମୋସନାଲ୍‌(ଭାବପ୍ରବଣ) ହୋଇଯାଇଥିଲେ। 

ବାପାଙ୍କୁ ମନେ ପକାଇ କାନ୍ଦିଲେ ହାର୍ଦ୍ଦିକ...

ମ୍ୟାଚ୍‌ ଜିତିବା ପରେ କୋହଲି ଏତେ ଭାବପ୍ରବଣ ହୋଇପଡ଼ିଥିଲେ ଯେ, ନିଜ ଆଖିର ଲୁହକୁ ରୋକି ପାରିନଥିଲେ। ବିରାଟ କୋହଲିଙ୍କ ଏଭଳି ଅନ୍ଦାଜ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା। ଖାଲି ବିରାଟ ନୁହନ୍ତି ହାର୍ଦ୍ଦିକ ମଧ୍ୟ ଇମୋସନାଲ୍‌ ହୋଇଯାଇଥିଲେ ଓ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା। ଏହି ସମୟରେ ସେ ତାଙ୍କର ସ୍ୱର୍ଗତ ବାପାଙ୍କୁ ମନେ ପକାଇଥିଲେ। ବାପାଙ୍କୁ ମନେ ପକାଇ ହାର୍ଦ୍ଦିକ କହିଥିଲେ ଯେ, ‘ମ୍ୟାଚ୍‌ ପୂର୍ବରୁ ରାହୁଲ ସାର୍‌ଙ୍କୁ କହିଥିଲି ଯେ, ୧୦ ମାସ ପୂର୍ବରୁ ମୁଁ ଯେଉଁଠି ଥିଲି ଓ ଏବେ ଯେଉଁଠି ଅଛି ଏହା ମୋ ପାଇଁ ବହୁତ ବଡ଼ କଥା। ଏଥିପାଇଁ ବହୁତ ପରିଶ୍ରମ ମଧ୍ୟ କରୁଛି ଓ ଏସବୁ କେବଳ ମୋ ବାପାଙ୍କ ପାଇଁ କରୁଛି। ଆଜି ଯଦି ସେ ଥାନ୍ତେ ତା’ହେଲେ ଏସବୁ ଦେଖି ବହୁତ ଖୁସି ହୋଇଥାନ୍ତେ। ଯଦି ମୋତେ ଖେଳିବା ପାଇଁ ସୁଯୋଗ ମିଳି ନଥାନ୍ତା, ତା’ହେଲେ ଆଜି ମୁଁ ଏହି ସ୍ଥାନରେ କେବେବି ପହଞ୍ଚି ପାରି ନଥାନ୍ତି। ଏଥିପାଇଁ ମୋ ବାପା ଅନେକ କିଛି ଉତ୍ସର୍ଗ କରିଛନ୍ତି। ଏପରିକି ଆମ ପାଇଁ ସେ ଅନ୍ୟ ସହରକୁ ଯିବାର ନିଷ୍ପତ୍ତି ମଧ୍ୟ ନେଇଥିଲେ। ଯେତେବେଳେ ଆମେ ଦୁଇ ଭାଇ ୬ ବର୍ଷର ହୋଇଥିଲୁ, ସେ ଆମ ପାଇଁ ଅନ୍ୟ ସହରକୁ ଯାଇଥିଲେ। ଏଥିପାଇଁ ସବୁବେଳେ ବାପାଙ୍କୁ କୃତଜ୍ଞତା ଜଣାଇବି।’

Advertisment

ହାର୍ଦ୍ଦିକ ଆହୁରି କହିଥିଲେ ଯେ, ‘ଯେହେତୁ ଏହା ପ୍ରଥମ ମ୍ୟାଚ୍‌ ଓ ପାକିସ୍ତାନ ବିପକ୍ଷରେ ଥିଲା, ତେଣୁ ଏହା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏଥିପାଇଁ ଆମେ ବହୁତ ଦିନ ଧରି ପରିଶ୍ରମ ମଧ୍ୟ କରିଥିଲୁ। ଆମେ ଏକାଠି ହାରିବା ଓ ଏକାଠି ଜିତିବା। ଯଦିଓ ମୁଁ ଓ ବିରାଟ ସବୁଠୁ ଭଲ ଖେଳିଛୁ ହେଲେ ବିଜୟର ଶ୍ରେୟ ପୁରା ଟିମ୍‌ର। ଅର୍ଶଦୀପ, ଶାମି, ଭୁବନେଶ୍ୱର ଯେଭଳି ଭାବେ ବୋଲିଂ କରିଥିଲେ ତା’ହା ଅତ୍ୟନ୍ତ ଚମତ୍କାର ଥିଲା।’

Advertisment

ଗତବର୍ଷ ହାର୍ଦ୍ଦିକଙ୍କ ବାପାଙ୍କ ପରଲୋକ ହୋଇଥିଲା...

ଗତବର୍ଷ ଜାନୁଆରୀରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କ ପରଲୋକ ହୋଇଥିଲା। ହାର୍ଦ୍ଦିକ ଓ କୃଣାଳଙ୍କୁ ଭଲ କ୍ରିକେଟର କରିବା ପଛରେ ସେମାନଙ୍କ ବାପାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉଭୟଙ୍କୁ ଭଲ କ୍ରିକେଟର କରିବା ପାଇଁ ହିମାଂଶୁ ନିଜ ବ୍ୟବସାୟ ବନ୍ଦ କରି ଦେଇଥିଲେ ଓ ଅନ୍ୟ ସହରକୁ ଶିଫ୍ଟ ହୋଇଥିଲେ। 

ଏମିତି ଥିଲା ଭାରତ-ପାକ୍‌ ମୁକାବିଲା...

ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିବା ଭାରତ, ୪ଟି ୱିକେଟ୍‌ ଯିବା ପରେ ଫର୍ମକୁ ଫେରିଥିଲା । ୩୧ ରନ୍‌ରେ ଚତୁର୍ଥ ଓ୍ୱିକେଟ ପତନ ସତ୍ତ୍ୱେ ଭାରତ ପାଇଥିଲା ରୋମାଞ୍ଚକର ବିଜୟ। ବିରାଟ କୋହଲି ଟିମ୍‌ର କମାଣ୍ଡ ସମ୍ଭାଳିଥିଲେ। ମ୍ୟାଚ୍‌ର ଶେଷ ଓଭର ସାଜିଥିଲା ଟର୍ଣ୍ଣିଂ ପଏଣ୍ଟ। ପାକିସ୍ତାନ ବୋଲରଙ୍କ ସାଧାରଣ ଭୁଲ୍‌ ପାଇଁ ଭାରତ ଅଣ୍ଟିକୁ ଚାଲି ଆସିଲା ବିଜୟ ଲଡ଼ୁ। ଶେଷ ଓଭରେ ପାକିସ୍ତାନ ବୋଲରଙ୍କ ନୋ ବଲ୍‌ ଯୋଗୁ ଭାରତ ପାଇଥିଲା ଫ୍ରି-ହିଟ୍‌। 

ICC T20 World Cup 2022
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ