• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅକ୍ଟୋବର ୧୬ରୁ ଆରମ୍ଭ ହେବାକୁ ଯାଉଛି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ କ୍ରିକେଟ୍‌ର ମହାକୁମ୍ଭ । ଏନେଇ ଜୋରସୋର୍‌ରେ ଅଭ୍ୟାସ ଚଳାଇଛନ୍ତି ସମସ୍ତ ଦଳ । ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ଅଷ୍ଟ୍ରେଲିଆ ପୂର୍ବଥର ଚାମ୍ପିୟନ୍‌ ରହିସାରିଛି । ଏଥର ମୋଟ ୧୬ଟି ଟିମ୍‌ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି । ୧୬ ଅକ୍ଟୋବରରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ପ୍ରକୃତ ଯୁଦ୍ଧ ୨୨ ଅକ୍ଟୋବରରୁ ଆରମ୍ଭ ହେବ । କାରଣ ୨୨ ଅକ୍ଟୋବରରୁ ସୁପର୍‌ ୧୨ ମୁକାବିଲା ହେବ । ସୁପର୍‌ ୧୨ ର ପ୍ରଥମ ମ୍ୟାଚ୍‌ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ତ ମଧ୍ୟରେ ଖେଳାଯିବ । ଟିମ୍‌ ଇଣ୍ତିଆ ନିଜର ପ୍ରଥମ ମ୍ୟାଚ୍‌ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ । ଏଥର କିଛି ଏମିତି ବ୍ୟାଟ୍ସମ୍ୟାନ୍‌ ରହିଛନ୍ତି ଯାହାଙ୍କ ବିସ୍ଫୋରକ ବ୍ୟାଟିଂ ଉପରେ ଫ୍ୟାନ୍ସଙ୍କ ନଜର ରହିବ । ତେବେ ଆସନ୍ତୁ ଜାଣିବା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ୫ ଜଣ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ଙ୍କ ବିଷୟରେ..

ସୂର୍ଯ୍ୟକୁମାର ଯାଦବ:

୨୦୨୨ ବର୍ଷ ଏହି ଖେଳାଳି ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ରହିଛି । ନିଜର ପାୱାରଫୁଲ୍‌ ହିଟିଂ ପାଇଁ ଏବେ ଫ୍ୟାନ୍ସଙ୍କ ମନରେ ସେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ICC ଟି-ଟ୍ୱେଣ୍ଟି ଟପ୍‌ ୧୦ ବ୍ୟାଟ୍ସମ୍ୟାନ୍‌ ତାଲିକାରେ ସୂର୍ଯ୍ୟକୁମାର ଯାଦବ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆ ଓ ସାଉଥ୍‌ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରି ଫ୍ୟାନ୍ସଙ୍କ ମନ କିଣିଥିଲେ । ସୂର୍ଯ୍ୟକୁମାର ଯାଦବ ଏବେ ଯାଏଁ ୩୪ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ୩୮.୭୦ ଷ୍ଟ୍ରାଇକ୍‌ ରେଟ୍‌ରେ ୧୦୪୫ ରନ୍‌ ସଂଗ୍ରହ କରିଛନ୍ତି ।

ଡେଭନ୍‌ କନୱେ:

ନ୍ୟୁଜିଲାଣ୍ତର ଏହି ୩୧ ବର୍ଷୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଦଳ ପାଇଁ ଗେମ୍‌ ଚେଞ୍ଜର ଭୂମିକା ନେବେ । କନୱେ ମୋଟ୍‌ ୨୬ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ରୁ ୫୩.୯୩ ଷ୍ଟ୍ରାଇକ୍‌ ରେଟ୍‌ରେ ୮୬୩ ରନ୍‌ ସଂଗ୍ରହ କରିଛନ୍ତି ।

ଜସ୍‌ ବଟଲର୍:

ଇଂଲଣ୍ତ ଟିମ୍‌ କ୍ୟାପ୍ଟେନ୍‌ ଜସ୍‌ ବଟଲର୍‌ଙ୍କ ବର୍ଷ ୨୦୨୨ ବେଶ୍‌ ଭଲ ରହିଛି । ୩୨ ବର୍ଷୀୟ ବଟଲର୍‌ ପୂର୍ବ ବିଶ୍ୱକପ୍‌ରେ ଶତକ ହାସଲ କରିଥିବା ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ରହିଥିଲେ । ଆଇପିଏଲ ୨୦୨୨ ରେ ମଧ୍ୟ ବଟଲର୍‌ ନିଜର ବିସ୍ଫାରକ ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଥିଲେ । ଗତ ଆଇପିଏଲ୍‌ରେ ସେ ୪ଟି ଶତକ ହାସଲ କରିଥିଲେ ।

ମହମ୍ମଦ ରିଜୱାନ୍‌:

ପାକିସ୍ତାନର ଏହି ୩୦ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌ ଏବେ ଟି-ଟ୍ୱେଣ୍ଟି ରାଙ୍କିଙ୍ଗରେ ୧ ନଂ ସ୍ଥାନରେ ରହିଛନ୍ତି । ୨୦୨୧ ବିଶ୍ୱକପ୍‌ରେ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରି ୭୦.୨୫ ଷ୍ଟ୍ରାଇକ୍‌ ରେଟ୍‌ରେ ୨୮୧ ରନ୍‌ କରିଥିଲେ । କ୍ୟାପ୍ଟେନ୍‌ ବାବର ଆଜମ୍‌ଙ୍କ ସହ ଓପନିଂ କରିବାକୁ ଆସି ସେ ନିଜର ଧୁଆଁଦାର ବ୍ୟାଟିଂରେ ବୋଲର୍‌ଙ୍କୁ ବେହାଲ କରନ୍ତି ।

ଡେଭିଡ୍‌ ୱାର୍ଣ୍ଣର:

ଅଷ୍ଟ୍ରେଲିଆର ଏହି ଖେଳାଳି ନିଜ ଘରୋଇ ମଇଦାନ୍‌ରେ ବିସ୍ପୋରକ ଅନ୍ଦାଜରେ ବ୍ୟାଟିଂ କରନ୍ତି ବୋଲି ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି । ୱାର୍ଣ୍ଣର ପୂର୍ବ ବିଶ୍ୱକପ୍‌ରେ ୩ଟି ଅର୍ଦ୍ଧଶତକ ହାସଲ କରିଥିଲେ । ପାଖାପାଖି ୧୫୦ ଷ୍ଟ୍ରାଇକ୍‌ ରେଟ୍‌ରେ ସୋ ମୋଟ୍‌ ୨୮୯ ରନ୍‌ ସଂଗ୍ରହ କରିଥିଲେ । ବିଶ୍ୱକପ୍‌ରେ ଜିତିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ସେହି ଟୁର୍ଣ୍ଣାମେଣ୍ଟରେ ସେ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ମଧ୍ୟ ରହିଥିଲେ ।