Advertisment

Football Player: ଫୁଟବଲ୍ ଖେଳୁଥିଲା ବେଳେ ଚାଲିଗଲା ଜୀବନ, ପରିବାର ଲୋକ ଆଖି ଦାନ କରି ଦେଲେ ମହାନତାର ପରିଚୟ

ପଡ଼ିଆରେ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଅଚେତ୍ ହୋଇ ପଡ଼ିଥିଲେ l ଉପସ୍ଥିତ ଲୋକମାନେ ତାଙ୍କ ମୁହଁରେ ପାଣି ଛିଞ୍ଚିବା ପରେ ତାଙ୍କର ଚେତା ଫେରିଥିଲା । ଚେତା ଆସିବା ପରେ ସେ ଅଳ୍ପ ପାଣି ପିଇ ପୁଣି ଖେଳିବାକୁ ବାହାରିଥିଲେ । ସାଥୀ ଖେଳାଳିମାନେ ତାଙ୍କୁ ଖେଳିବାକୁ ବାରଣ କରିଥିଲେ ମଧ୍ୟ କିଛି ହୋଇନି କହି ସେ ପୁଣି ପଡିଆକୁ ଯାଇଥିଲେ। ଫୁଟବଲ୍ ବି ଖେଳିଥିଲେ। କିନ୍ତୁ କିଛି ସମୟ ପରେ ଆଉ ଥରେ ଅସୁସ୍ଥ ହୋଇପଡିଥିଲେ।

ଅଦ୍ୟତନ ହୋଇଛି
Footballer Death

Footballer Death

Advertisment

ଏମିତି ବି ମୃତ୍ୟୁ ଆସେ । ଫୁଟବଲ୍ ଖେଳୁ ଖେଳୁ ଚାଲିଗଲା ଜୀବନ । ଏ ଦୁଃଖ ଭିତରେ ତାଙ୍କ ପରିବାର ଲୋକ ଆଖି ଦାନ ନିଷ୍ପତ୍ତି ନେଇ ଦେଲେ ମହାନତାର ପରିଚୟ । 

Advertisment

ଫୁଟବଲ୍ ଖେଳୁଥିବା ସମୟରେ ଖେଳ ପଡିଆରେ ଟଳି ପଡ଼ିଲେ ଖେଳାଳି l ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଏକ କପଡା ଦୋକାନର ମାଲିକ ତଥା ଫୁଟବଲ ଖେଳାଳି ମୋହିତ କୱାର୍ଡଙ୍କ ମୃତ୍ୟୁ ହୋଇଛି l ୩୦ ବର୍ଷୀୟ ମୋହିତ ସକାଳୁ ରେଳୱେ ପଡ଼ିଆରେ ଖେଳୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇ ଅଚେତ୍ ହୋଇ ପଡ଼ିଥିଲେ l ଉପସ୍ଥିତ ଲୋକମାନେ ତାଙ୍କ ମୁହଁରେ ପାଣି ଛିଞ୍ଚିବା ପରେ ତାଙ୍କର ଚେତା ଫେରିଥିଲା । ଚେତା ଆସିବା ପରେ ସେ ଅଳ୍ପ ପାଣି ପିଇ ପୁଣି ଖେଳିବାକୁ ବାହାରିଥିଲେ । ସାଥୀ ଖେଳାଳିମାନେ ତାଙ୍କୁ ଖେଳିବାକୁ ବାରଣ କରିଥିଲେ ମଧ୍ୟ କିଛି ହୋଇନି କହି ସେ ପୁଣି ପଡିଆକୁ ଯାଇଥିଲେ। ଫୁଟବଲ୍ ବି ଖେଳିଥିଲେ। କିନ୍ତୁ କିଛି ସମୟ ପରେ ଆଉ ଥରେ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ତୁରନ୍ତ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାକୁ ନେବାକୁ ରେଫର୍ କରିଥିଲେ । ତାଙ୍କୁ ଆମ୍ୱୁଲାନ୍ସରେ ବଲାଙ୍ଗୀର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଶୋକାକୁଳ ପରିସ୍ଥତି ସୃଷ୍ଟି ହୋଇଥିଲା । ତେବେ ତାଙ୍କ ପରିବାର ଲୋକେ ତୁରନ୍ତ ନିଷ୍ପତ୍ତି ନେଇ ତାଙ୍କର ଆଖି ଦୁଇଟିକୁ ଦାନ କରିଥିଲେ । ତାଙ୍କ ପୁଅ ଆଖିରେ ଆଉ ଜଣେ ଦୁନିଆ ଦେଖନ୍ତୁ ବୋଲି ତାଙ୍କ ପରିବାରର ଜଣେ ସଦସ୍ୟ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ବିତିଲାଣି ୪ ବର୍ଷ, ଏବେବି ରହସ୍ୟ ଘେରରେ ମାରାଡୋନାଙ୍କ ମୃତ୍ୟୁ

ତାଙ୍କ ମୃତ୍ୟୁର କାରଣ ନିର୍ଦ୍ଦିଷ୍ଟ ଭାବେ ଜଣାପଡିନଥିଲେ ମଧ୍ୟ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିଲା ସନ୍ଦେହ କରାଯାଉଛି । କେହି କେହି ମତ ଦେଉଛନ୍ତି ଯେ, ଅଚେତ ହେବା ପରେ ସେ ଆଉ ପଡିଆକୁ ଯିବା ଉଚିତ ନଥିଲା । ଏହି ଯୁବ ବ୍ୟବସାୟୀଙ୍କ ବିୟୋଗରେ କଣ୍ଟାବାଞ୍ଜିରେ ଶୋକର ଛାୟା ଖେଳିଯାଇଛି । କଣ୍ଟାବାଞ୍ଜିରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ତାଙ୍କ ପରିବାର ଓ ସାଥୀ ଖେଳାଳିମାନେ ଏହାକୁ ନେଇ ମ୍ରିୟମାଣ ହୋଇପଡିଛନ୍ତି । ତେବେ ତାଙ୍କ ପରିବାରର ଏହି ମହାନତାକୁ ସବୁଠି ପ୍ରଶଂସା କରାଯାଉଛି ।

ଖେଳପଡିଆରେ ଖେଳୁଥିବା ବେଳେ ଜଣେ ଫୁଟବଲ୍ ଖେଳାଳିଙ୍କ ହଠାତ୍ ମୃତ୍ୟୁ ଘଟିବା ଖବରକୁ ସ୍ଥାନୀୟ ଅଞ୍ଚଳରେ କେହି ସହଜରେ ବିଶ୍ୱାସ କରିପାରୁନାହାନ୍ତି । ଏହି ନିଷ୍ଠୁର ବାସ୍ତବତା ସେମାନଙ୍କୁ ଦେଇଛି ଦାରୁଣ ଦୁଃଖ ।

Advertisment

ଅଧିକ ପଢ଼ନ୍ତୁ: ଫୁଟବଲ୍‌ ମ୍ୟାଚ୍‌ରେ ମାରିଲା ବିଜୁଳି; ଟଳିପଡ଼ିଲେ ଖେଳାଳି, ଭିଡିଓ ଭାଇରାଲ 

Bolangir Kantabanjhi Football Heart Attack Football Player Sudden Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ