• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରେକର୍ଡ ଉପରେ ରେକର୍ଡର ଅଧିକାରୀ ହୋଇଛନ୍ତି ୱେଷ୍ଟଇଣ୍ତିଜ୍‌ର ଏହି ଖେଳାଳି । ତାଙ୍କ ନାଁରେ ପୂର୍ବରୁ ଅନେକ ରେକର୍ଡ ଥିଲେ ବି ଆଜି ସେ ଆଉ ଏକ କିର୍ତ୍ତୀମାନ ସ୍ଥାପନ କରିଛନ୍ତି । ପୂର୍ବରୁ ସୁପର୍‌ ଓଭର୍‌ରେ ମେଡେନ୍‌ ନେଇ ସେ ପୂର୍ବରୁ ରେକର୍ଡ କରିଥିଲେ । ଏବେ ଏକ ମ୍ୟାଚ୍‌ରେ ଏଭଳି ଏକ ଚମତ୍କାର କରିଛନ୍ତି, ଯାହା କ୍ରିକେଟ୍‌ ଇତିହାସରେ ପ୍ରଥମ । ୭ ଓଭର୍‌ ବୋଲିଂ କରି ସମସ୍ତ ଓଭର୍‌ ମେଡେନ୍‌ ନେବା ସହ ୭ଟି ୱିକେଟ୍‌ ମଧ୍ୟ ନେଇଛନ୍ତି । ତେବେ ସେହି ଖେଳାଳି ଜଣକ ହେଉଛନ୍ତି ୱେଷ୍ଟଇଣ୍ତିଜ୍‌ର ମିଷ୍ଟ୍ରି ସ୍ପିନର୍‌ ସୁନିଲ ନାରିନ୍‌ ।

ଆଇପିଏଲର ସମସ୍ତ ସଂସ୍କରଣରେ ଜଣେ ସଫଳତମ ବୋଲର୍‌ଙ୍କ ମଧ୍ୟରେ ଜଣେ ହେଉଛନ୍ତି ସୁନିଲ ନାରିନ୍‌ । ପୂର୍ବରୁ ନାରିନ୍‌ଙ୍କୁ ନେଇ ବ୍ୟାଟ୍ସମ୍ୟାନ୍‌ଙ୍କ ମନରେ ଭୟ ଥିବା ବେଳେ ଏବେ ଏହି ରେକର୍ଡ ସେହି ଭୟକୁ ଦ୍ୱିଗୁଣିତ କରିବ । ୱେଷ୍ଟଇଣ୍ତିଜ୍‌ରେ ଖେଳାଯାଉଥିବା ଏକ ଘରୋଇ ମ୍ୟାଚ୍‌( କ୍ଲକ୍‌ ରୋଡ୍‌ ୟୁନାଇଟେଡ୍‌ ବନାମ କ୍ୱିଂନ୍ସ ପାର୍କ କ୍ରିକେଟ୍‌ କ୍ଲବ ) ରେ ସେ ୭ ଓଭର୍‌ ବୋଲିଂ କରି ୭ଟି ୱିକେଟ୍‌ ନେଇଥିଲେ । ଆଶ୍ଚର୍ଯ୍ୟକର କଥା ହେଉଛି ସେ ମ୍ୟାଚ୍‌ରେ ଏକ ରନ୍‌ ବି ଦେଇନଥିଲେ ।

୩୪ ବର୍ଷୀୟ ସୁନିଲ ନାରିନ୍‌ଙ୍କୁ ଆଇପିଏଲ୍‌ରେ ମିଷ୍ଟ୍ରି ସ୍ପିନ୍‌ର କୁହାଯାଏ । ତାଙ୍କ ବୋଲିଂକୁ ସାମ୍ନା କରିବା ପାଇଁ ପ୍ରାୟ ବ୍ୟାଟ୍ସମ୍ୟାନ୍‌ ବିଫଳ ହୋଇଥାନ୍ତି । ସେ ଆଇପିଏଲ୍‌ରେ ମୋଟ୍‌ ୧୪୮ ମ୍ୟାଚ୍‌ ଖେଳିଛନ୍ତି ଓ ୧୫୨ଟି ୱିକେଟ୍‌ ମଧ୍ୟ ନେଇଛନ୍ତି । ଯେଉଁଥିରେ ସେ ୭ଥର ୪ ୱିକେଟ୍‌ ଓ ଥରଟେ ୫ଟି ୱିକେଟ୍‌ ନେଇଛନ୍ତି । ଏବର୍ଷ ସେ ପୁଣିଥରେ ତାଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ପକ୍ଷରୁ ଖେଳୁଥିବାର ଦେଖିବାକୁ ମିଳିବ ।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସେ ୱେଷ୍ଟଇଣ୍ତିଜ୍‌ ପକ୍ଷରୁ ୬ଟି ଟେଷ୍ଟରେ ୨୧ଟି ୱିକେଟ୍‌, ୬୫ ଦିନିକିଆରେ ୯୨ ୱିକେଟ୍‌ ଏବଂ ୫୧ଟି ଟି-ଟ୍ୱେଣ୍ଟିରେ ୫୨ଟି ୱିକେଟ୍‌ ନେଇଛନ୍ତି ।