• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁରୁଷ ହକି ବିଶ୍ୱକପ୍ ୨୦୨୩ର ଗୁରୁବାର ଥିଲା ବହୁ ପ୍ରତୀକ୍ଷିତ ଭାରତ-ୱେଲ୍ସ ମ୍ୟାଚ୍ । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍ ଦେଖିବାକୁ ହକି ପ୍ରେମୀମାନଙ୍କ ମଧ୍ୟରେ ଯେତିକି ଉତ୍ସାହ ଦେଖିବାକୁ ମିଳିଥିଲା, ତା’ଠାରୁ ଅଧିକ ଉତ୍ସାହ କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିଭିଏସ୍) ଗୁଡ଼ିକରେ ହକି ପ୍ରତି ପିଲାମାନଙ୍କ ଉତ୍ସୁକତାକୁ ଦୃଷ୍ଟିରେ ରଖି ଭାରତ-ୱେଲ୍ସ ମ୍ୟାଚ ଲାଇଭ୍ ସ୍କ୍ରିନିଂର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ପିଲାମାନେ ମୁହଁରେ ରଙ୍ଗ ବୋଳି ଏବଂ ହକି ବିଶ୍ୱକପ୍ ଚିତ୍ରିତ ପୋଷାକ ପିନ୍ଧି ନିଜ ଘରୋଇ ଟିମକୁ ସମର୍ଥନ କରିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ । ଭାରତ ମ୍ୟାଚ୍ ଦେଖିବାକୁ ସମସ୍ତଙ୍କ ଭିତରେ ପ୍ରବଳ ଉତ୍ସାହ ବାରି ହୋଇ ପଡ଼ୁଥିଲା । ପ୍ରତି ଗୋଲ୍, ପେନାଲ୍ଟି କର୍ଣ୍ଣର ଓ କ୍ୱାର୍ଟର ଶେଷରେ ସେମାନେ ଭାରତୀୟ ଦଳକୁ ଚିୟର କରୁଥିଲେ ।

ଅନ୍ୟପକ୍ଷରେ, ପିଲାମାନେ ଯେପରିମ୍ୟାଚକୁ ଭଲ ଭାବରେ ଦେଖି ପାରିବେ ସେଥିପାଇଁ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ କୌଣସି ସୁଯୋଗ ହାତଛଡ଼ା କରି ନଥିଲେ। ଖାଇବା ପିଇବାର ବ୍ୟବସ୍ଥା ସହ ମ୍ୟାଚ୍ ଶେଷରେ ପିଲାମାନଙ୍କୁ ନେଇ ସ୍ୱତନ୍ତ୍ର ଫଟୋ ସେସନର ଆୟୋଜନ କରା ଯାଇଥିଲା । ଛାତ୍ରଛାତ୍ରୀ ମାନେ ହକି ଷ୍ଟିକ୍ ଆକୃତିରେ ଛିଡ଼ା ହୋଇ ଫଟୋ ଉଠାଇବା ସହ ଭାରତୀୟ ହକି ଦଳକୁ ନିଜର ସମର୍ଥନ ଜଣାଇଥିଲେ । ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ରାଇଘରର ଛାତ୍ରଛାତ୍ରୀ ମାନେ ହକି ବିଶ୍ୱକପ୍ ଏବଂ ହକି ଷ୍ଟିକ୍ ଆକୃତିରେ ଛିଡ଼ା ହୋଇ ଭାରତୀୟ ଦଳକୁ ସମର୍ଥନ ଜଣାଇଥିଲେ।