Advertisment

ସ୍କଟଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ଜବରଦସ୍ତ ବିଜୟ

ବିଜୟ ସହ ଭାରତ ଗ୍ରୁପ୍-୨ର ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ହଟାଇ ତୃତୀୟ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି

author-image
Sarbeswar
India

India

ଦୁବାଇ: ଆଫଗାନିସ୍ତାନ ପରେ ସ୍କଟଲ୍ୟାଣ୍ଡକୁ ମଧ୍ୟ ଏକତରଫା ଭାବେ ଧୂଳି ଚଟାଇଛି ଟିମ୍ ଇଣ୍ଡିଆ। ଚଳିତ ଆଇସିସି ଟି-୨୦ ବିଶ୍ୱ କପରେ ଭାରତ ତା’ର ଚତୁର୍ଥ ମୁକାବିଲାରେ ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଗ୍ରୁପ୍-୨ର ପଏଣ୍ଟ ଟେବୁଲରେ ଆଫଗାନିସ୍ତାନକୁ ହଟାଇ ତୃତୀୟ ସ୍ଥାନ ହାସଲ କରିଥିବା ଜଣାପଡ଼ିଛି । ଏହାଦ୍ୱାରା ଭାରତର ନେଟ୍ ରନ୍ ରେଟ୍ ମଧ୍ୟ ଆହୁରି ମଜଭୁତ୍ ହୋଇଛି। ଭାରତ ଏବେ ୧.୬୧୯ ରନ୍ ରେଟ୍ ସହ ୪ ପଏଣ୍ଟ ହାସଲ କରିନେଇଛି। ଭାରତକୁ ଏବେ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।

Advertisment

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟର ୩୭ତମ ମ୍ୟାଚରେ ଭାରତର ଘାତକ ବୋଲିଂକୁ ସାମ୍ନା କରିନପାରି ସ୍କଟଲ୍ୟାଣ୍ଡ ୧୭.୪ ଓଭରରେ ୮୫ ରନ୍ କରି ଅଲଆଉଟ୍ ହୋଇଥିଲା। ଏହାର ଜବାବରେ ଭାରତ ମାତ୍ର ୬.୩ ଓଭରରେ ୨ ୱିକେଟ୍‌ ହରାଇ ୮୯ ରନ୍ କରି ମ୍ୟାଚକୁ ଏକତରଫା ଭାବେ ଜିତି ନେଇଛି।

Advertisment
TeamIndia INDvsSCO T20WorldCup
Advertisment
Advertisment