/odishatv-khabar/media/post_attachments/uploadimage/library/16_9/16_9_0/IMAGE_1636079707.jpg)
India vs Scotland
ଦୁବାଇ: ଟି-୨୦ ବିଶ୍ୱକପ୍ରେ ଆଜି ଟିମ ଇଣ୍ଡିଆ ସହ ମୁହାଁମୁହିଁ ହେବ ସ୍କଟଲ୍ୟାଣ୍ଡ । ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଆଜି ସଂଧ୍ୟା ୭ଟା ୩୦ରେ ଏହି ମ୍ୟାଚ ଖେଳାଯିବ । ପୂର୍ବମ୍ୟାଚରେ ଆଫଗାନିସ୍ତାନଠାରୁ ୬୬ ରନରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚରେ ସ୍କଟଲ୍ୟାଣ୍ଡକୁ ମାତ ଦେବାକୁ ପଡ଼ଇାକୁ ଓହ୍ଲାଇବ ।
ଭାରତ ଏବେ ଗ୍ରୁପ୍ ୨ର ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ରହିଛି । ଅନ୍ୟପଟେ ବିଶ୍ୱକପ୍ରେ ଲାଗାତାର ୩ଟି ମ୍ୟାଚ ହାରି ପ୍ରତିଯୋଗିତାରୁ ବାଦ ପଡ଼ିସାରିଛି ସ୍କଟଲ୍ୟାଣ୍ଡ । ତେବେ ସ୍କଟଲ୍ୟାଣ୍ତ ମଧ୍ୟ ପ୍ରତିଯୋଗିତାରେ ନିଜର ପ୍ରଥମ ବିଜୟ ନେଇ ଜୋର ଲଗାଇବ । ପୂର୍ବମ୍ୟାଚରେ ସ୍କଟଲ୍ୟାଣ୍ଡକୁ ୧୬ ରନରେ ପରାସ୍ତ କରିଥିଲା ଟିମ୍ ନ୍ୟୁଜିଲାଣ୍ତ । ସେପଟେ ଟି ୨୦ରେ ୩ ହଜାର ରନ୍ କ୍ଲବରେ ସାମିଲ ହେବା ପାଇଁ ରୋହିତ ଶର୍ମାଙ୍କୁ ଆଉ ୪୮ ରନ ଆବଶ୍ୟକ ରହିଛି । ଏହି ମ୍ୟାଚରେ ଭଲ ପ୍ରଦର୍ଶନ କଲେ ରୋହିତ ଏହି ସଫଳତା ପାଇବାରେ ତୃତୀୟ ବ୍ୟାଟ୍ସମ୍ୟାନ ହେବେ ।
ସେହିପରି ଆଜି ଅପରାହ୍ନରେ ନ୍ୟୁଜିଲାଣ୍ତ-ନାମିବିଆ ମଧ୍ୟରେ ଥିବା ମ୍ୟାଚଟି ଶାରଜାହ୍ ଷ୍ଟାଡିୟମରେ ଖେଳାଯିବ । ଭାରତର ସେମିଫାଇନାଲର ଆଶା କ୍ଷୀଣ ରହିଥିବା ବେଳେ ଅପେକ୍ଷା ରହିଛି ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ତ ମଧ୍ୟରେ ଥିବା ମ୍ୟାଚ୍ର ଫଳାଫଳ । ଆଫଗାନିସ୍ତାନ ପୂର୍ବ ମ୍ୟାଚରେ ଭାରତରୁ ହାରିଯାଇଥିଲେ ମଧ୍ୟ ଦଳର ପ୍ରଦର୍ଶନ ବେଶ ଭଲ ରହିଥିଲା । ତେବେ ଆଶା କରାଯାଉଛି ଯେ ୭ ନଭେମ୍ବରରେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ତ ମଧ୍ୟରେ ଥିବା ମ୍ୟାଚ୍ଟି ବେଶ ରୋମାଞ୍ଚକ ରହିବ । ତେବେ ଭାରତ ମଧ୍ୟ ନିଜ ରନ୍ରେଟ୍ରେ ସୁଧାର ଆଣିବା ପାଇଁ ଜୋର ଲଗାଇବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)