• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

WTC Final ପାଇଁ ଭାରତୀୟ ଟିମ୍‌ ଘୋଷଣା । BCCI ପକ୍ଷରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନ୍‌ସିପ୍‌ ପାଇଁ ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା କରାଯାଇଛି । ପୁଣିଥରେ ଟେଷ୍ଟ ଟିମ୍‌କୁ ଫେରିଛନ୍ତି ଅଜିଙ୍କ୍ୟ ରାହାଣେ । ଆହତ କାରଣରୁ ଟିମ୍‌ରୁ ବାଦ ପଡ଼ିଛନ୍ତି ଫାଷ୍ଟ ବୋଲର୍‌ ଯଶପ୍ରୀତ ବୁମ୍ରା । ଚଳିତ ଆଇପିଏଲ ସଂସ୍କରଣରେ ରାହାଣେ ଚମତ୍କାର ଫର୍ମରେ ଥିବା ବେଳେ ତାଙ୍କୁ ପୁଣି ଥରେ ଟେଷ୍ଟ ଟିମ୍‌ରେ ସୁଯୋଗ ଦିଆଯାଇଛି । ରୋହିତ ଶର୍ମା ଟିମ୍‌ର ଅଧିନାୟକ ଦାୟିତ୍ୱ ନେବେ।

WTC Final ରେ ଟିମ୍‌ ଇଣ୍ତିଆ ଅଷ୍ଟ୍ରେଲିଆକୁ ଭେଟିବ । ୭ ଜୁନ୍‌ରୁ ଇଂଲଣ୍ତର ଦ ଓଭାଲ୍‌ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଟିମ୍‌ରେ ଯଶପ୍ରୀତ ବୁମ୍ରାଙ୍କ ଛଡ଼ା ଶ୍ରେୟସ ଅୟରଙ୍କୁ ମଧ୍ୟ ସୁଯୋଗ ମିଳିନାହିଁ । ପୂର୍ବଥର ମଧ୍ୟ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ସିପ୍‌ ଫାଇନାଲରେ ପହଞ୍ଚିଥିଲା । ଫାଇନାଲ୍‌ରେ ନ୍ୟୁଜିଲାଣ୍ତ ଭାରତକୁ ପରାସ୍ତ କରିଥିଲା । ତେବେ ଏଥର ଟିମ୍‌ ଏହି ଟ୍ରଫିକୁ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ।

WTC Final ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(C), ଶୁଭମନ ଗିଲ୍, ଚେତେଶ୍ୱର ପୂଜାରା, ବିରାଟ କୋହଲି, କେ.ଏଲ. ରାହୁଲ, କେ.ଏସ୍ ଭରତ, ରବିଚନ୍ଦ୍ରନ ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଯଏଦେବ ଉନାଦକତ୍‌