Advertisment

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମୁକୁଟ ପିନ୍ଧି ଅନ୍ତ ହେବ ରୋହିତ-ଦ୍ରାବିଡ୍‌ଙ୍କ ସୁପରହିଟ୍‌ ଯୋଡ଼ି !

କ୍ରିକେଟ ଅନିଶ୍ଚିତତାର ଖେଳ। ହାର୍‌ ଜିତ୍‌ ତ ଲାଗି ରହିଥାଏ। ତେବେ ୧୧ ବର୍ଷର ଅପେକ୍ଷାର ଅନ୍ତ ଆଜି ଘଟିବାକୁ ଯାଉଛି। ରୋହିତ-ଦ୍ରାବିଡ୍‌ଙ୍କ ଯୋଡ଼ି ଆଜି ICC ଟ୍ରଫି ସହ ଅନ୍ତ ହୋଇପାରେ।

author-image
Manoranjan Behera
Rahul Dravid & Rohit Sharma

Rahul Dravid & Rohit Sharma

୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆଜି ମଇଦାନରେ ଜୋର୍‌ ଲଗାଇବେ ଟିମ୍‌ ଇଣ୍ତିଆର ପ୍ରତିଟି ଖେଳାଳି। ଏହି ବିଶ୍ୱକପ୍‌ଟି ପ୍ରତିଟି ଭାରତୀୟଙ୍କ ପାଇଁ ବେଶ ସ୍ମରଣୀୟ ହୋଇ ରହିବ, କାହିଁକି ନା କ୍ରିକେଟ କିମ୍ବଦନ୍ତୀ ତଥା ଟିମ୍‌ ଇଣ୍ତିଆର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ୍‌ଙ୍କ ଯୁଗର ଅନ୍ତ ଘଟିବ। ଦୀର୍ଘ ୩ ବର୍ଷର କୋଚିଂର ଯାତ୍ରା ଆଜିର ମ୍ୟାଚ୍‌ ପରେ ଶେଷ ହୋଇଯିବ। କେବଳ ଦ୍ରାବିଡ୍‌ ନୁହନ୍ତି କ୍ୟାପଟେନ୍‌ ରୋହିତ ଶର୍ମାଙ୍କର ବି ଟି-ଟ୍ୱେଣ୍ଟି ଅଧିନାୟକ ଭାବେ ଶେଷ ମ୍ୟାଚ୍‌ ହୋଇପାରେ। ତେବେ ରୋହିତ-ଦ୍ରାବିଡ୍‌ ଯୁଗର ଅବସାନ ବୋଲି ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ଏହି ଯୋଡ଼ିଙ୍କୁ ଏକ ହାପି ଏଣ୍ତିଙ୍ଗ ମିଳୁ ବୋଲି ଫ୍ୟାନ୍ସ ଅପେକ୍ଷା କରିଛନ୍ତି।

Advertisment

କ୍ରିକେଟ ଅନିଶ୍ଚିତତାର ଖେଳ। ହାର୍‌ ଜିତ୍‌ ତ ଲାଗି ରହିଥାଏ। ତେବେ ୧୧ ବର୍ଷର ଅପେକ୍ଷାର ଅନ୍ତ ଆଜି ଘଟିବାକୁ ଯାଉଛି। ରୋହିତ-ଦ୍ରାବିଡ୍‌ଙ୍କ ଯୋଡ଼ି ଆଜି ICC ଟ୍ରଫି ସହ ଅନ୍ତ ହୋଇପାରେ। ୨୦୨୧ରୁ ଆରମ୍ଭ ହୋଇଥିବା ଏହି ଯୋଡ଼ିର ଯାତ୍ରାରେ ହାର୍‌ ଜିତ୍‌ ଲାଗିରହିଛି। କିନ୍ତୁ ଆଜି ଏହି ଯୋଡ଼ିଙ୍କୁ ବିଜୟୀ ମୁକୁଟ ସହ ଦେଖିବା ପାଇଁ ଭାରତୀୟବାସୀ ଚାହିଁ ରହିଛନ୍ତି।

ଟିମ୍‌କୁ ସଠିକ ମାର୍ଗରେ ଆଗକୁ ବଢାଇବା ପାଇଁ ଉଭୟଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ଏହାକୁ ସୂଚାରୁ ରୂପେ ତୁଲାଇଥିଲେ ଉଭୟ। ୨୦୨୧ରୁ ଦ୍ରାବିଡ୍‌ କୋଚ୍‌ ଦାୟିତ୍ୱ ନେବା ପରେ ଟିମ୍‌ ଇଣ୍ତିଆ ସବୁ ଫର୍ମାଟରେ ଉଚ୍ଚକୋଟିର ପ୍ରଦର୍ଶନ କରିଛି।

Advertisment

୨୦୨୧ରେ ଟିମ୍‌ ଇଣ୍ତିଆର ହେଡ୍‌ କୋଚ୍‌ ଭାବେ ଦାୟିତ୍ୱ ନେଇଥିଲେ ରାହୁଲ ଦ୍ରାବିଡ୍‌। ଦ୍ରାବିଡ୍‌ଙ୍କ ନେତୃତ୍ୱରେ ୨୦୨୨ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ସେମିଫାଇନାଲ, ଜୁନ୍‌ ୨୦୨୩ ରେ ଭାରତ ଟେଷ୍ଟ ଚାମ୍ପିୟନସିପ୍‌, ନଭେମ୍ବରରେ ଦିନିକିଆ ବିଶ୍ୱକପ୍‌ର ଫାଇନାଲ ଖେଳିଥିଲେ। ଆଉ ଆଜି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪ର ଫାଇନାଲ ଖେଳିବାକୁ ଯାଉଛି। ତେବେ ଉଭୟଙ୍କ ଯୋଡ଼ି ବେଶ୍‌ ସୁପରହିଟ୍‌ ରହିଛି।

ଭଭୟ ଯୋଡ଼ି ଗତବର୍ଷ ଦିନିକିଆ ବିଶ୍ୱକପ୍‌ରେ ସବୁଠୁ ଉତ୍କୃଷ୍ଟ ପ୍ରଦର୍ଶନ କରିଥିଲେ। ୧୦ଟି ମ୍ୟାଚ୍‌ ଅପରାଜିତ ଭାବେ ଫାଇନାଲ୍‌ରେ ଏଣ୍ଟ୍ରି କରିଥିଲା ଭାରତ। ଦୁର୍ଭାଗ୍ୟବଶତଃ ଅଷ୍ଟ୍ରେଲିଆଠୁ ଫାଇନାଲ ହାରିଯାଇଥିଲା ଭାରତ। ଆଜି ଟି-୨୦ ବିଶ୍ୱକପ ଫାଇନାଲରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟାଇଟଲ ଲଢେଇ। ୧୭ ବର୍ଷ ଇତିହାସରେ ପ୍ରଥମ ଥର ଅପରାଜିତ ଟିମ୍ ହେବ ଚାମ୍ପିଅନ୍। ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମ ଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି। ତେଣୁ ଏହି ମ୍ୟାଚ୍ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

Rohit Sharma Rahul Dravid T20 World Cup IND Vs SA T20
Advertisment
Advertisment