/odishatv-khabar/media/post_attachments/uploadimage/library/16_9/16_9_0/Sports_1636596299.jpg)
Sports
ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଆଜି ଦ୍ୱିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ପାକିସ୍ତାନ ଏବଂ ଅଷ୍ଟ୍ରେଲିଆ। ଦୁବାଇ ଇଣ୍ଟରନେସନାଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଚମତ୍କାର ଫର୍ମରେ ଥିବା ପାକିସ୍ତାନର ଯୁବ ବାମହାତୀ ଦ୍ରୁତ ବୋଲର ସାହିନ ଆଫ୍ରିଦି ଅଷ୍ଟ୍ରେଲିଆ ଟିମକୁ ଅଡୁଆରେ ପକାଇ ପାରନ୍ତି । ପାକିସ୍ତାନ ପାଖରେ ବାବର ଆଜମ, ମହମ୍ମଦ ରିଜୱାନ, ସୋଏବ ମଲ୍ଲିକ ଓ ମହମ୍ମଦ ହାଫିଜଙ୍କ ଭଳି ଅନୁଭବୀ ଖେଳାଳି ଥିବାରୁ ଆଜିର ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି ।
ସେପଟେ ସାହିନଙ୍କ ମୁକାବିଲା ପାଇଁ ଅଷ୍ଟ୍ରେଲିଆ ପୁରା ପ୍ରସ୍ତୁତ ବୋଲି ଅଧିନାୟକ ଆରୁନ୍ ଫିଞ୍ଚ କହିଛନ୍ତି । ଡେଭିଡ୍ ୱାର୍ଣ୍ଣର ଫର୍ମକୁ ଫେରିଥିବାରୁ ଅଷ୍ଟ୍ରେଲିଆ ଟିମ୍ ଆଶ୍ୱସ୍ତ ହୋଇଛି । ଟି-ଟେଣ୍ଟି ବିଶ୍ୱକପରେ ପାକିସ୍ତାନର ସଫଳତା ହାର ଅଷ୍ଟ୍ରେଲିଆ ଠାରୁ ଢେର ଅଧିକ ରହିଛି। ସେପଟେ ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ହରାଇ ନ୍ୟୁଜିଲାଣ୍ଡ୍ ଫାଇନାଲରେ ପ୍ରବେଶ କରିଛି ।
ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୪ ଓ୍ୱିକେଟ୍ ବିନିମୟରେ ୧୬୬ ରନ୍ ସଂଗ୍ରହ କରିଥିବା ବେଳେ, ନ୍ୟୁଜିଲାଣ୍ଡ ୧୯ ଓଭରରେ ୫ ଓ୍ୱିକେଟ୍ ହରାଇ ୧୬୭ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)