Advertisment

ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇଲା ଭାରତ; ସିରିଜ୍‌ରେ ୧-୦ରେ ଆଗୁଆ

ଆଜି ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୮ ୱିକେଟରେ ହରାଇ ବିଜୟୀ ହୋଇଛି ଭାରତ। ଫଳରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି।

author-image
Manoranjan Behera
ଅଦ୍ୟତନ ହୋଇଛି
IND vs SA 1st T20I

IND vs SA

ପ୍ରଥମ ଟି-୨୦ରେ ଭାରତର ସହଜ ବିଜୟ । ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇଲା ଭାରତ । ତିନି ମ୍ୟାଚ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି । ୧୦୭ ରନ୍‌ର ଟାର୍ଗେଟ୍‌ର ପିଛା କରି ଟିମ୍‌ ୨ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ।

Advertisment

ଭାରତ ପକ୍ଷରୁ କେଏଲ ରାହୁଲ ଅପରାଜିତ ୫୧ ରନ୍( ୫୬ ବଲ୍, ୨ ଚୌକା, ୪ ଛକା), ସୂର୍ଯ୍ୟ କୁମାର ଯାଦବ ଅପରାଜିତ ୫୦ ରନ୍(୩୩ ବଲ୍, ୫ ଚୌକା, ୩ ଛକା) ରନ୍ କରି ଭାରତୀୟ ଟିମ୍‌କୁ ବିଜୟ ଦେଇଥିଲେ।

ତେବେ କେଏଲ୍ ରାହୁଲଙ୍କ ସହ ଓପନିଂ କରିବାକୁ ଆସିଥିବା କ୍ୟାପଟେନ୍ ରୋହିତ ଶର୍ମା ଖାତା ଖୋଲି ପାରିନଥିବା ବେଳେ ବିରାଟ କୋହଲି ୩ ରନ୍‌ରେ ଆଉଟ ହୋଇଥିଲେ । ହେଲେ ସୂର୍ଯ୍ୟ କୁମାର ଚକିତ କରିବା ଭଳି ବ୍ୟାଟିଂ କରି ଦର୍ଶକଙ୍କୁ ଆମୋଦିତ କରିବା ସହ ଟିମ୍‌କୁ ବିଜୟ ଟାର୍ଗେଟ ହାସଲ କରିବାରେ ସହାୟକ ହୋଇଥିଲେ। ରାହୁଲ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଟିମ୍‌ର ବିଜୟ ଲକ୍ଷ୍ୟ ପୂରଣ କରିଥିଲେ।

Advertisment

ସୂଚନାନୁଯାୟୀ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭ୍ରମଣକାରୀ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୦ ଓଭରରେ ୮ ୱିକେଟ ହରାଇ ମାତ୍ର ୧୦୬ ରନ୍ କରିପାରିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ସର୍ବାଧିକ ୪୧ ରନ୍ କରିଥିଲେ।

Ind Vs SA T-20 Series
Advertisment
Advertisment