ଟି-୨୦ ବିଶ୍ୱକପ୍(T20 World Cup 2022)ରେ ବାଂଲାଦେଶକୁ ୫ ରନ୍ରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ। ଗତକାଲି ଏଡିଲେଡ୍ ଓଭାଲ୍ରେ ଖେଳା ଯାଇଥିବା ମ୍ୟାଚ୍ରେ ବାଂଲାଦେଶକୁ ୧୬ ଓଭରରେ ୧୫୧ ରନ୍ର ଟାର୍ଗେଟ୍ ଦିଆଯାଇଥିଲା। ହେଲେ ବାଂଲାଦେଶ ଟିମ୍ ୬ ୱିକେଟ୍ ହରାଇ ୧୪୫ ରନ୍ କରିଥିଲା। ଫଳରେ ଟିମ୍ ଇଣ୍ଡିଆ ଏହି ମ୍ୟାଚ୍ରେ ବିଜୟ ହାସଲ କରି ସେମିଫାଇନାଲ୍ରେ ପହଞ୍ଚିବାର ରାସ୍ତାକୁ ଏକ ପ୍ରକାର ପକ୍କା କରିଛି। ସେପଟେ ସେମିଫାଇନାଲ୍ରେ ପହଞ୍ଚିବା ପାଇଁ ବାଂଲାଦେଶ ଓ ପାକିସ୍ତାନର ମୁସ୍କିଲ ବଢ଼ି ଯାଇଛି।
ଅଧିକ ପଢ଼ନ୍ତୁ: ‘କୋହଲିଙ୍କ ରୁମ୍ ଭିତରକୁ ପଶିବା ଓ ଭିଡିଓ କରିବା ଠିକ୍ ହୋଇନି’
ଭାରତର ବିଜୟ ପରେ ବାଂଲାଦେଶ ଓ ପାକିସ୍ତାନୀ ଫ୍ୟାନ୍ସ ରାଗରେ ରକ୍ତ ଚାଉଳ ଚୋବାଉ ଥିବା ଦେଖିବାକୁ ମିଳିଛି। ସେମାନେ ଫିଲ୍ଡ୍ରେ ଥିବା ଅମ୍ପାୟର୍ସଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଟିମ୍ ଇଣ୍ଡିଆ ଓ BCCIର ଚାପରେ ପଡ଼ି ଅମ୍ପାୟର୍ସ ଓଦା ପଡ଼ିଆରେ ପୁଣିଥରେ ମ୍ୟାଚ୍ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ସୂଚନାଥାଉ କି, ବାଂଲାଦେଶର ଲିଟନ୍ ଦାସ ୭ ଓଭରରେ ଧୂଆଁଦାର ବ୍ୟାଟିଂ କରି ୬୬ ରନ୍ କରିଥିଲେ। ତାଙ୍କର ୱିକେଟ୍ ନେବା ଟିମ୍ ଇଣ୍ଡିଆ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ହେଲେ ବର୍ଷା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ବର୍ଷା ଯୋଗୁ କିଛି ସମୟ ପାଇଁ ମ୍ୟାଚ୍ ବନ୍ଦ ହୋଇଥିଲା ଓ ଏହାପରେ ପୁଣିଥରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ଯେତେବେଳେ ବାଂଲାଦେଶ କ୍ରିକେଟ୍ ଟିମ୍ ବର୍ଷା ପରେ ପୁଣିଥରେ ଖେଳିବା ପାଇଁ ମୈଦାନକୁ ଓହ୍ଲାଇ ଥିଲେ ଏହାପରେ ସେମାନଙ୍କ ଭିତରେ ମୋମେଣ୍ଟମ୍ ଭାଙ୍ଗି ଯାଇଥିଲା।
Hence proved by BCCI Money can buy everything
— Lahori Guy (@YrrrFahad_) November 2, 2022
Players are slipping but BCCI is making them play in rain. Money just buys everything……
— ✨ (@gayomarlic) November 2, 2022
Players are slipping but BCCI is making them play in rain. Next time someone says money doesn’t matter just slap him hard.
— Usama Zafar (@Usama7) November 2, 2022
Getting runout after slipping due to wet outfield and game is still on? Man, BCCI is really shameless.
— Hassan Cheema (@Gotoxytop1) November 2, 2022
ବର୍ଷା ଛାଡ଼ିବା ପରେ ପୁଣିଥରେ ମ୍ୟାଚ୍ ଆରମ୍ଭ ପୂର୍ବରୁ ବାଂଲାଦେଶର କ୍ୟାପ୍ଟେନ୍ ଶାକିବ୍ ଅଲ୍ ହସନ୍ ଓ ଅମ୍ପାୟର୍ସଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ସେହି ସମୟରେ ବାଂଲାଦେଶ ଟିମ୍ ଡକ୍ୱର୍ଥ ଲୁଇସ୍ ନିୟମ ଆଧାରରେ ୧୭ ରନ୍ ଆଗରେ ଥିଲେ। ତେଣୁ ଶାକିବ ଚାହୁଁଥିଲେ ଯେ, ଫିଲ୍ଡ୍ ସମ୍ପୂର୍ଣ୍ଣ ଭାବେ ଶୁଖିଯିବା ପରେ ଖେଳ ଆରମ୍ଭ ହେଉ। ଯଦି ଦେଖିବା ତା’ହେଲେ ଫିଲ୍ଡ୍ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବା ପରେ ହିଁ ମ୍ୟାଚ୍ ଆରମ୍ଭ ନେଇ ଅମ୍ପାୟର୍ସ ନିଷ୍ପତ୍ତି ନେଇଥିଲେ। ପୁଣିଥରେ ମ୍ୟାଚ୍ ଆରମ୍ଭ ପରେ ପ୍ରଥମ ବଲ୍ରେ ଲିଟନ ଦାସଙ୍କ ଗୋଡ଼ ଖସି ଯାଇଥିଲା।
Totally biased umpiring through out the match. From the on field umpire to the third. Everyone put their efforts to win it for India. Indeed ICC stands for Indian Cricket Council.
— 🇵🇰 Muhammad Noor 🇵🇰 (@Noor_Marriii) November 2, 2022
This photo is not just a Meme but reflection of what ICC does. pic.twitter.com/zpiyPjiiuY
Whether India is playing a match with Pakistan or Bangladesh or any Asian country, the match is decided in favor of India, the umpires also do what ICC says i.e. BCCI. Its mean ICC = BCCI pic.twitter.com/K3EroVeebq
— Usama 🇵🇰 (@usama_022) November 2, 2022
In my 19 years of sports I've never seen groundstaff and match officials this eager to start a game.
— Abdullah (@HolaItsAbdullah) November 2, 2022
ସେପଟେ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ଭାରତର ବିଜୟକୁ ନେଇ ପାକିସ୍ତାନୀ ଫ୍ୟାନ୍ସ ମଧ୍ୟ ରାଗରେ ଗରଗର ହେଉଛନ୍ତି। ସୋସିଆଲ୍ ମିଡିଆରେ ଏସମ୍ପର୍କିତ ବିଭିନ୍ନ ପୋଷ୍ଟରୁ ଏହା ଜଣାପଡ଼ିଛି। କାରଣ ଭାରତର ବିଜୟ ପରେ ପାକିସ୍ତାନର ମୁସ୍କିଲ୍ ବଢ଼ି ଯାଇଛି। କାରଣ ଟିମ୍ ଇଣ୍ଡିଆ ପଏଣ୍ଟ ଟେବଲ୍ରେ ଆଗରେ ରହିଛି। ଯଦି ପାକିସ୍ତାନ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ବିପକ୍ଷ ମ୍ୟାଚ୍ ଜିତେ ତା’ହେଲେ ପାକିସ୍ତାନର ପଏଣ୍ଟ ୬ ରହିବ। ଏଭଳି ସ୍ଥିତିରେ ପାକିସ୍ତାନ ପ୍ୟାନ୍ସ ଚାହୁଁଛନ୍ତି ଯେ, ଜିମ୍ବାୱେ ବାଂଲାଦେଶକୁ ଓ ନେଦରଲ୍ୟାଣ୍ଡ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିବ। ଏପରି ହେଲେ ଦକ୍ଷିଣ ଆଫ୍ରିକାର ପଏଣ୍ଟ ପଛରେ ପଡ଼ିବ।