• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆଜି ଖେଳାଯିବ ଟି-ଟ୍ୱେଣ୍ଟିଂ ବିଶ୍ୱକପର ଏକ ରୋମାଞ୍ଚକର ମୁକାବିଲା । ଟକ୍କର ହେବ ଭାରତ ପାକିସ୍ତାନ ମଧ୍ୟରେ । ପାକିସ୍ତାନର ମିଡିଲ ଅର୍ଡର ଦୁର୍ବଳତାକୁ ଏକ୍ସପୋଜ କରିପାରିବେ କି ଭାରତୀୟ ବୋଲର । ରିଜୱାନ, ବାବରଙ୍କ ଫର୍ମକୁ ରୋକିପାରିବେ ତ ସାମି ଆଣ୍ଡ କୋ ବିରାଟ । ଚାଲିବ ତ ରୋହିତ ଓ ସୂର୍ଯ୍ୟ କୁମାରଙ୍କ ବଲ୍ଲା । ବ୍ୟାଟିଂ ଲାଇନ୍ ଅପ୍ ଟିମ୍‌ ଇଣ୍ଡିଆର ଖୁବ୍ ଦମଦାର । 

ମେଲବର୍ଣ୍ଣରେ ଆଜି ମହାମୁକାବିଲା । ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଇଣ୍ତିଆ-ପାକିସ୍ତାନ ମଧ୍ୟରେ ହେବ ବ୍ଲକ୍‌ବଷ୍ଟର ମ୍ୟାଚ୍‌ । ଖାଲି ଭାରତ ପାକିସ୍ତାନ ନୁହେଁ ବିଶ୍ୱର ସମସ୍ତ କ୍ରିକେଟ ଫ୍ୟାନଙ୍କ ମଧ୍ୟରେ ଉତ୍ସାହ ଏବଂ ଉତ୍କଣ୍ଠା ଚରମ ସୀମାରେ । ଏସିଆ କପରେ ସ୍ଥିତି 1-1ରେ ବରାବର ରହିବା ପରେ ଏବେ ବିଶ୍ୱକରେ ଦୁଇ ଦଳ ଜିତିବା ମୁଡରେ । କ୍ୟାପଟେନ ରୋହିତ ପ୍ରଥମ ଥର ପାଇଁ ବିଶ୍ୱକପରେ ଟିମ୍‌ ଇଣ୍ଡିଆର ନେତୃତ୍ୱ ନେଉଛନ୍ତି । ଏକ ଦମଦାର ବିଜୟର ଅପେକ୍ଷାରେ ଭାରତ ।

ଆସନ୍ତୁ ଟିମ୍‌ ଇଣ୍ଡିଆର ଶକ୍ତି ଉପରେ ନଜର ପକାଇବା । 

ଟିମଇଣ୍ଡିଆର ଶକ୍ତି ସବୁବେଳେ ବ୍ୟାଟିଂ ା ନଜର ପକାନ୍ତୁ ଭାରତୀୟ ବ୍ୟାଟିଂ ଲାଇନ୍‌ଅପ୍‌ ଉପରେ । 

ବିରାଟ କୋହଲି : ଟିମ୍ଇଣ୍ଡିଆର ସୁବଠାରୁ ଆଟାକିଂ ବ୍ୟାଟସମ୍ୟାନ । ଯଦିଓ ସଂପୂର୍ଣ୍ଣ ଫର୍ମକୁ ଆସିନାହାଁନ୍ତି, କିନ୍ତୁ ତଥାପି ମୋଷ୍ଟ ଡିପେଣ୍ଡେବୁଲ । ପୁଣି ଜଲୱା ଦେଖାଇବେ କି ବିରାଟ । ବିରାଟଙ୍କ ଉପରେ ବିରାଟ ଆଶା । 

ରୋହିତ ଶର୍ମା: ରୋହିତଙ୍କ ବଲ୍ଲା ଚାଲିଲା ତ କି ଶାହିନ, କି ନସିମ । ଲାଇନ୍‌ ଲେନ୍ଥ ପାଇବେନି ବୋଲର୍‌ । 

କେ. ଏଲ ରାହୁଲ : ସେ ମଧ୍ୟ ମ୍ୟାଚ୍‌ରେ ମୋଡ ବଦଳାଇବାରେ ମାହିର । ଏହି ଖେଳାଳିଙ୍କୁ ପାକିସ୍ତାନ ଭଲ ଭାବେ ନଜର ରଖିଥିବ ନିଶ୍ଚୟ ।

ସୂର୍ଯ୍ୟକୁମାର ଯାଦବ : SKY ଦ ମ୍ୟାନ ଇନ ଫର୍ମ । ପଡିଆର ଚାରିଆଡକୁ ସର୍ଟ ମାରିବାର ଦକ୍ଷତା ଏସକେୱାଇଙ୍କ ପାଖରେ । ଏବେ ସବୁ ବୋଲର୍‌ଙ୍କ ମୁହଁରେ ଗୋଟିଏ କଥା ‘ହି ଇଜ୍‌ ଭେରି ଭେରି ଡେଞ୍ଜରସ’ ।

ଋଷଭ ପନ୍ତ : ଦଳର ମୁଡି ବ୍ୟାଟସମ୍ୟାନ । ପାକିସ୍ତାନ ଭଲ ଭାବେ ଜାଣିଛି ଋଷଭ କଣ କରିପାରିବେ । ଗୋଟିଏ ହାତରେ ଛକା ମାରିବାରେ ମାହିର ।

ଡିକେ: DK ମାନେ ଦିନେଶ କାର୍ତ୍ତିକ । ବିଶ୍ୱର ବର୍ତ୍ତମାନର ବେଷ୍ଟ ମ୍ୟାଚ ଫିନିସର । ମ୍ୟାଚର ମୋଡ ବଦଳାଇବାର ଯଦି କାହାର ଦକ୍ଷତା ଅଛି ସେ ହେଉଛନ୍ତି ଡିକେ । 

ହାର୍ଦ୍ଦିକ ପାଣ୍ତ୍ୟା: ଏହି ଖେଳାଳିଙ୍କ କଥା ତ ଆଲୋଚନା ନ କଲେ ସ୍କ୍ୱାର୍ଡ ଅଂସପୂର୍ଣ୍ଣ ଲାଗିବ । ଆମେ କହୁଛୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥା । ତାଙ୍କୁ ଯେଉଁ ପୋଜିସନରେ ଖେଳାଇବେ । ସେ ସେଠାରେ ଫିଟ ହୋଇପାରିବାର କ୍ଷମତା ରଖିଛିନ୍ତି । ପରଫେକ୍ଟ ଟି-ଟ୍ୱେଣ୍ଟି ସ୍ପେଶାଲିଷ୍ଟ । ଏ ହେଉଛି ଭାରତୀୟ ଦଳର ବ୍ୟାଟିଂ ଷ୍ଟ୍ରେନ୍ଥ ।

ବ୍ୟାଟିଂ ତୁଳନାରେ ବୋଲିଂ ଅପେକ୍ଷାକୃତ ଦୁର୍ବଳ । ଟି-ଟ୍ୱେଣ୍ଟି ସ୍ପେଶାଲିଷ୍ଟ ଯଶପ୍ରିତ ବୁମ୍ରା ନଥିବା ଯୋଗୁଁ ଦଳ ଟେନସନରେ । ହେଲେ ସାମିଙ୍କ ଉପରେ ଭରସା ରହିଛି । ଡେଥ୍ ଓଭରରେ ମ୍ୟାଚକୁ ଦଳ ସପକ୍ଷରେ ଆଣିବାର କ୍ଷମତା ଅଛି ତାଙ୍କ ଉପରେ । ଭୁବିଙ୍କ ପ୍ରଦର୍ଶନ କିଛି ମ୍ୟାଚ୍‌ରେ ଏତେ ଭଲ ରହିନି । ଡେଥ୍‌ ଓଭରରେ ସେ ହିଁ ସବୁଠାରୁ ଅଧିକ ରନ ଦେଉଛନ୍ତି । ପ୍ରତିପକ୍ଷ ଟିମ୍ କେମିତି ଧୂଲେଇ କରି ମ୍ୟାଚ୍‌କୁ ଛଡାଇ ଆଣିଛୁ ତାହା ବି ଦେଖିଲେ 
ଏସିଆ କପରେ । 

ୟଙ୍ଗ ଏବଂ ଟାଲେଣ୍ଟେଟେଡ୍‌ ଲେଫଟ ଆର୍ମ ଫାଷ୍ଟ ବୋଲର ଅର୍ଶଦୀପ ସିଂ ନିଜକୁ ପ୍ରମାଣିତ କରିବାର ଆଉ ଏକ ବିରାଟ ସୁଯୋଗ । ସେ ହେବେ କି ମ୍ୟାଚ ୱିନର । ପ୍ରତିପକ୍ଷକୁ ସରପ୍ରାଇଜ କରିବାର କ୍ଷମତା ରଖନ୍ତି ଅର୍ଶଦୀପ । ଯୁଜବେନ୍ଦ୍ର ଚହଲ ଏବଂ ଅକ୍ଷର ପଟେଲଙ୍କ ଉପରେ ନିର୍ଭର କିରବ ସ୍ପିନ ଡିପାର୍ଟମେଣ୍ଟ । କେହି କାମ ନ କଲେ ଅଭିଜ୍ଞତା ପାଇଁ ଅଛନ୍ତି ଅଶ୍ୱିନ ।

ପ୍ରତିପକ୍ଷ ଦଳରେ ଯେତେବେଳ ବାବର ଏବଂ ରିଜଓ୍ୱାନ, ଫକର ଜମାନ ଅଛନ୍ତି । ତେଣୁ ମ୍ୟାଚ ଆଦୌ ସହଜ ନୁହେଁ । ତେଣୁ ଏକ ରୋଚକ ଲଢେଇ ଅପେକ୍ଷାରେ କ୍ରିକେଟ ଫ୍ୟାନ ।