• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବିଶ୍ୱ ଟାଇଟଲ ଲଢ଼େଇରେ ବାଜି ମାରି ନେଇଛି ଟିମ୍ ଇଣ୍ତିଆ । ଦୀର୍ଘ ୧୧ ବର୍ଷର ପ୍ରତୀକ୍ଷା ପରେ ଦଳଗତ ଭାବେ ଭଲ ପ୍ରଦର୍ଶନ ଦେଇ ବିଜୟୀ ହୋଇଛି ଭାରତ । ଫାଇନାଲ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ପ୍ରଦର୍ଶନ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱ ବଳରେ ଦକ୍ଷିଣ ଆଫ୍ରିକାକୁ ସାତ ରନ୍‌ରେ ପରାସ୍ତ କରିଥିଲା । ଫଳରେ ଦକ୍ଷିଣ ଆଫ୍ରିକାର ବିଶ୍ୱକପ୍ ଜିତିବାର ସ୍ୱପ୍ନକୁ ଅଧୁରା ରଖିଦେଇଛି ଭାରତ ।

ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବାର୍ବାଡୋସରେ ପ୍ରଥମେ ବ୍ୟାଟିଂ କରିବାକୁ ପସନ୍ଦ କରିଥିଲେ । ଯାହାକୁ ଠିକ୍ ପ୍ରମାଣିତ କରିଥିଲେ ଭାରତୀୟ ବ୍ୟାଟର୍ । ସଅଳ ୱିକେଟ୍ ପଡ଼ିବା ସତ୍ତ୍ୱେ ମଧ୍ୟକ୍ରମଙ୍କ ସହ ମିଶି ବିରାଟ କୋହଲି ରନ୍ ସ୍କୋର୍ କରିନେଇଥିଲେ । ଫଳରେ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୬ର ଏକ ସମ୍ମାନଜନକ ସ୍କୋର କରିଥିଲା ଭାରତ ।

ଏହାର ଉତ୍ତରରେ, ଦକ୍ଷିଣ ଆଫ୍ରିକା ୧୬୯/୮ ରେ ସୀମିତ ରହିଯାଇଥିଲା । ତେବେ ଏହି ମ୍ୟାଚ୍‌ରେ କେଉଁ ଦଳକୁ କେତେ ପୁରସ୍କାର ରାଶି ମିଳିଲା ଆପଣ ଜାଣନ୍ତି କି .. ନଜର ପକାନ୍ତୁ ।

୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ଭାରତ । ଫଳ ସ୍ୱରୂପ ଭାରତକୁ ୨.୪୫ ମିଲିୟନ୍ ଡଲାର୍ ବା ୨୦.୪୨ କୋଟି ଟଙ୍କା ପୁରସ୍କାର ମିଳିଛି । ଏହି ପୁରସ୍କାର ରାଶି ଆଇସିସି ତରଫରୁ ବିଜେତା ଦଳକୁ ମିଳିଛି । ସେହିପରି ରନର୍ସଅପ୍ ହୋଇଥିବା ଦକ୍ଷିଣ ଆପ୍ରିକାକୁ ମଧ୍ୟ ପୁରସ୍କାର ମିଳିଛି । ଆଇସିସି ତରଫରୁ ଦକ୍ଷିଣ ଆଫ୍ରିକାକୁ ୧.୨୮ ମିଲିୟନ ଡଲାର ବା ୧୦.୬୭ କୋଟି ମିଳିଛି ।

ସେହିପରି ସେମିଫାଇନାଲିଷ୍ଟ ଇଂଲଣ୍ଡ ଓ ଆଫଗାନିସ୍ତାନକୁ ମଧ୍ୟ ସାନ୍ତ୍ୱନାମୂଳକ ରାଶି ମିଳିଛି । ଉଭୟ ଇଂଲଣ୍ଡ ଏବଂ ଆଫଗାନିସ୍ତାନ ଯଥାକ୍ରମେ ଭାରତ ଏବଂ ଦକ୍ଷିଣ ଆଫ୍ରିକାଠାରୁ ସେମିଫାଇନାଲରେ ହାରିବା ପରେ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲେ । ତେବେ ଏନେଇ ପ୍ରତ୍ୟେକ ଦଳକୁ ୭,୮୭,୫୦୦ ଡଲାର ବା ପ୍ରାୟ ୬.୫୬ କୋଟି ଟଙ୍କା ପୁରସ୍କାର ଆକାରରେ ମିଳିଥିଲା ।

୧୭ ବର୍ଷ ପରେ ଗତକାଲି ଆଉ ଥରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ତୋଳି ଧରିଥିଲା । ଏଥି ସହିତ ଭାରତ ମଧ୍ୟ ଦିନିକିଆ ଓ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌କୁ ଦୁଇ ଥର ଲେଖାଏଁ ଜିତିବାର ସୌଭାଗ୍ୟ ପାଇଛି । ୧୯୮୩ରେ କପିଳ ଦେବଙ୍କ ଦଳ ଏବଂ ୨୦୧୧ରେ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଦଳ ଦିନିକିଆ ବିଶ୍ୱକପ୍ ଜିତିଥିଲା ।

ସେହିଭଳି ୨୦୦୭ରେ ଧୋନିଙ୍କ ଅଧିନାୟକତ୍ୱରେ ଦଳ ପ୍ରଥମ ସଂସ୍କରଣର ଟ୍ୱେଣ୍ଟି-୨୦ ବିଶ୍ୱକପ୍‌କୁ ଦକ୍ଷିଣ ଆଫ୍ରିକାରେ ଜିତିଥିଲା । ତେବେ ପ୍ରଥମ ଥର ବିଶ୍ୱକପ୍ ଫାଇନାଲକୁ ଯାଇଥିଲେ ମଧ୍ୟ ଟ୍ରଫି ଧରିବାର ସ୍ୱପ୍ନ ଅଧୁରା ରହିଯାଇଛି । ଭାରତ ସବୁଥିରେ ଭଲ ପ୍ରଦର୍ଶନ କରି ବିଶ୍ୱକପ୍ ଟ୍ରଫି ହାତେଇ ନେଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now