Advertisment

ଫୁଟବଲ୍‌ ମ୍ୟାଚ୍‌ରେ ମାରିଲା ବିଜୁଳି; ଟଳିପଡ଼ିଲେ ଖେଳାଳି, ଭିଡିଓ ଭାଇରାଲ

ଇଣ୍ତୋନେସିଆର ଫୁଟବଲ୍‌ ଖେଳାଳି ସେପ୍ଟେନ୍‌ ରାହାର୍ଜା ବଜ୍ରାଘାତରେ ପ୍ରାଣ ହରାଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Lightning Death

Lightning Death

ଚାଲିଥିଲା ଫୁଟବଲ୍‌ ମ୍ୟାଚ୍‌। ହଠାତ ମାରିଲା ବିଜୁଳି। ଫିଲ୍ଡ ମଝିରେ ହିଁ ଟଳିପଡ଼ିଲେ ଖେଳାଳି। ଇଣ୍ତୋନେସିଆର ଜଣେ ଫୁଟବଲ୍‌ ଖେଳାଳି ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ଏବେ ସବୁ କ୍ରୀଡ଼ାବିତଙ୍କୁ ଆଶ୍ଟର୍ଯ୍ୟଚକିତ କରିଛି।

Advertisment

ଇଣ୍ତୋନେସିଆର ଫୁଟବଲ୍‌ ଖେଳାଳି ସେପ୍ଟେନ୍‌ ରାହାର୍ଜା ବଜ୍ରାଘାତରେ ପ୍ରାଣ ହରାଇଛନ୍ତି। ଶନିବାର ୱେଷ୍ଟ ଜାଭାର ସିଲିୱାଙ୍ଗି ଷ୍ଟାଡିୟମରେ ଗୋଟିଏ ବନ୍ଧୁତାପୂର୍ଣ୍ଣ ଫୁଟବଲ ମ୍ୟାଚ୍‌ ଚାଲିଥିଲା। ଷ୍ଟାଡିୟମରେ ମଧ୍ୟ ଦର୍ଶକଙ୍କ ଭିଡ଼ ଜମିଥିଲା। ସମସ୍ତେ ମ୍ୟାଚ୍‌ରେ ବ୍ୟସ୍ତ ଥିବା ବେଳେ ହଠାତ୍‌ ମାରିଥିଲା ବିଜୁଳି।

Advertisment

ବିଜୁଳି ସିଧା ଆସି ପଡ଼ିଆରେ ମ୍ୟାଚ୍‌ ଖେଳୁଥିବା ସେପ୍ଟେନ୍‌ ରାହାର୍ଜାଙ୍କ ଉପରେ ପଡ଼ିଥିଲେ। ବିଜୁଳି ମାଡ଼ ହେବା କ୍ଷଣି ସେ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ ସାଥୀ ଖେଳାଳି ଓ ଆୟୋଜକମାନେ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଜୁଳି ମାରିବାର ଭିଡିଓ କ୍ୟାମେରାରେ କଏଦ ହୋଇଥିଲା। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ସେପ୍ଟେନ୍‌ଙ୍କ ମୃତ୍ୟୁରେ ପଡ଼ିଆରେ ଉପସ୍ଥିତ ଥିବା ସମସ୍ତ ଖେଳାଳି ତାଙ୍କ ପାଇଁ ନୀରବ ପ୍ରାର୍ଥନା କରିଛନ୍ତି। ପାଣିପାଗ ବିଭାଗର କହିବାନୁଯାୟୀ ଷ୍ଟାଡିୟମ ଠାରୁ ମାତ୍ର ୩୦୦ ମିଟର ଉପରେ ବିଜୁଳି ମାରିଥିଲା। ତେଣୁ ଏହା ସିଧା ପଡ଼ିଆରେ ଖସିଥିଲା।

Indonesia Football Match Lightning Death
Advertisment
Advertisment