Advertisment

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଡ୍ୱେନ୍ ବ୍ରାଭୋ

ଅବସର ଘୋଷଣା କଲେ ୱେଷ୍ଟଇଣ୍ଡିଜ୍ ଦଳର ପ୍ରମୁଖ ଅଲରାଉଣ୍ତର ଡ୍ୱେନ୍ ବ୍ରାଭୋ । ଟି -୨୦ ବିଶ୍ୱକପର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି ବ୍ରାଭୋ । ଆଇସିସି ଟି -୨୦ ବିଶ୍ୱକପ ୨୦୨୧ର ସେମିଫାଇନାଲ ଦୋଦରୁ ବାହାରି ଯାଇଛି ୱେଷ୍ଟେଣ୍ତିଜ୍‌।

author-image
Otv Khabar Bureau
dwayne bravo retirement

dwayne bravo retirement

ନୂଆଦିଲ୍ଲୀ: ଅବସର ଘୋଷଣା କଲେ ୱେଷ୍ଟଇଣ୍ଡିଜ୍ ଦଳର ପ୍ରମୁଖ ଅଲରାଉଣ୍ତର ଡ୍ୱେନ୍ ବ୍ରାଭୋ । ଟି -୨୦ ବିଶ୍ୱକପର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଅବସର ନେବେ ବୋଲି ଘୋଷଣା କରିଛନ୍ତି ବ୍ରାଭୋ । ଆଇସିସି ଟି -୨୦ ବିଶ୍ୱକପ ୨୦୨୧ର ସେମିଫାଇନାଲ ଦୋଦରୁ ବାହାରି ଯାଇଛି ୱେଷ୍ଟେଣ୍ତିଜ୍‌। ଗତକାଲି ମଧ୍ୟ ୱେଷ୍ଟଇଣ୍ଡିଜ୍ ଶ୍ରୀଲଙ୍କା ଠାରୁ ୨୦ ରନ୍‌ରେ ପରାସ୍ତ ହୋଇଛି । ଏହି ଟୁର୍ନାମେଣ୍ଟରେ ୱେଷ୍ଟଇଣ୍ଡିଜ୍‌ର କ୍ରମାଗତ ଭାବେ ତୃତୀୟ ପରାଜୟ ଘଟିଛି । ଦଳର ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ ଏହି ପରାଜୟ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି।

Advertisment

ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଲେ ଡ୍ୱେନ୍ ବ୍ରାଭୋ। ପୂର୍ବରୁ ୨୦୧୯ ରେ ମଧ୍ୟ ବ୍ରାଭୋ ଅବସର ନେଇ ଘୋସଣା କରିଥିଲେ ମଧ୍ୟ ପୁଣି ଥରେ ପଡିଆକୁ ଓହ୍ଲାଇଥିଲେ । ସେତେବେଳେ ସେ କହିଥିଲେ ଯେ ତାଙ୍କ ଦଳକୁ ପୁଣି ଚାମ୍ପିଅନ୍ କରିବା ଉଦ୍ଦେଶ୍ୟରେ ସେ ଟିମ;କୁ ଫେରିଛନ୍ତି । ବ୍ରାଭୋ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ୭ଟି ଟି -୨୦ୱାର୍ଲ୍ଡକପ୍ ଖେଳିଛନ୍ତି । ୨୦୧୨ ଏବଂ ୨୦୧୬ରେ ବ୍ରାଭୋଙ୍କ ଉପସ୍ଥିତିରେ ଟିମ୍ ଟି-୨୦ ବିଶ୍ୱକପ ଜିତିଥିଲା । ଶ୍ରିଲଙ୍କାଠୁ ପରାଜୟ ପରେ ସେ କହିଛନ୍ତି ଯେ ତାଙ୍କର ଅବସର ନେବାର ସମୟ ଆସିଯାଇଛି । ସେ ୧୮ ବର୍ଷ ଯାଏଁ ୱେଷ୍ଟେଣ୍ତିଜ୍ ପାଇଁ କ୍ରିକେଟ ଖେଳିଛନ୍ତି । ସେ ଆହୁରି କହିଛନ୍ତି ଯେ ସେ ଗର୍ବିତ ଯେ ୱେଷ୍ଟେଣ୍ତିଜ୍ ବିଶ୍ୱ ମଞ୍ଚରେ ନିଜର ଏକ ସ୍ୱତନ୍ତ୍ର ଛାପ ଛାଡିଛି ।

Advertisment

ବ୍ରାଭୋ ୨୦୦୪ ରେ ୱେଷ୍ଟେଣ୍ତିଜ ଦଳ ପାଇଁ ଡେବ୍ୟୁ କରିଥିଲେ । ସେ ସେବେଠୁ କ୍ରମାଗତ ଭାବେ ଦେଶ ପାଇଁ କ୍ରିକେଟ ଖେଳି ଆସୁଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ୬ ହଜାରରୁ ଅଧିକ ରନ୍ ରହିଛି । ODI ରେ ୧୯୯ ୱିକେଟ୍ ଏବଂ ଟେଷ୍ଟରେ ୮୬ଟି ୱିକେଟ୍ ନେଇଛନ୍ତି । ସେ ଟି -୨୦ ଆନ୍ତର୍ଜାତୀୟ କ୍ରିକେଟରେ ମୋଟ ୭୮ ୱିକେଟ୍ ନେଇଛନ୍ତି । ସେ ୨୦୧୩ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳି ସର୍ବାଧିକ ୩୨ ୱିକେଟ୍ ନେଇଥିଲେ। ତେବେ ସାରା ବିଶ୍ୱରେ ସେ ଏକ ପ୍ରତିଭାଶାଳୀ ଅଲରାଉଣ୍ତର ଭାବରେ ବେଶ ପରିଚିତ । ତେବେ ଆଗାମୀ ଦିନରେ ସେ ଆଇପିଏଲ ଖେଳିବେ ବୋଲି ଆଶା କରାଯାଉଛି ।

Dwayne Bravo Retirement
Advertisment
Advertisment