Advertisment

‘କୋହଲିଙ୍କ ରୁମ୍ ଭିତରକୁ ପଶିବା ଓ ଭିଡିଓ କରିବା ଠିକ୍ ହୋଇନି’

ପର୍ଥ ଟି-୨୦ ବେଳେ ବିରାଟଙ୍କ ହୋଟେଲ୍ ରୁମ୍ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଠି ହୋଟେଲ୍‌ର ଜଣେ ବ୍ୟକ୍ତି ଖୁଲମଖୁଲା ବିରାଟଙ୍କ ରୁମ୍‌ରେ ବୁଲିବା ସହ ବିରାଟଙ୍କ ବ୍ୟବହୃତ ସାମଗ୍ରୀକୁ ଦେଖାଇଥିଲେ ।

author-image
Manoranjan Behera
ଅଦ୍ୟତନ ହୋଇଛି
Virat Kohli & Rahul Dravid

Virat Kohli & Rahul Dravid

ବିରାଟ କୋହଲିଙ୍କ ହୋଟେଲ୍ ରୁମ୍ ଭିଡିଓ ଭାଇରାଲ୍ ହେବା ଘଟଣାକୁ ନୈରାଶ୍ୟଜନକ କହିଛନ୍ତି ଟିମ୍ ଇଣ୍ଡିଆ କୋଚ୍ ରାହୁଲ ଦ୍ରାବିଡ୍ । ରାହୁଲଙ୍କ କହିବାନୁଯାୟୀ ହୋଟେଲ୍ ରୁମ୍ ଖେଳାଳିଙ୍କ ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ । କିନ୍ତୁ ବାହାର ବ୍ୟକ୍ତି ରୁମ୍ ଭିତରକୁ ପଶିବା, ଭିଡିଓ କରିବା ଠିକ୍ ହୋଇନି । ଘଟଣାରେ ତଦନ୍ତ ହୋଇଛି, ସଂପୃକ୍ତ ବ୍ୟକ୍ତି ଜଣକ ହୋଟେଲ୍‌ର କର୍ମଚାରୀ ଥିଲେ । ତାଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା କହିଛନ୍ତି ଦ୍ରାବିଡ୍ ।

Advertisment

ଏପରି ଘଟଣା ଯେପରି ଦୋହରାଯିବନି ସେନେଇ ଧ୍ୟାନ ଦିଆଯିବ ବୋଲି ହୋଟେଲ ପକ୍ଷରୁ କୁହାଯାଇଛି । ପର୍ଥ ଟି-୨୦ ବେଳେ ବିରାଟଙ୍କ ହୋଟେଲ୍ ରୁମ୍ ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଠି ହୋଟେଲ୍‌ର ଜଣେ ବ୍ୟକ୍ତି ଖୁଲମଖୁଲା ବିରାଟଙ୍କ ରୁମ୍‌ରେ ବୁଲିବା ସହ ବିରାଟଙ୍କ ବ୍ୟବହୃତ ସାମଗ୍ରୀକୁ ଦେଖାଇଥିଲେ । ବିରାଟ୍‌ଙ୍କ ଜର୍ସି, ଜୋତା, ହେଲଥ୍ ସପ୍ଲିମେଣ୍ଟର ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ଅପଲୋଡ୍ କରିଥିଲେ । ଏହି ଭିଡିଓକୁ କୋହଲି ସେୟାର ବି କରିଥିଲେ।

 ଟି-୨୦ ବିଶ୍ୱକପ୍‌‌(T20 World Cup 2022) ମ୍ୟାଚ୍‌ ଖେଳିବା ପାଇଁ ଭାରତୀୟ କ୍ରିକେଟ୍‌ ଟିମ୍‌ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି । ତେବେ ବିରାଟ କୋହଲି ଯେଉଁ ହୋଟେଲ୍‌ରେ ଅଛନ୍ତି, ସେଠାରେ ତାଙ୍କ ସହ ଏମିତି କିଛି ଘଟିଛି ଯାହାକୁ ନେଇ ଲୋକମାନେ ନିନ୍ଦା କରିଛନ୍ତି। ବିରାଟଙ୍କ ବିନା ଅନୁମତିରେ ହୋଟେଲ୍‌ର ଷ୍ଟାଫ ତାଙ୍କ ରୁମ୍‌ରେ ପ୍ରବେଶ କରି ଭିଡିଓ ଶୁଟିଂ କରି ଏହାକୁ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଛନ୍ତି।

Advertisment

ହୋଟେଲ୍‌ ଷ୍ଟାଫ୍‌ଙ୍କ ଏଭଳି ବ୍ୟବହାରକୁ ନେଇ ବିରାଟଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କଠୁ ଆରମ୍ଭ କରି ଫ୍ୟାନ୍ସଙ୍କ ପର୍ଯ୍ୟନ୍ତ ସମସ୍ତେ ଏହାକୁ କଡ଼ା ନିନ୍ଦା କରିଛନ୍ତି। ଏଭଳି ଭିଡିଓ ଶୁଟ୍‌ କରି ଭାଇରାଲ୍‌ କରିଥିବା ବ୍ୟକ୍ତିଙ୍କ ଉପରେ ଅନୁଷ୍କା ବର୍ଷିଛନ୍ତି।

Virat Kohli Rahul Dravid ICC T20 World Cup 2022
Advertisment
Advertisment