Advertisment

ଟିମ୍‌ ଇଣ୍ଡିଆ ପାଇଁ ବର୍ଷା ସାଜିପାରେ ଭିଲେନ୍‌, ଏମିତି ହେଲେ ସେମିଫାଇନାଲରେ ପହଞ୍ଚିବ କି ପାକିସ୍ତାନ ?

ଏଡିଲେଡ୍‌ରେ ହେବାକୁ ଥିବା ଭାରତ- ବାଲାଂଦେଶ(IND vs BAN)ଏହି ମ୍ୟାଚ୍‌ରେ ବର୍ଷା ଭିଲେନ୍‌ ସାଜିପାରେ। ମଙ୍ଗଳବାର ଦିନ ଏଠାରେ ବର୍ଷା ହୋଇଥିବାରୁ ବୁଧବାର ଦିନ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
T20 World Cup

T20 World Cup: Today India Vs Bangladesh Match

ଆଜି ଟି-୨୦ ବିଶ୍ୱକପ୍‌‌(T20 World Cup 2022)ର ଏକ ହାଇ ଭୋଲଟେଜ୍‌ ମ୍ୟାଚ୍‌ ଖେଳାଯିବ। ଭାରତ- ବାଂଲାଦେଶ ମଧ୍ୟରେ ଏହି ଲଢ଼େଇ ହେବ। ପାକିସ୍ତାନ, ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆ, ଦକ୍ଷିଣ ଆଫ୍ରିକାଠାରୁ ମ୍ୟାଚ ହାତଛଡା କରି ଏବେ ଗ୍ରୁପ୍‌ରେ ଟପ୍‌ ୨ରେ ରହିବା ପାଇଁ ପ୍ରୟାସ କରିବ। ହେଲେ ବାଂଲାଦେଶ ବି ଭାରତକୁ ପୂର୍ବରୁ ଅନେକ ଟି-୨୦ରେ ନାକେଦମ୍‌ କରିଛି। ରେକର୍ଡ ଅବଶ୍ୟ ଭାରତ ସପକ୍ଷରେ ରହିଥାଇପାରେ।

Advertisment

ଆଜି ରୋହିତ ଶର୍ମା(Rohit Sharma)ଙ୍କୁ ବଡ଼ ପରୀକ୍ଷା ଦେବାକୁ ପଡ଼ିବ। ତେବେ ଏଡିଲେଡ୍‌ରେ ହେବାକୁ ଥିବା ଭାରତ- ବାଂଲାଦେଶ(IND vs BAN)ଏହି ମ୍ୟାଚ୍‌ରେ ବର୍ଷା ଭିଲେନ୍‌ ସାଜିପାରେ। ମଙ୍ଗଳବାର ଦିନ ଏଠାରେ ବର୍ଷା ହୋଇଥିବାରୁ ବୁଧବାର ଦିନ ମଧ୍ୟ ଆକାଶ ମେଘାଚ୍ଛନ୍ନ ରହିଛି। ଯଦି ବର୍ଷା ହୁଏ ତା’ହେଲେ ମ୍ୟାଚ୍‌ ଏଥିରେ ବାଧକ ସାଜିପାରେ। 

ଅଧିକ ପଢ଼ନ୍ତୁ:ବିଶ୍ୱକପ୍‌ ଫାଇନାଲକୁ ଯିବ କିଏ, ଭବିଷ୍ୟବାଣୀ କଲେ ଗାଙ୍ଗୁଲି

ଯଦି ଆମେ ଚଳିତ ଟୁର୍ଣ୍ଣାମେଣ୍ଟ କଥା କହିବା, ଭାରତ ପ୍ରାରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା। ପାକିସ୍ତାନ, ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବିଜୟ ହାସଲ କରିଥିଲା। ହେଲେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଦଳ ୫ ୱିକେଟ୍‌ରେ ହାରି ଯାଇଥିଲା। ୩ଟି ମ୍ୟାଚ୍‌ରୁ ଭାରତକୁ ୪ ପଏଣ୍ଟ ମିଳିଛି। ହେଲେ ନେଟ୍‌ ରନ୍‌ରେଟ୍‌ରେ ଭାରତ ପଛରେ ଅଛି। 

Advertisment
‌‌T20 World Cup 2022‌‌T20 World Cup 2022

ଯଦି ବର୍ଷା ପାଇଁ ଆଜିର ମ୍ୟାଚ୍‌ କ୍ୟାନସେଲ୍‌ ହୋଇଯାଏ, ତା’ହେଲେ ଭାରତ- ବାଂଲାଦେଶ ଉଭୟ ଟିମ୍‌କୁ ଗୋଟିଏ ଗୋଟିଏ ପଏଣ୍ଟ ମିଳିବ। ନଭେମ୍ବର ୬ରେ ମେଲବର୍ଣ୍ଣରେ ଜିମ୍ବାୱେ ସହ ଟିମ୍‌ ଇଣ୍ଡିଆର ଶେଷ ମୁକାବିଲା ହେବ। ଏହିଦିନ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ସାରାଦିନ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ପୂର୍ବାନୁମାନ ହୋଇଛି। ମେଲବର୍ଣ୍ଣରେ ବର୍ଷା ଯୋଗୁ ସୁପର୍‌-୧୨ର ଅନେକ ମ୍ୟାଚ୍‌ କ୍ୟାନସେଲ୍‌ ହୋଇଛି। ଏଭଳି ସ୍ଥିତିରେ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନ ପାଇଁ ଅଧିକ ମୁସ୍କିଲ ହୋଇପାରେ। 

ସୁପର୍‌-୧୨ର ଗ୍ରୁପ୍‌-୨ କଥା ଯଦି ଆମେ କହିବା, ତା’ହେଲେ ଭାରତର ନେଟ୍‌ ରନ୍‌ରେଟ୍‌ ୦.୮୪୪ ରହିଛି। ସେହିପରି ପାକିସ୍ତାନର ନେଟ୍‌ ରନ୍‌ରେଟ୍‌ ୦.୭୬୫ ରହିଛି। ଅର୍ଥାତ୍‌ ପାକିସ୍ତାନର ନେଟ୍‌ ରନ୍‌ରେଟ୍‌ ଭାରତଠୁ ବେଶୀ କମ୍‌ ନାହିଁ। ୩ଟି ମ୍ୟାଚ୍‌ରେ ପାକିସ୍ତାନର ପଏଣ୍ଟ ୨ ଥିବାବେଳେ ୫ମ ସ୍ଥାନରେ ରହିଛି। ସେମିଫାଇନାଲ୍‌ ରେସ୍‌ରେ ସାମିଲ ହେବା ପାଇଁ ପାକିସ୍ତାନକୁ ଆହୁରି ୨ଟି ମୁକାବିଲା ଜିତିବାକୁ ପଡ଼ିବ। ଯଦି ଏହି ୨ଟି ମ୍ୟାଚ୍‌ରେ ପାକିସ୍ତାନ ଜିତେ ତା’ହେଲେ ସେମିଫାଇନାଲରେ ପହଞ୍ଚିବ। ହେଲେ ପାକିସ୍ତାନ ପାଇଁ ଏହା ମୁସ୍କିଲ୍‌। 

ଟି-୨୦ ବିଶ୍ୱକପ୍‌‌ରେ ଭାରତ- ବାଂଲାଦେଶ ଦୁଇ ଦଳ ଦଳ ପରସ୍ପରକୁ ୩ ଥର ଭେଟିଛନ୍ତି। ଭାରତ ୩ଟି ଯାକ ମ୍ୟାଚ୍‌ ଜିତିଛି। ଚଳିତ ଟି-୨୦ ବିଶ୍ୱକପ୍‌‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏତେଟା ଭଲ ଫର୍ମରେ ନାହାନ୍ତି। ନେଦରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଅର୍ଦ୍ଧଶତକ ଛଡା ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଫେଲ୍‌ ମାରିଛନ୍ତି ରୋହିତ। ବିରାଟ କିନ୍ତୁ ଜବରଦସ୍ତ ଫର୍ମରେ ଅଛନ୍ତି। 

Cricket T20 World Cup ICC T20 World Cup 2022
Advertisment
Advertisment